ଭୁବନେଶ୍ୱର (ଓଡ଼ିଶା ୱେୟାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ପୁଣି ଓଡିଶା ଗସ୍ତ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆସିବେ | ଆସନ୍ତା ୧୮ ତାରିଖରେ ସେ କଟକରେ ଦଳର ଏକ ସମାବେଶରେ ଯୋଗ ଦେବାକୁ ଆସୁଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଗତ ମାସ ୨୪ ତାରିଖରେ ଆସିବା ପରେ ପୁଣି ଚଳିତ ମାସ ୫ ଓ ୧୬ ତାରିଖରେ ଆସୁଛନ୍ତି |ମୋଦୀଙ୍କ ଗସ୍ତ ଶେଷର ଦିନକ ପରେ ଶାହ ଆସି ପହଁଞ୍ଚିବେ | ବିଜେପି ଏବେ ପୂରା ପ୍ୟାକରେ ରହିଛି | ଦଳର ନେତାମାନେ କାର୍ଯ୍ୟକ୍ରମର ସଫଳତା ନେଇ ଲାଗି ପଡିଛନ୍ତି | ଶାହଙ୍କ ଗସ୍ତ ନେଇ ଦଳର ପ୍ରଭାରୀ ଅରୁଣ ସିଂହ ଆଜି ସୂଚନା ଦେଇଛନ୍ତି | ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ କଟକ ଆସି ଯାଇସାରିଛନ୍ତି |ଶାହ କଟକର କେଉଁଠାରେ ଦଳର କାର୍ୟ୍ୟକ୍ରମରେ ସାମିଲ ହେବେ ତାହା ସ୍ଥିର ହୋଇନାହିଁ | ମୋଦୀ ଓ ଶାହଙ୍କ ଘନଘନ ଓଡିଶା ଗସ୍ତ ବିଜେପି ନେତାମାନଙ୍କୁ ବେଶ ଉତ୍ସାହିତ କରିଛି ଜ୍ଝ ଦଳ ଆସନ୍ତା ନିର୍ବାଚନରେ ଓଡିଶା ଦଖଲ କରିବା ପାଇଁ ଯେଉଁ ମିଶନ ୧୨୦+ ର ଡାକରା ଦେଇଛି ତାହାକୁ ସାକାର ପାଇଁ ଜୋରଦାର କାର୍ଯ୍ୟକ୍ରମ ଚଳାଇଛି |


