Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଅ।ସନ୍ତୁ ପ୍ରସ୍ତୁତ କରିବା ଢ଼ାବା ଷ୍ଟାଇଲ ସ୍ବାଦିଷ୍ଟ ଚିକେନ୍

ଆବଶ୍ଯକୀୟ ସାମଗ୍ରୀ
୫୦୦ ଗ୍ରାମ ଚିକେନ
୩ଟି ସୁଖିଲା ଲଙ୍କା
୨ଟି ପିଆଜ
୧୦-୧୨ଟି ଭୃଷଙ୍ଗ ପତ୍ର
୧ ଚାମଚ ହଳଦି ପାଉଡର
୧ ଚାମଚ ଗରମ ମସଲା
ଗାର୍ନିସ କରିବା ପାଇଁ ଧନିଆ ପତ୍ର
ସ୍ବାଦାନୁସାରେ ଲୁଣ
୨ ଚାମଚ ତେନ୍ତୁଳି ରସ
୨ ଚାମଚ ତେଲ, ୨ ଚାମଚ ଧନିଆ ପାଉଡର
୨ ଚାମଚ ଅଦା ରସୁଣ ପେଷ୍ଟ
୩ଟି ଲାଲ ଲଙ୍କା
୨ ଚାମଚ ଭଜା ବାଦାମ
୧ ଚାମଚ ଜିରା
୨-୩ଟି କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ:
ନଡିଆ, ବାଦାମ ଏବଂ ଗୋଟା ସୁଖିଲା ଲଙ୍କାକୁ ନେଇ ଗ୍ରାଇଣ୍ଡିଂ କରି ଦରଦରା ପେଶି ଦିଅନ୍ତୁ। ଏବେ ଏକ ବଡ ପାତ୍ର ନିଅନ୍ତୁ, ସେଥିରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା ପକାଇ ଦିଅନ୍ତୁ ଏହା ଫୁଟିବାକୁ ଲାଗିଲେ ସେଥିରେ କଟା ପିଆଜ ପକାଇ ୨ ମିନିଟ ପର୍ଯ୍ଯନ୍ତ ଭାଜି ଦିଅନ୍ତୁ । ପିଆଜ ଭଲଭାବେ ଫ୍ରାଏ ହେବା ପରେ ଏଥିରେ କଟା କଞ୍ଚା ଲଙ୍କା ପକାନ୍ତୁ ।
ଏହାକୁ ୨ ମିନିଟ ପର୍ଯ୍ଯନ୍ତ ଭାଜନ୍ତୁ ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ ଗୋଟେ ମିନିଟ୍ ପାଇଁ ଭାଜି ସେଥିରେ ଅଦା-ରସୁଣ ପେଷ୍ଟ ପକାନ୍ତୁ । ଏବେ ପୁଣି ଥରେ ଧୀମା ଆଞ୍ଚରେ ରାନ୍ଧନ୍ତୁ ଏବଂ ମସଲା ଯେମିତିକି ହଳଦି ପାଉଡର, ଲୁଣ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ପକାଉଡର ଏବଂ ଧନିଆ ପାଉଡର ପକାନ୍ତୁ।
ଏହି ସବୁ ସାମଗ୍ରୀକୁ ଏକା ସାଥିରେ ଧୀମା ଆଞ୍ଚରେ ଗୋଟେ ମିନିଟ୍ ପର୍ଯ୍ଯନ୍ତ ରାନ୍ଧନ୍ତୁ ଏବଂ ଏଥିରେ କିଛି ଚାମଚ ପାଣି ପକାଇ ମସଲା ଗାଢ଼ ହେବାକୁ ଛାଡନ୍ତୁ । ଚିକେନ ଖଣ୍ଡକୁ ପକାଇ ତାକୁମସଲା ସହ ମିଶାଇ ଦିଅନ୍ତୁ ଏବେ ତେନ୍ତୁଳି ପେଷ୍ଟ ଏବଂ ଗରମ ମସଲା ପାଉଡର ପକାନ୍ତୁ ।
ପାଣି ଦେଇ ଏହାକୁ ୫ ମିନିଟ ପର୍ଯ୍ଯନ୍ତ ସିଝିବାକୁ ଛାଡି ଦିଅନ୍ତୁ ଘୋଡଣୀ ଖୋଲି ଏହାକୁ କିଛି ସମୟ ଚାମଚରେ ଚଲାନ୍ତୁ ଏବଂ ଏହାକୁ ଆଉ ୧୦ ମିନିଟ୍ ସିଝିବା ପାଇଁ ଛାଡି ଦିଅନ୍ତୁ ଏବେ ଆପଣଙ୍କର ଚିକେନ କରି ପ୍ରସ୍ତୁତ ହୋଇଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top