Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାର୍ଯ୍ୟକ୍ଷମ ହେଲା ଇ-ଥାନା, ଏଣିକି ଅନଲାଇନ୍ ଏଫଆଇଆର

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି । ଗାଡ଼ି ଚୋରି ମାମଲାର ଅଭିଯୋଗ ଏଣିକି ଅନଲାଇନ ମାଧ୍ୟମରେ କରିହେବ। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ।

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟସରକାର ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିଠୁ ରାଜ୍ୟରେ ଇ-ଥାନା ବା ଭର୍ଚୁଆଲ ଥାନାର ଶୁଭାରମ୍ଭ କରିଛନ୍ତି । ଗାଡ଼ି ଚୋରି ମାମଲାର ଅଭିଯୋଗ ଏଣିକି ଅନଲାଇନ ମାଧ୍ୟମରେ କରିହେବ। ଏହି ଥାନା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ପରିସରରେ କାର୍ଯ୍ୟକ୍ଷମ ହେବ ଓ ଏହାର ପରିସୀମା ସମଗ୍ର ରାଜ୍ୟବ୍ୟାପୀ ରହିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଥାନାକୁ ଉଦଘାଟନ କରିଛନ୍ତି। ଏହାସହିତ ସଡ଼କ ଦୁର୍ଘଟଣା ମାମଲାର ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ସେବାକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି।
ଆଜି ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ୩ଟି ସେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭାରମ୍ଭ କରିବା ସହ ତାଙ୍କ ସରକାର ରାଜ୍ୟବାସୀଙ୍କୁ ନାଗରିକକେନ୍ଦ୍ରିକ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁ ଲୋକମାନଙ୍କୁ ଆଉ ଅଯଥାରେ ଦୌଡ଼ିବାକୁ ପଡ଼ିବ ନାହିଁ। ଇ-ଥାନା ଭଳି ନୂଆ ବ୍ୟବସ୍ଥା ଫଳରେ ଏଣିକି କାହାର ଗାଡ଼ି ଚୋରି ହେଲେ ଏତଲା ଦେବା ପାଇଁ ଥାନାକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ। ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଅବା ସହାୟତା ଆପ୍ ମାଧ୍ୟମରେ ଅନଲାଇନରେ ପୁଲିସ ନିକଟକୁ ଅଭିଯୋଗ ପଠାଇ ପାରିବେ। ପୁଲିସ ଅନଲାଇନରେ ଏତଲାକୁ ପଞ୍ଜିକରଣ କରିବ। ଏହାଫଳରେ ଏତଲାକାରୀଙ୍କୁ ନିଜ ମୋଟର ସାଇକେଲ ଅବା ଗାଡ଼ି ଚୋରିବାବଦ ଇନ୍ୟୁରାନ୍ସ ଦାବି କରିବା ସହଜ ହେବ।
ସେହିପରି ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ କାଗଜପତ୍ର ଠିକ୍ କରିବା ପାଇଁ ଏକ ମଡ୍ୟୁଲ ପ୍ରସ୍ତୁତ ହୋଇଛି। ଏଥିରେ ବୀମା କମ୍ପାନୀ କିମ୍ବା ସଡ଼କ ଦୁର୍ଘଟଣାର ଶିକାର ବ୍ୟକ୍ତି ଆବଶ୍ୟକ ଦସ୍ତାବିଜ ଡାଉନଲୋଡ୍ କରିପାରିବେ। ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପାଇଁ ଏହି ସେବା ମାଗଣା ହୋଇଥିବାବେଳେ ବୀମା କମ୍ପାନୀକୁ ସ୍ୱଳ୍ପ ପରିମାଣର ଫି’ ଦେବାକୁ ପଡ଼ିବ। ଏହି ୱେବସାଇଟରେ ଦୁର୍ଘଟଣାର ଏତଲା କପି, ଫାଇନାଲ ଫର୍ମ, ସ୍ପଟ ମ୍ୟାପ, ଡ୍ରାଇଭିଂ ଲାଇସେନ୍ସ, ପୋଷ୍ଟମର୍ଟମ ରିପୋର୍ଟ ସମେତ ସବୁ ତଥ୍ୟ ଉପଲବ୍ଧ ଅଛି।
ସେହିପରି ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ମାଧ୍ୟମରେ ଉଭୟ ପୁଲିସ ଓ ଡାକ୍ତରଙ୍କୁ ସହାୟତା ମିଳିବ। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଲିସ ଏଣିକି ଅନଲାଇନରେ ରିକ୍ୟୁଜିସନ୍ ପଠାଇପାରିବ। ଏହାଫଳରେ ଡାକ୍ତରୀ ରିପୋର୍ଟ ପାଇବାରେ ଅଯଥା ବିଳମ୍ବ କିମ୍ବା ହାତସଫେଇ କାର୍ଯ୍ୟ ହୋଇପାରିବ ନାହିଁ। ଏହି ଉଦଘାଟନୀ ଉତ୍ସବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top