Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପ୍ଲେନ କ୍ରାସରେ ବ୍ରାଜିଲ ଗାୟିକା ମାରିଲିଆ ମେନଡୋଙ୍କାଙ୍କର ମୃତ୍ୟୁ

ବ୍ରାଜିଲର ଜଣେ ଯୁବ ତଥା ପ୍ରତିଭାବାନ ଷ୍ଟାର ସିଙ୍ଗରଙ୍କର ମୃତ୍ୟୁ ଘଟିଛି । ଲୋକପ୍ରିୟ ସିଙ୍ଗର ଓ ଲାଟିନରେ ଗ୍ରାମୀ ପୁରସ୍କାର ବିଜେତା ମାରିଲିଆ ମେନଡୋଙ୍କାଙ୍କର ଶୁକ୍ରବାର ଏକ ପ୍ଲେନ କ୍ରାସରେ ମୃତ୍ୟୁ ହୋଇଛି । ଏହି ସିଙ୍ଗର ଜଣଙ୍କ “ଦ କୁଇନ ଅଫ ଟ୍ରାଭେଲିଙ୍ଗ” ନାଁରେ ବି ଖୁବ ପରିଚିତ । ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହିଁ ହୋଇଥିଲା । ବ୍ରାଜିଲରେ ଚାଲିଥିବା ଏକ କନସର୍ଟ ପ୍ରୋଗ୍ରାମ ଆଟେଣ୍ଡ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ବ୍ରାଜିଲର ଗୋଇଇନିଆରୁ କାରଟିଙ୍ଗାକୁ ପ୍ଲେନଟି ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଜଣାଯାଇଛି । ମାରିଲିଆଙ୍କ ବ୍ୟତୀତ ଦୁର୍ଘଟଣାରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଏକ ବିଶେଷ ସୂଚନାରୁ ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମାରିଲିଆଙ୍କ ସମ୍ପର୍କୀୟ ଅଛନ୍ତି ।
ଆଉ ଜଣେ ପ୍ରଯୋଜକ ଓ ଦୁଇ ଜଣ କ୍ରିଉ ମେମ୍ବର ମଧ୍ୟ ଅଛନ୍ତି । ପ୍ଲେନ କ୍ରାସର ପ୍ରକୃତ କାରଣ ଏଯାବତ ଜଣାପଡ଼ିନାହିଁ । ଦୁର୍ଘଟଣା ଘଟିବାର ଠିକ ପୂର୍ବରୁ ମାରିଳିଆ ଏକ ଭିଡିଓ ସୁଟ କରିଥିବା ବେଳେ ତାହା ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟିରେ ମାରିଲିଆ ଏକ ପ୍ରାଇଭେଟ ଏୟାରକ୍ରାଫ୍ଟ ଚଢ଼ୁଥିବା ନେଇ ଦେଖାଦେଇଛି ।ଏପରି ଏକ ଦୁଖଦ ଘଟଣାରେ ମାରିଲିଆଙ୍କ ହଜାର ହଜାର ଫ୍ୟାନ ଗଭୀର ମର୍ମାହତ ହୋଇଥିବା ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top