ଆବଶ୍ୟକ ସାମଗ୍ରୀ:
ବୋନଲେସ ଚିକେନ
ଗୋଲମରିଚ ଗୁଣ୍ଡ
ଟମାଟୋ ସସ୍
ଚିଲି ସସ୍
ଭିନେଗାର
ଲୁଣ
କର୍ଣ୍ଣଫ୍ଲୋର
ଅଦା
ରସୁଣ
କଞ୍ଚା ଲଙ୍କା
ବଟର, ସୋୟା ସସ୍
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବୋନଲେସ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଗୋଲମରିଚ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର, ଅଦାରସୁଣ ପେଷ୍ଟ, କିଛି ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ପ୍ରାୟ ଏକ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍ରେ ରିଫାଇନ ପକାଇ ଚିକେନକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ।
ଏହାପରେ ଅନ୍ୟ ଏକ ପ୍ୟାନ୍ରେ ବଟର ପକାନ୍ତୁ। ତାହା ଗରମ ହୋଇଗଲେ ଛୋଟ ଛୋଟ ସ୍ଲାଇସ୍ ଭାବେ କଟା ହୋଇଥିବା ରସୁଣ, କଞ୍ଚାଲଙ୍କା ପକାଇ ତାହାକୁ ହାଲକା ଭାଜନ୍ତୁ। ଏବେ ସେଥିରେ ସୋୟାସସ୍, ଟମାଟୋ ସସ୍, ଚିଲି ସସ୍ ପକାନ୍ତୁ। ଏହାପରେ କର୍ଣ୍ଣଫ୍ଲୋରର ଏକ ଘୋଳ ପ୍ରସ୍ତୁତ କରି ଦିଅନ୍ତୁ। ଏହା ଗାଢ଼ା ହୋଇଗଲେ ସେଥିରେ ଚିକେନ ଫ୍ରାଏ ପକାଇ ଦିଅନ୍ତୁ। ତାହା ଉପରେ ଗୋଲମରିଚ ଗୁଣ୍ଡ ପକାଇ କିଛି ଲେମ୍ବ ଚିପୁଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବଟର, ଗାର୍ଲିକ ଚିକେନ ।


