Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦେଢ଼ ଟଙ୍କାର ମେଡିସିନରେ ଠିକ୍ ହେଉଛନ୍ତି କରୋନା ରୋଗୀ !

ନୂଆଦିଲ୍ଲୀ : କରୋନା ରୋଗ ପାଇଁ ଏକ ଭଲ ପ୍ରତିଷେଧକ ବିକଶିତ କରିବା ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । ହେଲେ କରୋନାକୁ ସମ୍ପୂର୍ଣ୍ଣଭାବେ ପ୍ରତିହତ କରାଯାଇ ପାରିନାହିଁ । ଏହି ସମୟରେ ମାତ୍ର ଦେଢ଼ ଟଙ୍କାର ମେଡିସିନ କରୋନାକୁ ଭଲ କରୁଥିବା ଜାଣି ସମଗ୍ର ବିଶ୍ୱ ଚକିତ । ଏହି ମେଡିସିନର ନାମ ହେଉଛି ‘ମେଟଫର୍ମୀନ’ । ଏହା ସାଧାରଣତଃ ଡାଇବେଟିସ ରୋଗୀଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଯାହାକି ଏବେ କରୋନା ରୋଗ ପାଇଁ ବେଶ ଉପାଦେୟ ହୋଇପାରିଛି ।
ଆମେରିକାର ମିନ୍ନେସୋଟା ୟୁନିଭରସିଟି ପ୍ରାୟ ୬ ହଜାର ରୋଗୀଙ୍କ ଉପରେ ମେଟ୍‌ଫର୍ମୀନ ମେଡିସିନ ବ୍ୟବହାର କରିଥିଲେ । ଯାହାକି କରୋନା ରୋଗରେ ମୃତ୍ୟୁ ହାର କମାଇବାରେ ଦେଖାଯାଇଥିଲା ବୋଲି ଏହି ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରକାଶ କରିଛନ୍ତି ।
ଇଂରାଜୀ ଖବରକାଗଜ ‘ଦି ସନ୍‌’ ର ରିପୋର୍ଟ ଅନୁଯାୟୀ ବ୍ରିଟେନର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ନେସନାଲ ହେଲ୍‌ଥ ସର୍ଭିସ ପ୍ରଥମରୁ ଏହି ମେଡିସିନର ବ୍ୟବହାର କରିଆସୁଛି । ଏହା ସାଂଘାତିକ ଡାଇବେଟିଜ ରୋଗୀ ଓ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ଉପରେ ବେଶ ପ୍ରଭାବଶୀଳ ବୋଲି ଗବେଷକମାନେ କହିଛନ୍ତି ।
ବୁହାନ ରୋଗୀଙ୍କୁ ଭଲ କରିଛି ମେଟଫର୍ମୀନ :
କରୋନାର ଉତ୍ପତ୍ତି ସ୍ଥଳ ବୁହାନ ର ସାଂଘାତିକ ଅବସ୍ଥାରୁ ଏହି ମେଟଫର୍ମୀନ ମେଡିସିନ ରକ୍ଷା କରିଛି ବୋଲି ଗବେଷଣାରୁ ଜଣାପଡ଼ିଛି । ବୁହାନର ଗବେଷକ ଜାଣିବାକୁ ପାଇଥିଲେ ଯେ ମେଟଫର୍ମୀନ ନେଇଥିବା ରୋଗୀଙ୍କ ମଧ୍ୟରେ ମାତ୍ର ୩ ଜଣ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ମେଟଫର୍ମୀନ ନେଇ ନଥିବା ୨୨ ଜଣ ରୋଗୀଙ୍କ ମୃତୁ ହେବାର ଦେଖାଯାଇଥିଲା । ମାତ୍ର ଦେଢ଼ ଟଙ୍କାର ମେଟଫର୍ମୀନ ମେଡିସିନ କରୋନ ଉପରେ ପକାଉଥିବା ପ୍ରଭାବକୁ ଦେଖି ସଭିଏଁ ଏବେ ଚକିତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top