Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଓକିଲ ଆନ୍ଦୋଳନ ପଛରେ ବିଜେପିର ହାତ: ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଓକିଲଙ୍କ ଆନ୍ଦୋଳନ ପଛରେ ବିଜେପିର ହାତ ରହିଛି ବୋଲି ବିଜେଡି ସିଧାସଳଖ ଅଭିଯୋଗ କରିଛି । ତେବେ ଉଭୟ କଂଗ୍ରେସ ଓ ବିଜେପି ଏହି ଆନ୍ଦୋଳନ ପାଇଁ ସରକାରଙ୍କ ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ।
ଆଜି ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଇନର ରକ୍ଷକ ଯିଏ ସିଏ ଆଇନ ଭାଙ୍ଗୁଛନ୍ତି । ଦୁଇମାସ ହେଲା ସାଧାରଣ ଲୋକ ହଇରାଣ ହେଉଛନ୍ତି । ଲୋକଙ୍କୁ ଆଇନ ସେବା ଯୋଗାଇବା ଓକିଲମାନଙ୍କ କର୍ତବ୍ୟ । ଲୋକଙ୍କୁ ସେବା ଯୋଗାଇବା ପାଇଁ କିଛି ଓକିଲ ଚାହିଁଥିଲେ କିନ୍ତୁ ସେମାନଙ୍କ ଉପରେ ଆକ୍ରମଣ ହୋଇଛି । କୋର୍ଟ ପରିସରରେ ଆଜି ଯାହା ଘଟିଲା ତାହା ଦୁଃଖଦାୟକ । ୩ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓକିଲ ଆନ୍ଦୋଳନକୁ ଉସକାଇବା ଭଳି ମନ୍ତବ୍ୟ ଦେଇ ନିଆଁରେ କିରାସିନି ଢ଼ାଳିଛନ୍ତି । ଏହି ଆନ୍ଦୋଳନ ପଛରେ ବିଜେପିର ହାତ ଅଛି । ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରାଯାଉଛି । ଏଥିରେ ବିଜୁ ଯୁବ ବାହିନୀର ହାତ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ରାଜନୀତିକ ଉଦ୍ଦେଶ୍ୟ ରଖି ବିଜେପି ଯାହା କରୁଛି ସେଥିରେ ସେମାନେ କଦାପି ସଫଳ ହେବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି ।
ଅପରପକ୍ଷରେ ବିଜେଡିର ଅଭିଯୋଗକୁ ବିଜେପି ଉପସଭାପତି ସମୀର ମହାନ୍ତି ଖଣ୍ଡନ କରି କହିଛନ୍ତି ଯେ, ଦୁଇମାସ ହେଲା ଓକିଲମାନେ ଆନ୍ଦୋଳନ କରୁଛନ୍ତି, ସରକାର କାହିଁକି ନିରବ ହୋଇ ବସି ରହିଛନ୍ତି । କୋର୍ଟ ପରିସରରେ ବିଜୁ ଯୁବବାହିନୀର ସଦସ୍ୟମାନେ ଛୁରୀ,ଭୁଜାଲୀ ଧରି ପ୍ରବେଶ କରୁଛନ୍ତି । ଏ ସରକାର ଆଇନ ବିରୋଧୀ ଓ ଆଇନକୁ ସମ୍ମାନ ଦେବା ଜାଣନ୍ତି ନାହିଁ । ନିଜର ଅପାରଗତା ଲୁଚାଇବା ପାଇଁ କେବଳ ଅନ୍ୟ ଉପରେ ଦୋଷ ଲଦିବା ଜାଣନ୍ତି ବୋଲି ସେ କହିଛନ୍ତି ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓକିଲ ଆନ୍ଦୋଳନର ସମାଧାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।
ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏହି ଓକିଲ ଆନ୍ଦୋଳନକୁ ନାପସନ୍ଦ କରି ଆଇନ ମନ୍ତ୍ରୀ ଓ ଆଇନ ସଚିବ ତୁରନ୍ତ ଓକିଲମାନଙ୍କ ସହ ଆଲୋଚନା କରି ସମାଧାନ ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top