Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୀମା ଲଙ୍ଘିଲାଣି ଦିଲ୍ଲୀର ବାୟୁ ପ୍ରଦୁଷଣ, ଅଣନିଶ୍ବାସୀ ରାଜଧାନୀବାସୀ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଲାଣି ଦିଲ୍ଲୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ବାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀବାସୀ । ସ୍ଥିତି ଏମିତି ହୋଇଛି କି ଦିଲ୍ଲୀ ବାୟୁ ଧୂମ୍ରପାନ କରୁଥିବା ବାୟୁଠାରୁ ମଧ୍ୟ ଆହୁରି ଭୟଙ୍କର । ଦୀପାବଳି ପରଠାରୁ ସ୍ଥିତି ଦିନକୁ ଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଣାୟତ ହେବାରେ ଲାଗିଛି । ଦୀପାବଳିରେ ବାଣ ଫୁଟାଇବା ପାଇଁ କଟକଣା ଲଗାଇଥିଲେ ଦିଲ୍ଲୀ ସରକାର । କିନ୍ତୁ ଏହି ନିୟମକୁ ଅଣଦେଖା କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଫଳରେ ଦିଲ୍ଲୀରେ AQI ଅତ୍ୟନ୍ତ ଖରାପ ସ୍ତରକୁ ଚାଲି ଯାଇଛି । ରାଜଧାନୀ ଦିଲ୍ଲୀରେ ଆଉ ଥମିବାରେ ନାଁ ନେଉନାହିଁ ।

ଅନ୍ୟପଟେ ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ଗୋଟେ ପଟେ କପ୍ ୨୬ ପରି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଜଳବାୟୁ ଗୋଷ୍ଠୀ ଆଇକ୍ୟୁଏୟାରର ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ସହର ଟ୍ରାକିଂ ସେବା ବିଶ୍ୱରେ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତର ତିନୋଟି ସହର ରହିଛି । ଏହି ତାଲିକାରେ ପାକିସ୍ତାନ ଏବଂ ଚୀନ୍ କିଛି ସହର ମଧ୍ୟ ଅନ୍ତର୍ଭୁକ୍ତରହିଛି ।

ଏହି ତାଲିକାରେ ଦିଲ୍ଲୀ ଏକ୍ୟୁଆଇ ୫୫୬ ସହିତ ଟପ୍ ରେ ରହିଛି । ସେହିପରି ତାଲିକାରେ କୋଲକାତା ୪ର୍ଥ ନମ୍ବରରେ ଥିବା ବେଳେ ମୁମ୍ବାଇ ୬ଷ୍ଠ ନମ୍ବରରେ ରହିଛି । ଖରାପ ଏକ୍ୟୁଆଇ ସୂଚକାଙ୍କ ଥିବା ସହର ମଧ୍ୟରେ ପାକିସ୍ତାନର ଲାହୋର୍ ଓ ଚୀନର ଚେଙ୍ଗଦୁ ସାମିଲ ରହିଛି ।

ଆଇକ୍ୟୁଏୟାର୍ ଟପ୍ ରେ ଥିବା ୧୦ଟି ପ୍ରଦୂଷିତ ସହର :

୧. ଦିଲ୍ଲୀ, ଭାରତ(ଏକ୍ୟୁଆଇ:୫୫୬)
୨. ଲାହୋର୍, ପାକିସ୍ତାନ(ଏକ୍ୟୁଆଇ:୩୫୪)
୩. ସୋଫିଆ, ବୁଲଗେରିୟା(ଏକ୍ୟୁଆଇ:୧୭୮)
୪. କୋଲକାତା, ଭାରତ(ଏକ୍ୟୁଆଇ:୧୭୭)
୫. ଜାଗ୍ରେବ୍, କ୍ରୋଏସିୟା(ଏକ୍ୟୁଆଇ:୧୭୩)
୬. ମୁମ୍ବାଇ, ଭାରତ(ଏକ୍ୟୁଆଇ:୧୬୯)
୭. ବେଲଗ୍ରେଡ୍, ସର୍ବିୟା(ଏକ୍ୟୁଆଇ:୧୬୫)
୮. ଚେଙ୍ଗଦୁ, ଚୀନ(ଏକ୍ୟୁଆଇ:୧୬୫)
୯. ସ୍କୋପ୍ଜେ, ଉତ୍ତର ମେସେଡୋନିଆ (ଏକ୍ୟୁଆଇ:୧୬୪)
୧୦. କ୍ରାକୋ, ପୋଲାଣ୍ଡ (ଏକ୍ୟୁଆଇ:୧୬୦)

ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏହା ଏକ ଅତି ଗମ୍ଭୀର ସ୍ଥିତି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନଭି ରମନ୍ନା। ପରିସ୍ଥିତି ଏଭଳି ହୋଇଛି, ଆମକୁ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡୁଛି। ଏହାର ନିରାକରଣ ପାଇଁ କେନ୍ଦ୍ର କଣ ପଦକ୍ଷେପ ଗ୍ରହଣ କରିଛି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। AQIର ମାତ୍ରା ୫ଶହରୁ ୨ଶହକୁ କିଭଳି କମାଯାଇପାରିବ ଜଣାଇବା ସହ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

ଦୁଇଦିନର ଲକଡାଉନ ନେଇ ଚିନ୍ତାକରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସେହିଭଳି ଦିଲ୍ଲୀ ସରକାରଙ୍କୁ ମଧ୍ୟ ତୀବ୍ର ଭର୍ତ୍ସନା କରିଛନ୍ତି। ଅତି ଗମ୍ଭୀର ପ୍ରଦୂଷଣର ମାତ୍ରା ପାଇଁ କେବଳ କୃଷକଙ୍କୁ ଦାୟୀ କରାଯାଇପାରିବ ନାହିଁ। ପାଳ ଜାଳିବା ଦ୍ୱାରା କେବଳ ୪୦ପ୍ରତିଶତ ପ୍ରଦୂଷଣ ହେଉଛି। କିନ୍ତୁ ଯାନବାହନର ଧୁଆଁ ଏବଂ ବାଣ ଫୁଟାଇବା ଦ୍ୱାରା ସୃଷ୍ଟି ପ୍ରଦୂଷଣକୁ ରୋକିବାକୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top