Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦାମ ନିଜ କର୍ମଫଳ ଭୋଗୁଛନ୍ତି : ବିଜେଡି

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ନିଜର କର୍ମଫଳ ଭୋଗୁଛନ୍ତି । “କର୍ମୁ ଅଧିକ ଯେ ଲୋଡ଼ଇ, ଚୋର ସମାନ ଦଣ୍ଡ ପାଇ” ଏହା ଡା. ରାଉତଙ୍କ କ୍ଷେତ୍ରରେ ଶତପ୍ରତିଶତ ପ୍ରଯୁଜ୍ୟ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ସେ କହିଛନ୍ତି ଯେ ଡାକ୍ତର ରାଉତଙ୍କର ବର୍ତ୍ତମାନର ଦୟନୀୟ ଅବସ୍ଥା ପାଇଁ ସେ ନିଜେ ହିଁ କେବଳ ଦାୟୀ । କଥାରେ ଅଛି, “ଆପଣା ହସ୍ତେ ଜିହ୍ୱା ଛେଦି, କେ ଅବା ତା’ର ପ୍ରତିବାଦୀ ।” ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୟା ଓ ଅନୁଗ୍ରହରୁ ଡା. ରାଉତ ଚାରି ଚାରିଥର ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । ଏବେ ନିଜ ଭୁଲ ପାଇଁ ମନ୍ତ୍ରିମଣ୍ଡଳରୁ ଗଲା ପରେ ସେ ଯେଭଳି ଦଳ ବିରୋଧରେ ତଥା ଦଳର ସର୍ବମାନ୍ୟ ନେତାଙ୍କ ବିରୋଧରେ ବିଷଦ୍‍ଗାର କରୁଛନ୍ତି, ସେଥିରୁ ତାଙ୍କର ଅସଲ ପରିଚୟ ଜଣାପଡୁଛି । ତାଙ୍କର ପ୍ରଳାପକୁ ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି ବରଂ ସେ ନିଜକୁ ଏକ ହାସ୍ୟାସ୍ପଦ ଭୂମିକାରେ ରଖିସାରିଛନ୍ତି । ଡା. ରାଉତଙ୍କର ନିଜ ଅଞ୍ଚଳରେ ମଧ୍ୟ ଜନସମର୍ଥନ ନାହିଁ, ତାହା ଆଗାମୀ ଦିନରେ ଜଣାପଡିବ । ଡା. ରାଉତ ଜଣେ ବର୍ଷୀୟାନ ଓ ଅନୁଭବି ନେତା । ତାଙ୍କର ଅବଶିଷ୍ଟ ରାଜନୈତିକ ଜୀବନକୁ ସେ ନିଜ ହାତରେ ହତ୍ୟା କରିଛନ୍ତି, ଏଥିପାଇଁ କେହି ଦାୟୀ ନୁହନ୍ତି । ସୂଚନାଯୋଗ୍ୟ , ଦଳରୁ ଡାକ୍ତର ରାଉତଙ୍କ ବହିଷ୍କାର ପରେ ଆଜି ତାଙ୍କୁ ବିଭିନ୍ନ ନେତାମାନେ ନୈତିକ ସମର୍ଥନ ଜଣାଇବା ପରେ ସେ ନିଜର ସ୍ୱରକୁ ଅଧିକ ଶାଣିତ କରିଛନ୍ତି । ସିଧାସଳଖ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବାରେ ପଛାଇ ନାହାନ୍ତି । ଏପରିକି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ସମର୍ଥକ ତାଙ୍କ ଘରକୁ ଯାଇ ସମର୍ଥନ ଜଣାଇଥିବାବେଳେ ବିଜୟ ମହାପାତ୍ର, ପଂଚାନନ କାନୁନଗୋ, ବ୍ରଜ କିଶୋର ତ୍ରିପାଠୀ, ଜୟରାମ ପାଙ୍ଗୀ ପ୍ରମୁଖ ତାଙ୍କ ସହ ଟେଲିଫୋନରେ କଥା ହୋଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top