ଭୁବନେଶ୍ୱର(ଓଡ଼ିଶା ୱେୟାର):୫ ରାଜ୍ୟର ଫଳାଫଳ ଉପରେ ଓଡ଼ିଶାରେ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ନିଜର ପ୍ରତିକ୍ରିୟା ରଖିଛନ୍ତି।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେଛତିଶଗଡ଼ବାସୀ ବିକାଶକୁ ଅନୁଭବ ନ କରି ବିଜେପିକୁ ଗାଦିଚ୍ୟୁତ କରିଛନ୍ତି।ଠିକ୍ ସେମିତି ଓଡ଼ିଶାର ଲୋକେ ଶାସନ ବ୍ୟବସ୍ଥାକୁ ଅନୁଭବ ନ କରି ବିଜେଡିକୁ ଗାଦିଚ୍ୟୁତ କରି ବିକାଶ ପାଇଁ କଂଗ୍ରେସକୁ ସହଯୋଗ କରିବେ।
ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଏହି ନିର୍ବାଚନର ଫଳାଫଳ ବାର୍ତ୍ତା ଦେଉଛି ପରିବର୍ତ୍ତନର।ରାଜ୍ୟବାସୀ ଗୋଟିଏ ଶାସନ ବ୍ୟବସ୍ଥାକୁ ଦୀର୍ଘ ସମୟ ଧରି ବରଦାସ୍ତ କରୁନାହାନ୍ତି।ସେଥିପାଇଁ ପରିବର୍ତ୍ତନ ଚାହୁଁଛନ୍ତି। ଆମେ ଜନାଦେଶକୁ ସ୍ୱାଗତ କରୁଛୁ। ଆଉ ଏହି ପରିବର୍ତ୍ତନର ହାୱା ଓଡ଼ିଶାକୁ ସ୍ପର୍ଶ କରିବ ଓ ବିଜେଡି ସରକାରର ପତନ ଘଟିବ।
ବିଜେଡି ମୁଖପାତ୍ର ଅରୁଣ ସାହୁ କହିଛନ୍ତି ଯେ ଓଡ଼ିଶାରେ ବିଜେପି ଯାହା ଆଶା କରୁଛି,ତାକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିବେ। ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଭରସା ରହିଛି। ନବୀନଙ୍କୁ ହିଁ ଆଶୀର୍ବାଦ ଦେବେ।


