ଭୁବନେଶ୍ୱର : ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଚଳିତମାସ ୨୮ତାରିଖରୁ ୩ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ।
ଆଜି ବିଜେଡି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ ମତ ନରଖି ବରଂ ଲୋକମାନଙ୍କୁ ବିଭ୍ରାନ୍ତ କରି·ଲିଛନ୍ତି । ନିଜ ଅପାରଗତାକୁ ଲୁ·ଇବାକୁ ବିଭିନ୍ନ ବାହାନା ନେଉଛନ୍ତି । ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଖେଳକୁ ଆଉ ବିଜେଡ଼ି ବରଦାସ୍ତ କରିବ ନାହିଁ । କେନ୍ଦ୍ର ସରକାର ଯୁକ୍ତିସଙ୍ଗତ ତଥା ଖାଉଟି ସ୍ୱାର୍ଥ ଅନୁକୂଳ ତୈଳ ଦର ଲାଗୁ ନକରିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛନ୍ତି । ତୈଳଦର ବୃଦ୍ଧିକୁ ନେଇ ଆସନ୍ତା ୨୮ ତାରିଖ ଦିନ ଭୁବନେଶ୍ୱରସ୍ଥ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି, ସେତେବେଳେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କକୁ କମାଇବା ପରିବର୍ତ୍ତେ ୯ ଥର ବୃଦ୍ଧି କରିଛନ୍ତି । ଖାଉଟିଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ଏହା ଅପରିଣାମଦର୍ଶୀ ପଦକ୍ଷେପ ନୁହେଁ କି ? କେନ୍ଦ୍ର ସରକାର ନିଜେ ଉତ୍ପାଦ ଶୁଳ୍କ ବଢାଇ ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଥିବା ବେଳେ ଓଲଟି ରାଜ୍ୟ ସରକାରଙ୍କୁ ଭାଟ୍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି । ଓଡ଼ିଶାରେ ତୈଳ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ମହାରାଷ୍ଟ୍ର, ଆସାମ ଓ ରାଜସ୍ଥାନରେ କ୍ଷମତାସୀନ ବିଜେପି ସରକାର ପେଟ୍ରୋଲ ଉପରେ ଓଡ଼ିଶା ତୁଳନାରେ ଅଧିକ ଭ୍ୟାଟ୍ ଆଦାୟ କରିବା ସହ ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତୁଳନାରେ ଓଡ଼ିଶାରେ ୨୬ ପ୍ରତିଶତ ଭାଟ୍ ଆଦାୟ କରାଯାଉଥିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଉନାହିିଁ । ତେଣୁ କେନ୍ଦ୍ର ସରକାର ତୁରନ୍ତ ତୈଳ ଦର ହ୍ରାସ କରିବା ପାଇଁ ଦଳ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।


