Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୩୨ ଦେଶକୁ ଛୁଇଁଲାଣି ଓମିକ୍ରନ, ସାରା ବିଶ୍ୱରେ କୋକୁଆ ଭୟ ବେଙ୍ଗାଲୁରୁ ଚିହ୍ନଟ ପରେ ଭାରତରେ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବିଶ୍ୱରେ ଓମିକ୍ରନ ଆତଙ୍କ। ୩୨ ଦେଶକୁ ବ୍ୟାପିଲାଣି ଓମିକ୍ରନ । ଆମେରିକାରେ ଆଉ ୫ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ସାଉଥ ଆଫ୍ରିକାରେ ପ୍ରଥମ ଥର ଦେଖାଦେଇଥିବା ଏହି ଭାରିଆଣ୍ଟ ଏବେ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଗତକାଲି ସାଉଥ ଆଫ୍ରିକାରେ ୧୧ହଜାର ୫୦୦ ଜଣ କରୋନାରେ ସଂକ୍ରମିତ ହୋଇଥିଲେ।

ଏପଟେ ଭାରତରେ ମଧ୍ୟ ପ୍ରବେଶ କରିଛି ଓମିକ୍ରନ ଭାରିଆଣ୍ଟ। କର୍ଣ୍ଣାଟକରେ ଦୁଇଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କ ଭିତରୁ ଜଣେ ଡାକ୍ତର ବୋଲି ସୂଚନା ମିଳିଛି । ବେଙ୍ଗାଲୁରୁର ଏହି ଡାକ୍ତରଙ୍କ ବୟସ ୪୬ ବର୍ଷ ହେବ । ସେ କୁଆଡ଼େ ଯାଇ ନଥିଲେ ଏଥି ସହିତ ସେ ଦୁଇ ଡୋଜ୍‌ ଭ୍ୟାକ୍ସିନ୍‌ ନେଇଛନ୍ତି ବୋଲି କୁହାଯାଉଛି । ସେ ସିଧାସଳଖ ୧୩ ଜଣଙ୍କ ସଂପର୍କରେ ଆସିଛନ୍ତି ଓ ପରୋକ୍ଷରେ ଏହି ସଂଖ୍ୟା ୨୫୦ ହେବ । ପ୍ରତ୍ୟକ୍ଷ ସଂପର୍କରେ ଆସିଥିବା ଲୋକଙ୍କର ଟେଷ୍ଟ କରିବା ପରେ ୫ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି ।

ସେହିପରି ଅନ୍ୟ ଓମିକ୍ରନ ସଂକ୍ରମିତ ଦକ୍ଷିଣ ଆଫ୍ରିକାର ନାଗରିକ । ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାନାହିଁ । ସେ ମଧ୍ୟ ଦୁଇ ଡୋଜ୍‌ ଟିକା ନେଇଥିଲେ । ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା । ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା । ୭ ଦିନ ପୂର୍ବରୁ ଏକ ଘରୋଇ ଲ୍ୟାବରୁ ନେଗେଟିଭ୍‌ ରିପୋର୍ଟ ଆଣି ସେ ଦୁବାଇ ଆସିଥିଲେ । ତାଙ୍କ ସହ ପ୍ରତ୍ୟକ୍ଷ ସଂପର୍କରେ ଆସିଥିବା ୨୪ ଜଣ ଓ ପରୋକ୍ଷ ସଂପର୍କରେ ଆସିଥିବା ୨୪୦ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଦୁଇ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top