Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ତିତଲି ପାଇଁ କଂଗ୍ରେସ ଖୋଲିଲା ଜରୁରୀକାଳୀନ ସେବା ପ୍ରକୋଷ୍ଠ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଭୟଙ୍କର ରୂପ ନେଉଥିବା ତିତଲିକୁ ଆଖି ଆଗରେ ରଖି ବୁଧବାର ସନ୍ଧ୍ୟା ୭ଘଟିକା ଠାରୁ ୭ଦିନ ପର‌୍ୟ୍ୟନ୍ତ ୨୪ ଘଂଟିଆ ‘ଜରୁରୀକାଳୀନ ସେବା ପ୍ରକୋଷ୍ଠ’ ଖୋଲାଯାଇଛି ବୋଲି ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 ଉକ୍ତ ପ୍ରକୋଷ୍ଠ ଦାୟିତ୍ୱରେ ପିସିସିସାଧାରଣ ସଂପାଦକ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ସଂଯୋଜକ ରୂପେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରଦେଶ କଂଗ୍ରେସ କମିଟିର ସଂପାଦକଦ୍ୱୟ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ ଓ କଂଗ୍ରେସ ନେତା ରବିନ୍ଦ୍ର ଆଚାର୍ଯ୍ୟୟ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଓ ଲିଙ୍ଗରାଜ ସାହୁଙ୍କୁ ସହ ସଂଯୋଜକ ରୂପେ ଦାୟିତ୍ୱ ନିର୍ବାହ କରିବେ । ବାତ୍ୟା ତିତଲି’ ଦ୍ୱାରା ପ୍ରଭାବିତ ଜନସାଧାରଣମାନେ କଂଗ୍ରେସ ଦଳ ତରଫରୁ ଖୋଲାଯାଇଥିବା ଜରୁରୀ କାଳୀନ ସେବା ପ୍ରକୋଷ୍ଠର ନିମ୍ନଲିଖିତ ମୋବାଇଲ ନମ୍ବର ସେମାନଙ୍କର ଆପତି,ଅଭିଯୋଗ ଓ ବହୁମୂଲ୍ୟ ପରାମର୍ଶ ଉପରୋକ୍ତ ବ୍ୟକ୍ତି ବିଶେଷଙ୍କୁ ଦେଇପାରିବେ । ଯୋଗାଯୋଗ ନମ୍ବର- ୭୬୦୯୮୫୨୧୩୧, ୮୮୯୫୨୦୩୦୦୧, ୯୮୬୧୦୧୧୯୬୨, ୭୦୦୮୭୯୯୩୬୪, ୯୩୪୮୧୬୧୬୩୩, ୮୮୪୭୮୫୮୦୨୦, ୯୯୩୭୯୪୮୮୬୮, ୯୨୩୭୦୧୦୯୩୯. ଆପଣମାନଙ୍କର ଆପତି, ଅଭିଯୋଗ ଓ ପରାମର୍ଶକୁ ଆଧାରକରି କଂଗ୍ରେସ ଦଳ ସମସ୍ୟାର ନିରାକରଣ ଲାଗି ଯଥା ସମ୍ଭବ ସହଯୋଗ ଜାରୀ ରଖିବ ବୋଲି  ସେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top