Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫ୍ରିଜ ରେ ରଖିଥିବା ବାସି ଖାଦ୍ୟ ଖାଉଛନ୍ତି କି ? ସାବଧାନ !

ନୂଆଦିଲ୍ଲୀ : ଫ୍ରିଜ୍‌ରେ ଦୀର୍ଘ ସମୟ ଧରି ରଖା ଯାଇଥିବା ଖାଦ୍ୟକୁ ଖାଇବା ଦ୍ୱାରା ଆପଣଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ିପାରେ । ବ୍ରିଟେନରେ ଏମିତି ଏକ ମାମଲା ସାମନାକୁ ଆସିଛି । ଯେଉଁଥିରେ ଫ୍ରିଜ୍‌ରେ ରଖିଥିବା ବାସି ଖାଦ୍ୟକୁ ନେଇ ଜଣେ ଯୁବକଙ୍କୁ ଉଭୟ ଗୋଡ଼ କାଟିବା ସହ ହାତର ଆଙ୍ଗୁଠି ମଧ୍ୟ ଶରୀରରୁ ଅଲଗା କରିବାକୁ ପଡ଼ିଛି ।

ଇଂଲଣ୍ଡ ଜର୍ନଲ ଅଫ୍ ମେଡିସିନ୍‌ର ରିପୋର୍ଟ ଅନୁଯାଇ , ଜେସି ନାମକ ଜଣେ ଷ୍ଟୁଡେଣ୍ଟଙ୍କର କୌଣସି ପ୍ରକାରର ଆଲର୍ଜି ନଥିଲା । ସେ କେବେ ମଦ୍ୟପାନ ବି କରିନଥିଲେ ଜ୍ଝ ଜେସି ଗୋଟିଏ ରାତି ପୂର୍ବରୁ ଖାଇବା ପାଇଁ ରେଷ୍ଟୁରାଣ୍ଟରୁ ନୁଡଲ୍ସ ଓ ଚିକେନ ରୁମ୍ କୁ ଆଣି ଥିଲେ ।ଭୋଜନ କରିବା ପରେ ବଳକା ଖାଦ୍ୟକୁ ଫ୍ରିଜ୍‌ରେ ରଖି ଦେଇଥିଲେ ।

ତାପର ଦିନ ଜେସି ଫ୍ରିଜ୍‌ରେ ରଖିଥିବା ସେହି ଭୋଜନ ଖାଇଥିଲେ । ସେହି ବାସି ଭୋଜନକୁ ଖାଇବା କ୍ଷଣି ଜେସିଙ୍କୁ ହଠାତ୍ ଖୁବ୍ ଜୋରରେ ଜ୍ୱର ହୋଇଥିଲା ଏବଂ ହାର୍ଟବିଟ୍ ମଧ୍ୟ ବହୁତ ବଢ଼ି ଯାଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଡାକ୍ତର ତାଙ୍କର ଚେକ୍‌ଅପ୍ ରୁ ଜାଣିବାକୁ ପାଇଥିଲେ ଯେ, ଜେସିଙ୍କୁ ବ୍ୟାକ୍ଟିରିଆଲ ଇନଫେକ୍ସନ ହୋଇଥିଲା । ଏଥିଯୋଗୁଁ ତାଙ୍କୁ ସେପ୍ସିସ ରୋଗ ହୋଇଥିଲା।

ଏହି ରୋଗ କାରଣରୁ ତାଙ୍କର କିଡନୀ କାମ କରିବା ବନ୍ଦ କରିଦେଇ ଥିଲା ଏବଂ ତାଙ୍କର ରକ୍ତ ମଧ୍ୟ ଜମିବାକୁ ଲାଗିଲା । ତାଙ୍କ ଶରୀରରେ ସେପ୍ସିସର ଇନଫେକ୍ସନ ଜୋରରେ ବ୍ୟାପୁଥିଲା ଜ୍ଝ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ପ୍ରଥମେ ତାଙ୍କର ହାତର ଆଙ୍ଗୁଠି ଓ ପରେ ଦୁଇ ଗୋଡ଼ କାଟିଦେଲେ । ପାଖାପାଖି ୨୬ ଦିନ ଯାଏ ବେହୋସ ରହିବା ପରେ ତାଙ୍କର ଚେତା ଆସିଲା । ସେପର‌୍ୟ୍ୟନ୍ତ ସେ ସବୁକିଛି ହରାଇ ସାରିଥିଲେ ।

ମେଡିକାଲ ବିଶେଷଜ୍ଞଙ୍କ ମୁତାବିକ , ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ସେପ୍ସିସ ହୋଇଥାଏ । ଏହି ରୋଗ କରୋନା ଭାଇରସ , ଇନଫ୍ଲୁଏଞ୍ଜା ଓ ଫଙ୍ଗଲ ସଂକ୍ରମଣ କାରଣରୁ ମଧ୍ୟ ହୋଇପାରେ । ରିସର୍ଚ୍ଚରୁ ଏହି କଥା ସ୍ପଷ୍ଟ ହୋଇ ପାରିନାହିଁ କି ରେଷ୍ଟୁରାଣ୍ଟରୁ ଅଣା ଯାଇଥିବା ଖାଦ୍ୟରେ ବ୍ୟାକ୍ଟେରିଆ କେମିତି ହେଇଗଲା ।

ହେଲେ ଡାକ୍ତରଙ୍କ କହିବା ଅନୁସାରେ ଫ୍ରିଜ୍‌ରେ ରଖିବା କାରଣରୁ ଏଥିରେ ବ୍ୟାକ୍ଟେରିଆ ରହିଯାଇଥିବା ଆଶଙ୍କା କରାଯାଉଛି । ତେଣୁ ବିଶେଷଜ୍ଞଙ୍କ ମତରେ ଫ୍ରିଜ ରେ ବେଶୀ ସମୟ ଯାଏ ଖାଦ୍ୟ ରଖିବା କଥା ନୁହେ । ଯେବେ ବି ଫ୍ରିଜ୍‌ରୁ ଖାଦ୍ୟ ବାହାରକୁ ଆଣୁଛନ୍ତି, ଏହାକୁ ଖାଇବା ପୂର୍ବରୁ ଭଲ ଭାବେ ଗରମ କରିବା ଜରୁରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top