Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଟଳିଗଲା ବାତ୍ୟା ‘ଡାଏ’, ୭ଦିନର ରିଲିଫ୍ ପ୍ୟାକେଜ ଘୋଷଣା

ଭୁବନେଶ୍ୱର/ମାଲକାନଗିରି : ଓଡ଼ିଶା ପ୍ରତି ବିପଦ ଥିବା ବାତ୍ୟା ‘ଡାଏ’ ଟଳିଯାଇଛି।କିନ୍ତୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି।ବାତ୍ୟାର ପ୍ରଭାବରେ ମାଲକାନଗିରି ଜିଲ୍ଲାର ଲଗାଣ ବର୍ଷାର ବିଭୀଷିକା ଦେଖିବାକୁ ମିଳିଛି।ଜିଲ୍ଲାର ସମସ୍ତ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ବାତ୍ୟା ପ୍ରଭାବିତଙ୍କ ପାଇଁ ୭ଦିନର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି।
ବାତ୍ୟା ‘ଡାଏ’ ଛତିଶଗଡ଼ମୁହାଁ ହୋଇଥିଲେ ମଧ୍ୟ ରାଜ୍ୟ ତମାମ ବର୍ଷା ଲାଗି ରହିଛି।ଲଗାଣ ବର୍ଷା ଯୋଗୁ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ମୋଟେରୁ ଡାଙ୍ଗରୁକୋଣ୍ଡାଠାରେ ପୋଲ ଉପରେ ୧୦ଫୁଟର ପାଣି ପ୍ରବାହିତ ହେଉଛି।ମୋଟେରୁ ଗାଁର ପ୍ରାୟ ୪୦ଟି ଘର ଜଳବନ୍ଦୀ ହୋଇ ରହିଛି।ମାଲକାନଗିରି ଜିଲ୍ଲାରେ ଅନେକ କଚ୍ଚାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି।ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।ବାଲେଶ୍ୱରର ଜଳକା ନଦୀରେ ଜଳସ୍ତର ବଢ଼ୁଥିବାବେଳେ ସୋନନଦୀରେ ବନ୍ୟା ପରିସ୍ଥିତି ଯୋଗୁ ନୀଳଗିରିର ୧୫ଟି ଗାଁ ଜଳବନ୍ଦୀ ହୋଇ ରହିଛି।ମୟୂରଭଞ୍ଜର ଉଦଳାରେ ଦେଓ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।ଉଦଳା-ଜୟପୁର-ବାଲେଶ୍ୱର ରାସ୍ତାରେ ତିନିସୁଳିଆ ଛକରେ ୬ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷାରେ ବୈତରଣୀ, ଜଳକା ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି।
ବାତ୍ୟା ଓ ବର୍ଷା ପରିସ୍ଥିତିର ସମୀକ୍ଷା କରି ମୁଖ୍ୟଢ଼ନ୍ତ୍ରୀ ମାଲକାନଗିରି ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ୭ଦିନର ରିଲିଫ ଯୋଗାଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ଦୈନିକ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୬୦ଟଙ୍କା ଓ ୧୨ବର୍ଷରୁ କମ୍ ବୟସର ଶିଶୁଙ୍କୁ ୪୫ଟଙ୍କା ହିସାବରେ ରିଲଫ୍ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରଭାବିତ ଅଂଚଳରେ ସମସ୍ତ ପ୍ରକାରର ଆନୁସଙ୍ଗିକ ସେବା ତୁରନ୍ତ ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ତାଗିଦ୍ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top