Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଅସ୍ତିତ୍ୱ ସଙ୍କଟରେ ଦାମ, ଏବେ ଭରସା ପ୍ରଶାନ୍ତଙ୍କ କ୍ୟାମ୍ପ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦୀର୍ଘ ୪ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବେ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛନ୍ତି ।ବିଜେଡିରୁ ବହିଷ୍କୃତ ହେବାପରେ ଦାମଙ୍କ କାର୍ଯ୍ୟଶୈଳୀ ଏବେ ତାଙ୍କର ରାଜନୀତିକ ଗତିବିଧିକୁ ସମ୍ପୂର୍ଣ୍ଣ ନିଷ୍ପଭ୍ର କରିଦେଇଥିବାବେଳେ ନିଜର ଜନ୍ମମାଟି ଏରସମା ବ୍ଲକରେ ମଧ୍ୟ ତାଙ୍କର ଖାସ୍ ଅନୁଗତମାନେ ତାଙ୍କଠୁ ଦୂରେଇବାରେ ଲାଗିଲେଣି ।ରାଜନୀତିକ ପାଣିପାଗକୁ ପରଖି ଦାମଙ୍କ କ୍ୟାମ୍ପରେ ଥିବା ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ଏବେ ବିଜେଡିକୁ ବାହୁଡ଼ିବାରେ ଲାଗିଛନ୍ତି ।ଏପରିକି ତାଙ୍କ ପୁଅ ତଥା ବିଜେଡି ସମ୍ପାଦକ ସମ୍ବିତ ରାଉତରାୟଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି।
ବିଜେଡି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନିଜ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟରେ ଦେଖିବାକୁ ମିଳିଥିଲା ।ଶେଷଥର ପାଇଁ ସମ୍ବିତଙ୍କୁ ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିବାବେଳେ ତାଙ୍କ ପିତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ସେ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ ।ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର ଢ଼େର ପୂର୍ବରୁ ସମ୍ବିତ ଆସି ମଂଚରେ ବସିବା ସହ ପଂଚମଥର ପାଇଁ ନବୀନ ପଟ୍ଟନାୟକ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ବାଢ଼ିଥିଲେ । ସେହିପରି ଦାମଙ୍କ ଖାସ୍ ଅନୁଗତ ଭାବେ ପରିଚିତ ଏରସମା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନଙ୍କୁ ମଧ୍ୟ ଦଳର ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା । ଏରସମା ବ୍ଲକର ଚମ୍ପାହାଟ ଡିହସାହିଠାରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ପାଳିତ ହୋଇଥିବା ପ୍ରତିଷ୍ଠା ଦିବସରେ ଶ୍ରୀମତୀ ପ୍ରଧାନଙ୍କ ଉପସ୍ଥିତି ଅନେକଙ୍କୁ ଚକିତ କରିଥିଲା ।ଦାମଙ୍କ ଇସାରାରେ ୨୦୧୨ ପଂଚାୟତ ନିର୍ବାଚନ, ୨୦୧୪ ସାଧାରଣ ନିର୍ବାଚନ ଓ ୨୦୧୭ ପଂଚାୟତ ନିର୍ବାଚନରେ ଶ୍ରୀମତୀ ପ୍ରଧାନ ଓ ତାଙ୍କ ସମର୍ଥକମାନେ ସ୍ଥାନୀୟ ବିଧାୟକ ଶ୍ରୀ ମୁଦୁଲିଙ୍କୁ ବିରୋଧ କରିଥିଲେ ।ବାସନ୍ତୀ ଓ ତାଙ୍କ ସମର୍ଥକଙ୍କ ବିରୋଧ ସତ୍ୱେ ବାସନ୍ତୀଙ୍କ ନିଜ ପଂଚାୟତରେ ବିଧାୟକ ଶ୍ରୀ ମୁଦୁଲିଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ ତଥା ପୂର୍ବ ତୁଳନାରେ ଅଧିକ ଭୋଟ୍ ବିଜେଡିକୁ ମିଳିଥିଲା ।
ସେବେଠୁ ଦଳରୁ ଦୂରେଇ ରହିଥିବା ବାସନ୍ତୀ ନିର୍ବାଚନମଣ୍ଡଳୀସ୍ତରରେ ପାଳିତ ହେଉଥିବା ପ୍ରତିଷ୍ଠା ଦିବସରେ ସାମିଲ ହୋଇ ପ୍ରଶାନ୍ତଙ୍କ ନିକଟତର ହେବାକୁ ପ୍ରୟାସ କରିଥିଲେ।
ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଦାମଙ୍କ ବିନା ଇସାରାରେ ତାଙ୍କ ପୁଅ ସମ୍ବିତ କିମ୍ବା ସମର୍ଥକ ବାସନ୍ତୀ ଦଳୀୟ ପ୍ରତିଷ୍ଠା ଦିବସରେ ସାମିଲ ହେବାର ସମ୍ଭାବନା କ୍ଷୀଣ ।ଦାମ ନିଜର ରାଜନୀତିକ ଡଙ୍ଗା ବୁଡ଼ୁଥିବା ଦେଖି ତା’ପୂର୍ବରୁ ନିଜ ପୁଅ ଓ ଖାସ୍ ସମର୍ଥକମାନଙ୍କୁ ବିଜେଡି ସହ ଆଡଜଷ୍ଟ ହେବାକୁ ପରାମର୍ଶ ଦେଇଥାଇ ପାରନ୍ତି ।ରାତିପାହିଲେ ବିଜେଡି ନେତୃତ୍ୱଙ୍କୁ ଦାମ ସମାଲୋଚନା କରୁଛନ୍ତି ।ଏପଟେ କିନ୍ତୁ ତାଙ୍କ ପୁଅ ଓ ସମର୍ଥକମାନେ ବିଜେଡି ନେତୃତ୍ୱଙ୍କ ପ୍ରତି ଆସ୍ଥାପ୍ରକଟ କରି ଦଳରେ ରହି ନିଜର ଗୁରୁତ୍ୱ ବଢ଼ାଇବାରେ ଲାଗିଛନ୍ତି ।ଦାମଙ୍କ ଏଭଳି ଦୋମୁହାଁ ଚରିତ୍ରକୁ ନେଇ ତାଙ୍କର ସମର୍ଥକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଯେଉଁ କାରଣରୁ ଦାମଙ୍କ ସମର୍ଥକମାନେ ଏବେ ଧୀରେଧୀରେ ପ୍ରଶାନ୍ତଙ୍କ କ୍ୟାମ୍ପରେ ସାମିଲ ହେବାରେ ଲାଗିଛନ୍ତି ।
ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରେ ଏବେ ମାରାଥନ୍ ଶିଳାନ୍ୟାସ ଓ ଉଦଘାଟନୀ ଉତ୍ସବ କରି ବିଧାୟକ ଶ୍ରୀ ମୁଦୁଲି ପ୍ରତ୍ୟେକ ଗାଁରେ ନିଜର କର୍ମୀ ଓ ସମର୍ଥକଙ୍କ ମନୋବଳ ଦୃଢ଼ କରିବାରେ ଲାଗିଛନ୍ତି । ବିକାଶମୂଳକ କାର୍ଯ୍ୟ ଓ ସାମାଜିକ ଯୋଜନାକୁ ଦଳମତ ନିର୍ବିଶେଷରେ ଲୋକଙ୍କ ନିକଟରେ ପହଂଚାଇବା ଉପରେ ବିଧାୟକ ଶ୍ରୀ ମୁଦୁଲି ଗୁରୁତ୍ୱ ଦେଉଥିବାରୁ ତାହା ତାଙ୍କୁ ସାଧାରଣ ଲୋକଙ୍କ ନିକଟରେ ଅଧିକ ଗ୍ରହଣୀୟ କରାଇବାରେ ଲାଗିଛି ।ଗୋଟିଏ ମୁଖ୍ୟ ବିରୋଧୀ ଦଳ କଂଗ୍ରେସରେ ଗୋଷ୍ଠୀବିବାଦ ଓ ଟିକେଟକୁ ଛକାପଞ୍ଝା ଏବଂ ବିଜେପିରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ପ୍ରଶାନ୍ତ ଏହାର ଭରପୂର ଫାଇଦା ଉଠାଇବାରେ ଲାଗିଛନ୍ତି ।କଂଗ୍ରେସରେ ଟିକେଟ୍ ଦାବିଦାର ଭାବେ ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ଶାରଦା ଜେନା ଓ ଶିବବ୍ରତ ଦାସଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ବିଜେପିରେ ମଧ୍ୟ ଅନୁରୂପ ଭାବେ ପ୍ରିୟରଞ୍ଜନ ଦାସ, ରଘୁନନ୍ଦନ ଦାସ, ଚିତରଞ୍ଜନ କଂସ ଓ ଅମିତା ଦାସ ଟିକେଟ ପାଇଁ ଲବିରେ ରହିଛନ୍ତି । ଦାମଙ୍କ ବହିଷ୍କାର ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିବା ପରେ ପ୍ରଶାନ୍ତଙ୍କ ଗୁରୁତ୍ୱ ରାଜ୍ୟ ରାଜନୀତିରେ ବୃଦ୍ଧି ପାଇଛି ।ଯାହାର ଫାଇଦା ତାଙ୍କୁ ନିର୍ବାଚନମଣ୍ଡଳୀରେ ମିଳିଛି।ଏପରିକି ଦଳୀୟ ଟିକେଟ୍ ପାଇବେ ଦମ୍ଭୋକ୍ତି ବାଢ଼ି ନିର୍ବାଚନ ମଣ୍ଡଳୀରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବରିଷ୍ଠ ନେତା ଉମେଶ ସ୍ୱାଇଁ, ବିଜେଡି ଯୁବମୋର୍ଚ୍ଚାର ମନ୍ଦାକିନୀ କର ଓ ଶଶୀଭୂଷଣ ପରିଡ଼ାଙ୍କ ଭଳି ଚରିତ୍ରମାନେ ପ୍ରଶାନ୍ତଙ୍କ ଗୁରୁତ୍ୱ ବୃଦ୍ଧି ଆଗରେ ନିଜକୁ ଅସହାୟ ମନେକରି ଚୁପ୍ ରହିବାକୁ ବାଧ୍ୟ ହେଲେଣି।

ଏପଟେ ଦାମଙ୍କ ଅସ୍ତିତ୍ୱ ସଙ୍କଟ ଏବଂ ଅନ୍ୟପଟେ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପିରୁ ଦଳୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ଛକାପଞ୍ଝା ଲାଗି ରହିଥିବା ଯୋଗୁ ଅସନ୍ତୁଷ୍ଟ ବିଜେଡି କର୍ମୀମାନେ ବାଧ୍ୟ ହୋଇ ପ୍ରଶାନ୍ତଙ୍କ କ୍ୟାମ୍ପକୁ ବାହୁଡ଼ିବାରେ ଲାଗିଛନ୍ତି।
ଅବଶ୍ୟ ଏହା ସତ୍ୟ ଯେ, ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ରାଜନୀତିକ ମଇଦାନ ସମ୍ପୂର୍ଣ୍ଣ ଏବେ ଖାଲି ରହିଛି ଓ ପ୍ରଶାନ୍ତ ଏକତରଫା ଭାବେ ଲୋକଙ୍କ ନିକଟତର ହେବା ପାଇଁ ନିଜସ୍ୱ କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି ।ଗତ ନିର୍ବାଚନ ତୁଳନାରେ ଏଥର ବିଜେଡିର ସ୍ଥିତି ଅପେକ୍ଷାକୃତ ସୁଦୃଢ଼ ଥିବାବେଳେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହେବାପରେ ହିଁ ନିର୍ବାଚନମଣ୍ଡଳୀରେ ଅସଲ ଲଢ଼େଇ ଆରମ୍ଭ ହେବ ବୋଲି ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top