Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

୨୪ରୁ ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା ସମାବେଶ

ଭୁବନେଶ୍ୱର : କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରର ବିଫଳତା ଓ ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରର ସଫଳତାକୁ ବିଜେଡି ମହିଳା ଶାଖା ପକ୍ଷରୁ ସମାଜର ସର୍ବନିମ୍ନସ୍ତରରେ ପହଂଚାଯିବ । ଏଥିପାଇଁ ଚଳିତମାସ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମହିଳା ବିଜେଡି ପକ୍ଷରୁ ସମସ୍ତ ୧୪୭ଟି ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରାଯିବ ।
ଆଜି ଏ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଉପସଭାପତି ତଥା ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରିଆ, ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ଅରୁଣ ସାହୁ ଯୋଗ ଦେଇ କହିଥିଲେ ଯେ ରାଜ୍ୟ ସରକାରଙ୍କ ସଫଳତାର ବାର୍ତା, ଅଧିକରୁ ଅଧିକ ମହିଳାଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ନିମନ୍ତେ ପ୍ରୋତ୍ସାହିତ କରାଇବା, ମହିଳା ଚାଷୀଙ୍କୁ ଓ ଜୀବିକା ନିର୍ବାହରେ ସଫଳ ମହିଳାଙ୍କୁ ସମ୍ମାନ ଦେବା, ମହିଳାଙ୍କ ରାଜନୈତିକ, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ସଶକ୍ତିକରଣ, ତୃଣମୂଳ ସ୍ତର ପର୍ଯ୍ୟନ୍ତ ମହିଳାଙ୍କୁ ସଂଗଠିତ କରିବା ଏବଂ ମହାନଦୀ, ପୋଲାଭରମ୍ ତଥା ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସଂପର୍କୀୟ ବିଭିନ୍ନ ପ୍ରସଂଗକୁ ଏହି ସମାବେଶ ଦ୍ୱାରା ବିଜେଡି ମହିଳା ଶାଖା ରାଜ୍ୟର ଘରେ ଘରେ ପହଂଚାଇବ । ଏହାଛଡ଼ା ଓଡ଼ିଶା ପ୍ରତି କେନ୍ଦ୍ରର ଅବିଚାର, ଭାରତବର୍ଷର ରାଜନୈତିକ ପରିସ୍ଥିତି ଏବଂ ଏଭଳି ପରିସ୍ଥିତିରେ ଓଡ଼ିଶା କେତେ ଲାଭାନ୍ୱିତ ଓ କ୍ଷତିଗ୍ରସ୍ତ ହୋଇଛି, ଓଡ଼ିଶାର ପ୍ରଗତି, ଅଗ୍ରଗତି ଓ ବିକାଶ କେତେ ହୋଇଛି, ବିଶେଷକରି ମହିଳାମାନଙ୍କ ସମାଜ ଗଠନରେ ଅବଦାନ, ଯୋଗଦାନ ଏବଂ ଭବିଷ୍ୟତରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେବା ଏହି ସମାବେଶର ମୂଳ ଲକ୍ଷ୍ୟ । କେନ୍ଦ୍ରରେ ବିଜେପି ଶାସିତ ସରକାର ଓଡ଼ିଶାର ଉନ୍ନତି ପାଇଁ ବାଧକ ସାଜିଛି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରିବା କ୍ଷେତ୍ରରେ ଛତିଶଗଡ଼କୁ ସାହାଯ୍ୟ କରି ତଳମୁଣ୍ଡରେ ଥିବା ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରିବା, ରନ୍ଧନ ଗ୍ୟାସ୍, ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କରି ଜନସାଧାରଣଙ୍କୁ ହନ୍ତସନ୍ତ କରିବା ଆଦି ବାର୍ତାକୁ ବିଜୁ ମହିଳା ଜନତା ଦଳ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପହଂଚାଇବ । ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇନପାରି ପକୁଡ଼ି ବିକ୍ରି କରିବା ପାଇଁ ତାତ୍ସଲ୍ୟପୂର୍ଣ୍ଣ ବକ୍ତବ୍ୟ ଦେଉଛନ୍ତି । ତେଣୁ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସମାବେଶ ଜରିଆରେ ଜନସାଧାରଣଙ୍କ ନିକଟରେ ମହିଳା ବିଜେଡି ପହଞ୍ଚାଇବ ବୋଲି ଦଳର ନେତାମାନେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top