ଭୁବନେଶ୍ୱର : ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଦ୍ୱାରା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରଦାମ ଆକାଶଛୁଆଁ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ, ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ଓ ପ୍ରାକ୍ତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ ବାଇକ ର୍ୟାଲିକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରନ ପଟ୍ଟନାୟକ କଂଗ୍ରେସ ପତାକା ଦେଖାଇ ଉଦଘାଟନ କରିଥିଲେ । ସନ୍ଧ୍ୟା ସାଢ଼େ ୭ଟାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ବିଶାଳ ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ରାମ ମନ୍ଦିର ପର୍ଯ୍ୟନ୍ତ ବାହାରିଥିଲା । ଭୁବନେଶ୍ୱରର ସମସ୍ତ କୋଣ ଅନୁକୋଣରେ ପ୍ରଚାର ଗାଡ଼ି ଓ ର୍ୟାଲି ମାଧ୍ୟମରେ ଛାତ୍ର ଯୁବନେତାମାନେ ଆସନ୍ତା କାଲିର ଚକାଜାମକୁ ଜନସାଧାରଣ ସହଯୋଗ କରିବା ସହ ସାମିଲ ହେବାକୁ ନିବେଦନ କରିଥିଲେ । ଉଭୟ ର୍ୟାଲି ଓ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ଲୋକମାନଙ୍କୁ ସଚେତନ କରାଇଥିଲେ ।


