କଟକ/ଖୋର୍ଦ୍ଧା (ଓଡ଼ିଶା ୱେୟାର) : କଟକ ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ୧୮ ଲକ୍ଷରୁ ଅଧିକ ହିତାଧିକାରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ କ୍ଷେତ୍ରରେ କଟକ ଜିଲ୍ଲାର ସ୍ୱତନ୍ତ୍ରତା ରହିଛି। SCBକୁ ବିଶ୍ୱସ୍ତରୀୟ କରିବା ପାଇଁ କାମ ଚାଲିଛି। ପଣ୍ଡିତ ବିଶ୍ୱନାଥ ପାଠାଗାରର କଳେବର ବୃଦ୍ଧି ପାଇବ।
୧ହଜାର ୫୬୮ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସହ ବିଶ୍ୱସ୍ତରୀୟ ଏସସିବି ଏମ୍ସ ପ୍ଲସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ଚାଷୀ ହେଉ କି ରିକ୍ସାଚାଳକ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ରାଜ୍ୟରେ BSKY ସ୍ମାର୍ଟକାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବେଗୁନିଆ ମିନି ଷ୍ଟାଡିୟମରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥିରେ ଜିଲ୍ଲାର ପ୍ରାୟ ୧୬ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଖୋର୍ଦ୍ଧାବାସୀଙ୍କୁ ୧୧୦୦ କୋଟିର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧାବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଯାହାଦ୍ବାରା ଉପକୃତ ହେବେ ୧୪ ଲକ୍ଷରୁ ଅଧିକ ହିତାଧିକାରୀ।


