Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଶ୍ରୀକାନ୍ତ ଜେନା ଅପଦସ୍ତ,ଦଳ ବି ଦୂରେଇଲା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚାଷୀ ସମସ୍ୟା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଆଜି ଦେଇଥିବା ମନ୍ତବ୍ୟ ପାଇଁ ଅପଦସ୍ତ ହୋଇଛନ୍ତି।ଶ୍ରୀକାନ୍ତ ଗଣମାଧ୍ୟମକୁ ଦେଇଥିବା ବୟାନ ତାଙ୍କର ନିଜସ୍ୱ ଓ ସେ ଦଳ ପକ୍ଷରୁ ମନ୍ତବ୍ୟ ଦେବା ପାଇଁ ଅଧିକୃତ ନୁହଁନ୍ତି ବୋଲି କହି କଂଗ୍ରେସ ତାଙ୍କୁ ଦୂରେଇଛି।ଏପରିକି ରାଜନୀତିରେ ବଂଚି ରହିବା ପାଇଁ ଶ୍ରୀକାନ୍ତ ବିଭିନ୍ନ ସମୟରେ ଏଭଳି ବିବୃତି ଦିଅନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଆଜି ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ଜେନା ବିଜେଡିର ଜାନୁଆରୀ ୮ ତାରିଖରେ ପ୍ରସ୍ତାବିତ ସଂସଦ ଘେରାଉ କାର‌୍ୟ୍ୟକ୍ରମ ଏକ ନାଟକ ଓ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ।ରାଜ୍ୟ ସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ।ଋଣ ଛାଡ଼ ନକଲେ ସରକାରଙ୍କୁ ବୟକଟ କରାଯିବ।ମନ୍ତ୍ରୀ, ବିଧାୟକଙ୍କୁ ଅସହଯୋଗ କରାଯିବା ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଘେରାଉ କରାଯିବ।ସରକାର ତୁରନ୍ତ ସ୍ୱତନ୍ତ୍ର କ୍ୟାବିନେଟ ଡାକି ଚାଷୀଙ୍କ ସମସ୍ୟା ଉପରେ ନିଷ୍ପତି ନିଅନ୍ତୁ।ନହେଲେ ଇସ୍ତଫା ଦିଅନ୍ତୁ।ଯଦି ଚାଷୀ ସମସ୍ୟା ସମାଧାନ ଦିଗରେ ସରକାର ପଦକ୍ଷେପ ନନେବେ ତା’ହେଲେ ଆଉ ୪ମାସ ପରେ ନିର୍ବାଚନରେ ଲୋକେ ବିଦା କରିଦେବେ ବୋଲି ଶ୍ରୀ ଜେନା କହିଛନ୍ତି।
ତେବେ ଶ୍ରୀ ଜେନାଙ୍କ ଏହି ବୟାନର ୪ଘଂଟା ନୁପୁରୁଣୁ ପିସିସି ଉପସଭାପତି ତଥା ପିସିସି ଗଣମାଧ୍ୟମ ପରାମର୍ଶଦାତା ଆର୍ଯ୍ୟ ଜ୍ଞାନେନ୍ଦ୍ର ଏକ ପ୍ରେସ ବିବୃତିରେ ଶ୍ରୀକାନ୍ତଙ୍କ ମନ୍ତବ୍ୟକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଚାଷୀ ପ୍ରସଙ୍ଗରେ ବିଜେଡିର କାର‌୍ୟ୍ୟକୁ କଂଗ୍ରେସର ଅଧିକୃତ ମୁଖପାତ୍ରମାନେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ମତ ରଖିସାରଇଛନ୍ତି।ଯାହା ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ହୋଇଛି।ଶ୍ରୀକାନ୍ତ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ପ୍ରସଙ୍ଗରେ ଯେଉଁ ମତ ରଖିଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ।କଂଗ୍ରେସ ତାଙ୍କୁ ଏ ସମ୍ପର୍କରେ ବିବୃତି ରଖିବାକୁ କହିନାହିଁ କିମ୍ବା ସେ ଅଧିକୃତ ନୁହଁନ୍ତି।ରାଜନୀତିରେ ବଂଚିରହିବା ପାଇଁ ସେ ବିଭିନ୍ନ ସମୟରେ ଏଭଳି ବିବୃତି ଦେଇଥାନ୍ତି ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।
ସୂଚନାଯୋଗ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୯୩୦ ଟଙ୍କା କରିବା ଦାବିରେ ବିଜେଡି ଆସନ୍ତା ୮ତାରିଖରେ ସଂସଦ ଘେରାଉ କରିବ ବୋଲି ଘୋଷଣା କରିଥିଲା।ଯାହାକୁ କଂଗ୍ରେସର ମୁଖପାତ୍ରମାନେ କଡ଼ା ସମାଲୋଚନା କରିଥିଲେ।ସଂସଦରେ ଚାଷୀ ସମସ୍ୟାର ଆଲୋଚନା ନକରି ବିଜେଡି ପଳାୟନପନ୍ଥୀ ସାଜିଥିବାବେଳେ ଏବେ ସାମ୍ବାଦିକ ସମ୍ମିଳନୀରେ କାହିଁକି ଗର୍ଜନ କରୁଛନ୍ତି ବୋଲି ଦଳ ପ୍ରଶ୍ନ କରିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top