Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠି: ୨୪ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫସିଆଇ ନେଉନି

ଭୁବନେଶ୍ୱର(ଓଡ଼ିଶା ୱେୟାର): : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଉଷୁନା ଚାଉଳ ଏଫସିଆଇ କିଣିବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ଉଲ୍ଲେଖ କରିଛନ୍ତି, ୨୪ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫସିଆଇ ନେଉନି । ଏଥିରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ନିୟମ ବାଧା ସୃଷ୍ଟି କରୁଛି ।
ଯାହାକି ୧୦ ଲକ୍ଷ ଚାଷୀଙ୍କ ରୋଜଗାରକୁ ପ୍ରଭାବିତ କରିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଆସନ୍ତା ଖରିଫ ଋତୁରୁ ଅତିରିକ୍ତ ଉଷୁନା ଚାଉଳ ଓଡ଼ିଶାଠାରୁ ସଂଗ୍ରହ କରିବ ନାହିଁ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆ (FCI) । ଏନେଇ ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୧-୨୨ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ସେଥିରୁ ଓଡ଼ିଶାର ଆବଶ୍ୟକ ରହିଛି ୨୪ ଲକ୍ଷ ମେଟ୍ରିକ ଟନ୍ । ଏହାପରେ ସରକାରଙ୍କ ପାଖରେ ୨୮ ଲକ୍ଷ ମେଟ୍ରିକ ଟନ୍ ବଳକା ରହିବ । ସେଥିରୁ ୪ ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ।

ଅର୍ଥାତ ଏଫ୍ସିଆଇ ନେବା ପାଇଁ ଓଡ଼ିଶା ପାଖରେ ୨୪ ଲକ୍ଷ ମେଟ୍ରିକ ଟନ୍ ବଳକା ଉଷୁନା ଚାଉଳ ରହିବ । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ବଳକା ଚାଉଳ ଉଠାଣ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାରେ ଲୋକେ ମୁଖ୍ୟତଃ ଉଷୁନା ଚାଉଳ ଖାଆନ୍ତି ।

ତେଣୁ ଓଡ଼ିଶାର ରାଇସ ମିଲଗୁଡିକ ଉଷୁନା ଚାଉଳ ପ୍ରସ୍ତୁତ କରନ୍ତି । ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ନିଷ୍ପତ୍ତି ଯୋଗୁଁ ଯେଉଁ ସ୍ଥିତି ସୃଷ୍ଟି ହେବ ତାକୁ ସମ୍ମୁଖୀନ କରିବାକୁ ରାଜ୍ୟ ପ୍ରସ୍ତୁତ ନାହିଁ । ବଳକା ଚାଉଳ ଉଠାଣ ନ ହେଲେ ରାଜ୍ୟର ଧାନ ସଂଗ୍ରହକୁ ବହୁଳ ଭାବେ ପ୍ରଭାବିତ କରିବ ।

ପ୍ରଭାବିତ ହେବେ ପ୍ରାୟ ୧୦ ଲକ୍ଷ ଚାଷୀ। କୋଭିଡ୍ ଭଳି କଠିନ ସମୟରେ ସେମାନଙ୍କ ଅସୁବିଧା ବହୁ ପରିମାଣରେ ବଢିଯିବ। ତେଣୁ ବଳକା ଉଷୁନା ଚାଉଳକୁ ସଂଗ୍ରହ ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top