Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲା: ସତ ଓଗାଳିଛି ଅଭିଯୁକ୍ତ ଶର୍ମିଷ୍ଠା

ଭୁବନେଶ୍ଵର (ଓଡ଼ିଶା ୱେୟାର) : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାରେ ଶେଷରେ ଦୋଷ ମାନିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା। କ୍ରାଇମବ୍ରାଞ୍ଚର ଜେରା ବେଳେ ସତ ଓଗାଳିଛି ଅଭିଯୁକ୍ତ ଶର୍ମିଷ୍ଠା। ଏ ନେଇ ଶୁକ୍ରବାର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ତଦନ୍ତ ବେଳେ ଅପହରଣ ଏବଂ ହତ୍ୟା କଥା ସ୍ଵୀକାର କରିଛି ଶର୍ମିଷ୍ଠା।

ଫେବୃଆରୀ ୭ରେ ଶର୍ମିଷ୍ଠା ନିଜ ସହଯୋଗୀଙ୍କ ସହ ମାନସଙ୍କୁ ଚାନ୍ଦବାଲି ପଳାସପୁରରୁ ଅପରହଣ କରିଥିଲା। ଏହି ସମୟରେ ଶର୍ମିଷ୍ଠା ସହ ଥିଲେ ଝୁନା ଭୋଇ, ରଞ୍ଜନ ନାଏକ, ଭାଗ୍ୟଧର ନାଏକ ଓ ନିଲୁ। ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ ମାରି ମାନସଙ୍କୁ ହତ୍ୟା କରିଥିଲେ। ୮ ତାରିଖ ଅପରାହ୍ନରେ ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ରଣପୁର ଆଣିଥିଲେ। ସେହି ଦିନ ସନ୍ଧ୍ୟାରେ ରଣପୁରରେ ମାନସଙ୍କ ଶବ ପୋତି କାରରେ ଫେରାର ହୋଇ ଯାଇଥିଲେ। ଶବ ପୋତିବା ପରେ ହତ୍ୟାରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲ ନିକଟରେ ଫୋପାଡିଥିଲେ।

ଆଜି କ୍ରାଇମବ୍ରାଞ୍ଚକୁ ଘଟଣାର ଡେମୋ ଦେଖାଇଛି ଶର୍ମିଷ୍ଠା। କେମିତି ଅପହରଣ କରିଥିଲେ ପଳାସପୁରରେ ଡେମୋ ଦେଖାଇଥିଲେ। ବଧପାଟଣାରେ କ୍ରାଇମବ୍ରାଞ୍ଚକୁ ଶବ ପୋଡିବା ଡେମୋ ବି ଦେଖାଇଛି ଶର୍ମିଷ୍ଠା। ମାନସଙ୍କ ମୃତଦେହକୁ ପୋତିବା ପାଇଁ ଅଭିଯୁକ୍ତମାନେ ୧୦ କେଜି ଲୁଣ କିଣିଥିଲେ। ଶର୍ମିଷ୍ଠା ଝୁନା ସହ ମିଶି ଭୁବେନଶ୍ଵର ଏକ ନମ୍ବର ମାର୍କେଟରୁ ଝୋଟ ଅଖା, ସୁତୁଲି ଏବଂ ଗ୍ଲୋଭସ୍ କିଣିଥିଲା। ରାସ୍ତାରେ ଯିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ। ସେଠାରୁ ଭାଗ୍ୟଧର ଓ ରଞ୍ଜନ କୋଦାଳ, ଗଇଁତି କିଣିଥିଲେ। ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ। ପୋତିବା ସ୍ଥାନଟି ବୋଧିପାଟଣାରୁ ଦୁଇ କିମି ଦୂରରେ ରହିଛି।

ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ ଆଜି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ବିଭିନ୍ନ ସ୍ଥାନରେ ପହଞ୍ଚିଥିଲା। ଶର୍ମିଷ୍ଠାଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ । ୩ ଦି ଧରି କ୍ରାଇମବ୍ରାଞ୍ଚ ଯେତେ ଜେରା କଲେ ବି ଶର୍ମିଷ୍ଠା ସତ କହୁନଥିଲେ। ତଦନ୍ତକାରୀ ଟିମକୁ ଭୁଆଁ ଵୁଲାଇଵା ପାଇଁ ଚେଷ୍ଟା କରିଥିଲା।ହେଲେ ଗତକାଲି ସଂଧ୍ୟା ସାତରୁ ରାତି ଦୁଇଟା ପର୍ଯ୍ୟନ୍ତ ଶର୍ମିଷ୍ଠାଙ୍କୁ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।ଆଉ ଏଭଳି ମାରାଥନ ଜେରା ଵେଳେ ସଵୁ ସତ ଓକାଳି ଦେଇଛି ଅଭିଯୁକ୍ତ ଶର୍ମିଷ୍ଠା।

୭ ଘଣ୍ଟା ଜେରା ଚାଲିଥିଲା ହେଲେ ଶର୍ମିଷ୍ଠାଙ୍କ ତୋଡ ଯାଉଥିଲା ହେଲେ ରାତି ଗୋଟାଏରେ ଶର୍ମିଷ୍ଠା ଭାଙ୍ଗି ପଡ଼ିଥିଲା। ଏହା ପରେ ଏକା ଥରେ ସବୁ କହି ପକାଇଥିଲା। ମାନସଙ୍କୁ କେମିତି ହତ୍ୟା କରାଗଲା ଓ କାହିଁକି ହତ୍ୟା କଲା, ଯାହା କହୁନଥିଲେ ଏଥର ବଖାଣିଦେଇଥିଲା। କ୍ରାଇମବ୍ରାଞ୍ଚର ସୂଚନା ଅନୁସାରେ କେବଳ ଚିପ ପାଇଁ ମାନସଙ୍କୁ ହତ୍ୟା କରାଯାଇନି, ଏଥିରେ ଆଉ କିଛି କାରଣ ବି ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top