ଭୁବନେଶ୍ୱର(ଓଡ଼ିଶା ୱେୟାର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅହମ୍ମଦାବାଦ୍ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲ୍ରେ ଚିକିତ୍ସିତ ଓଡ଼ିଆ ଶିଶୁ ହୃଦ୍ରୋଗୀଙ୍କୁ ଭେଟିଛନ୍ତି।ଏହି ଶିଶୁଙ୍କ ଭିତରୁ ୩୬ ଜଣଙ୍କୁ ଶ୍ରୀ ପଟ୍ଟନାୟକ ଡିସ୍ଚାର୍ଜ ସାର୍କେଟିଫିକେଟ ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ସହାୟତାରେ ସେଠାରେ ଓଡ଼ିଆ ଶିଶୁଙ୍କ ଚିକିତ୍ସା ଲାଗି ମାଗଣା ସେବା ପ୍ରଦାନ କରାଯାଉଛି। ପାଖାପାଖି ୧୫୦ ଓଡ଼ିଆ ଶିଶୁଙ୍କ ଚିକିତ୍ସା ଚାଲିଛି।
ଓଡ଼ିଶାର ଯେଉଁ ଶିଶୁମାନେ ହୃଦ୍ରୋଗରେ ପୀଡ଼ିତ ଏବଂ ସେମାନଙ୍କ ଚିକିତ୍ସା ପାଇଁ ଅପରେସନ୍ ଜରୁରୀ ସେମାନଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଏହି ହସ୍ପିଟାଲ୍ ସହ ଚୁକ୍ତି ସ୍ଵାକ୍ଷର କରାଯାଇଛି। ଏହି ଚୁକ୍ତି ଅନୁସାରେ ସେମାନଙ୍କ ଚିକିତ୍ସା ଖର୍ଚକୁ ରାଜ୍ୟ ସରକାର ବହନ କରୁଛନ୍ତି।ମୁଖ୍ୟମନ୍ତ୍ରୀ ସୋମବାରଦିନ ସୁରଟ୍ଠାରେ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ପାଇଁ ଗୁଜରାଟ୍ ଗସ୍ତ କରିଛନ୍ତି।


