ଆବଶ୍ୟକୀୟ ସାମଗ୍ରୀ:
୫୦୦ଗ୍ରାମ ଚିକେନ୍ ବୋନଲେସ୍
୨ ଚାମଚ ମଇଦା
୧/୨କପ୍ କଟା ଛତୁ
୮ ଟି ଚେରି ଟମାଟୋ
୪ଟେବୁଲ ଚାମଚ ଗୋଲମରିଚ
୧/୨ଟେବୁଲ୍ ଚାମଚ ଓରେଗାନୋ
୪ କୋଲା ଛେଚା ରସୁଣ
୩ ଟେବୁଲ୍ ଚାମଚ ବଟର
୫୦୦ ମିଲି କ୍ଷୀର
୧୦୦ ଗ୍ରାମ ପାଳଙ୍ଗ ଶାଗ
ସ୍ବାଦଅନୁଯାୟୀ ଲୁଣ
୧/୨ ଟେବୁଲ୍ ଚାମଚ ଚିଲି ଫ୍ଲେକ୍
୨ଗ୍ରେଟେଡ୍ ପନିର କ୍ୟୁବ୍
୧ କପ୍ ଫୁଟାଯାଇଥିବା ହକ୍କା ନୁଡୁଲ୍ସ
ପ୍ରସ୍ତୁତି ପ୍ରଣାଳୀ:
ଏକ ପ୍ୟାନରେ ବଟର ଗରମ କରନ୍ତୁ ବର୍ତ୍ତମାନ ପ୍ୟାନରେ ବୋନଲେସ ଚିକେନ୍ ଖଣ୍ଡ ମିଶାଇ ପ୍ରାୟ ୧୦ମିନିଟ୍ ପାଇଁ ରାନ୍ଧନ୍ତୁ ବର୍ତ୍ତମାନ ଚିକେନ୍ ଖଣ୍ଡଗୁଡ଼ିକୁ ଫ୍ଲିପ୍ କରନ୍ତୁ ଏବଂ ୫ ମିନିଟ୍ ଅଧିକ ରାନ୍ଧନ୍ତୁ ଏକ ଥାଳିରେ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡଗୁଡ଼ିକୁ ବାହାର କରନ୍ତୁ । ଏହାପରେ କ୍ଷୀର ସ୍ଲୁରି ପ୍ରସ୍ତୁତ କରନ୍ତୁ । ଏବେ ବଳକା ବଟରରେ ଛେଚା ରସୁଣ ଏବଂ କଟା ମଶରୁମ୍ ପକାନ୍ତୁ । ୩-୪ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ ଏଥତ୍ରେ ମଇଦା ମିଶାନ୍ତୁ ଏବଂ ଏକ ମିନିଟ୍ ପାଇଁ ଭାଜନ୍ତୁ । ବର୍ତ୍ତମାନ ପ୍ୟାନରେ କ୍ଷୀର ଢ଼ାଳନ୍ତୁ ଏବଂ ଏହାକୁ ୬-୭ ମିନିଟ୍ ପାଇଁ ରାନ୍ଧନ୍ତୁ ଲୁଣ ଏଥରେ ପକାନ୍ତୁ ସିଝା ନୁଡୁଲ୍ସ, ଗ୍ରେଟେଡ୍ ପନିର, ଗୋଲମରିଚ ଗୁଣ୍ଡ, ଲାଲ୍ ଚିଲି ଫ୍ଲେକ୍ ଏବଂ ଓରେଗାନୋ ମଧ୍ୟ ମିଶାନ୍ତୁ ୨୩ ମିନିଟ୍ ଅଧିକ ରାନ୍ଧନ୍ତୁ । ଏହାପରେ ପାଳଙ୍ଗ ଏବଂ ଟମାଟୋ ମିଶାନ୍ତୁ।
ବର୍ତ୍ତମାନ ରନ୍ଧା ହୋଇଥିବା ଚିକେନ୍ ଖଣ୍ଡକୁ ପାଳଙ୍ଗ ପତ୍ର ସହିତ ମିଶାଇ ୨ମିନିଟ୍ ପାଇଁ ରାନ୍ଧନ୍ତୁ । ଚେରି ଟମାଟୋକୁ ଅଧା କରି କାଟି ପ୍ୟାନରେ ମଧ୍ୟ ମିଶାନ୍ତୁ ପାଞ୍ଚ ମିନିଟ୍ ପାଇଁ ରାନ୍ଧନ୍ତୁ ।
ଏହାପରେ ପ୍ୟାନକୁ ବନ୍ଦ କରି ମିଶ୍ରଣକୁ ଏକ ପାତ୍ରରେ ମିଶାନ୍ତୁ ଫଏଲ୍ ସହିତ ଘୋଡାନ୍ତୁ ଏବଂ ୧୮୦ ଡିଗ୍ରୀ ସେଲସିୟସରେ ୨୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ ଏହାପରେ ହୋଇଗଲା ଚିକେନ୍ କ୍ୟାସରୋଲ ଖାଆନ୍ତୁ ଏବଂ ଖୁଆନ୍ତୁ ।


