Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଜେପିରେ ମିଶିବେ ଅପରାଜିତା ଷଡ଼ଙ୍ଗୀ!

ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ ଅପରାଜିତା ଷଡ଼ଙ୍ଗୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ରଖିବାର ସମ୍ଭାବନା ରହିଛି।ସେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି।ତେବେ ତାଙ୍କର ଆବେଦନ ଉପରେ ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତି ନେଇନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ୨୦୧୩ ଅଗଷ୍ଟ ମାସରୁ କେନ୍ଦ୍ରକୁ ଡେପୁଟେସନରେ ଯାଇଥିବା ଶ୍ରୀମତୀ ଷଡ଼ଙ୍ଗୀ ସରକାରୀ ଚାକିରିରୁ ଅବସର ନେଇ ବିଜେପିରେ ସାମିଲ ହେବାକୁ ଆଗ୍ରହ ଦେଖାଇଛନ୍ତି।ତାଙ୍କର ଡେପୁଟେସନ ଅବଧି ସମାପ୍ତ ହେବାପରେ ସେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେବା କଥା।ମାତ୍ର ସ୍ୱେଚ୍ଛାକୃତ ଅବସର ପାଇଁ ସେ ଆବେଦନ କରିବା ପରେ ରାଜ୍ୟ ପ୍ରଶାସନିକ ମହଲରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।ତାଙ୍କୁ ନିଜର ଆବେଦନପତ୍ର ଫେରାଇ ନେବା ପାଇଁ ତାଙ୍କର କେତେକ ଶୁଭେଚ୍ଛୁ( ରାଜ୍ୟର ବରିଷ୍ଠ ଆଇଏଏସମାନେ) ପରାମର୍ଶ ଦେଇଥିଲେ ମଧ୍ୟ ସେ ଏହାକୁ ଗ୍ରହଣ କରିନଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଚାକିରୀ ୨୦୨୯ ମସିହା ପର୍ଯ୍ୟନ୍ତ ରହିଛି । ସେ ଭୁବନେଶ୍ୱର ମହାନଗର ନିଗମ କମିଶନର ଏବଂ ସ୍କୁଲ ଓ ଗଣଶିକ୍ଷା ସଚିବ ଥିବାବେଳେ ରାଜ୍ୟରେ ଅନେକ ପ୍ରଶାସନିକ ସଂସ୍କାର ଆଣିପାରିଥିଲେ । ଭୁବନେଶ୍ୱର ସହରରେ ଭେଣ୍ଡିଂ ଜୋନ୍ ଓ ସହରକୁ ପାରମ୍ପରିକ ଚିତ୍ରରେ ସଜେଇବାରେ ସେ ପଦକ୍ଷେପ ନେଇଥିଲେ ।ସେହିପରି ସ୍କୁଲରେ ପିଲାଙ୍କୁ ମାଡ଼ ଉପରେ ସମ୍ପୂର୍ଣ୍ଣ କଟକଣା, ଡ୍ରେସ କୋର୍ଡ ଓ ଡ୍ୟୁଟି ଖିଲାପୀ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ଶିକ୍ଷାବ୍ୟବସ୍ଥାରେ ସଂସ୍କାରର ମୂଳଦୁଆ ପକାଇ ପାରିଥିଲେ।ଭୁବନେଶ୍ୱରର ବୋହୂ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ବିଜେପି ଭୁବନେଶ୍ୱରର ଲୋକସଭା ଆସନରୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରିଛି ।
ସୂଚନାଯୋଗ୍ୟ ଶ୍ରୀମତୀ ଷଡ଼ଙ୍ଗୀଙ୍କ ପୂର୍ବରୁ ଓଡ଼ିଶା କ୍ୟାଡ଼ରର ୧୯୮୯ ବ୍ୟାଚ ଆଇଏଏସ ଡିଏନ୍ ଗୁପ୍ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top