Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସମତା କ୍ରାନ୍ତି ଦଳରେ ସାମିଲ ହୋଇନି : ଦାମ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନେତୃତ୍ୱରେ ଜନ୍ମ ନେବାକୁ ଥିବା ‘ବିଜୁ ସମତା କ୍ରାନ୍ତି’ ଦଳର ଏବେ ଅକାଳ ମୃତ୍ୟୁ ଘଟିଥିବା ରାଜନୀତିକ ମହଲରେ ଚର୍ଚ୍ଚା।ଡାକ୍ତର ରାଉତ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟ ଏଭଳି ସଙ୍କେତ ଦେଇଛି।ସମତା କ୍ରାନ୍ତି ଦଳର ମୁଖ୍ୟ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ମିଶି ବିଜୁ ସମତା କ୍ରାନ୍ତି ଦଳ ଗଠନ ପାଇଁ ନଭେମ୍ବର ୨୩ ତାରିଖରେ ଘୋଷଣା କରିଥିବା ଡାକ୍ତର ରାଉତ ଏବେ ନିଜେ ନୂଆ ଦଳ ଗଠନ ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।
ଡାକ୍ତର ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳକୁ ‘ବିଜୁ ସମତାକ୍ରାନ୍ତି ଦଳ’ରେ ବିଲୀନ କରିବା ପାଇଁ ସ୍ଥିର ହୋଇଥିଲା।କିନ୍ତୁ ସେହି ବିଲୀନ ପ୍ରକ୍ରିୟା ଓ ନୂଆ ଦଳ ଗଠନ ପାଇଁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଆବେଦନ ହୋଇନାହିଁ।ଏପର‌୍ୟ୍ୟନ୍ତ ସେ ନିଜେ ମଧ୍ୟ କୌଣସି ଦଳର ସଦସ୍ୟ ହୋଇନାହାନ୍ତି।ଯେହେତୁୁ ବିଜୁ ସମତା କ୍ରାନ୍ତି ଦଳର ରୂପରେଖ ସ୍ପଷ୍ଟ ହେଲାନି ଓ ସେ ସମତା କ୍ରାନ୍ତି ଦଳରେ ହିଁ ସାମିଲ ହେଉଥିବା ଲୋକେ ଜାଣିଲେ, ସ୍ୱାଭାବିକ ଭାବେ ତାଙ୍କ ସମର୍ଥକମାନେ ଏହାକୁ ପସନ୍ଦ କଲେନି।ଦାମବାବୁ ଗୋଟିଏ ନୂଆ ଦଳ ଗଠନ କରନ୍ତୁ ବୋଲି ସେମାନେ ଚାହୁଁଛନ୍ତି।ଗୋଟିଏ ସମ୍ପୂର୍ଣ୍ଣ ନୂଆ ଦଳ ହେଉ ଓ ତାଙ୍କୁ ବ୍ୟବହାର କରାଯାଉ ବୋଲି ସେ ଚାହାଁନ୍ତି।ନୂଆ ଦଳର ସଭାପତି ରହିବାକୁ ସେ ଇଚ୍ଛୁକ ନୁହଁନ୍ତି।ଅନ୍ୟ କେହି ହୁଅନ୍ତୁ।ଲୋକଙ୍କ ମତ ଓ ମାନସିକତାକୁ ଦେଖି ତାଙ୍କୁ ବ୍ୟବହାର କରି ନୂଆ ଦଳ ଗଢ଼ାଯାଉ ବୋଲି ଡାକ୍ତର ରାଉତ କହିଛନ୍ତି ।
ଡାକ୍ତର ରାଉତଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ବ୍ରଜକିଶୋର ତ୍ରିପାଠୀ କହିଛନ୍ତି ଯେ, ସମତାକ୍ରାନ୍ତି ଦଳ ଏବେ ରହିଛି ଓ ରହିବ ମଧ୍ୟ।ଦାମବାବୁ ସେଥିରେ ରହିବେ କି ନାହିଁ ତାହା ତାଙ୍କରର ବ୍ୟକ୍ତିଗତ ଇଚ୍ଛା।ସମତାକ୍ରାନ୍ତି ଦଳରେ ମିଶି କାମ କରିବାକୁ ଦାମବାବୁ ଆଗ୍ରହ ଦେଖାଇଥିଲେ ଓ ସେଥିପାଇଁ ନାଁ ସଂଶୋଧନର ପ୍ରସ୍ତାବ ଦେଇଥିଲେ।ଯାହାକୁ ମଧ୍ୟ ଗ୍ରହଣ କରାଯାଇଥିଲା।ଏବେ ଦାମବାବୁ କ’ଣ କହୁଛନ୍ତି ତାହା ସେ ଜାଣନ୍ତି ନାହିଁ।ତାଙ୍କ ଚିନ୍ତାଧାରା ସହ ସମତାକ୍ରାନ୍ତି ଦଳର କିଛି ସମ୍ପର୍କ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୨୩ତାରିଖରେ ଡାକ୍ତର ରାଉତ ଓ ଶ୍ରୀ ତ୍ରିପାଠୀଙ୍କ ଏକ ତାରକା ହୋଟେଲରେ ବିଜୁ ସମତାକ୍ରାନ୍ତି ଦଳ ଗଠନ ସମ୍ପର୍କରେ ଘୋଷଣା କରିଥିଲେ।କିନ୍ତୁ ଏବେ ସେମାନଙ୍କର ବୟାନରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବା ସ୍ପଷ୍ଟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top