Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ରିଜର୍ଭ ବ୍ୟାଙ୍କରେ ପ୍ରଥମ ଓଡ଼ିଆ ଗଭର୍ଣ୍ଣର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର ଉର୍ଜିତ ପଟେଲ ଅଚାନକ ନିଜ ପଦରୁ ଇସ୍ତଫା ଦେବାପରେ ଓଡ଼ିଆ ଆଇଏଏସ୍‌ ଶକ୍ତିକାନ୍ତ ଦାସଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। ସର୍ବୋଚ୍ଚ ବ୍ୟାଙ୍କର ଶୀର୍ଷ ଦାୟିତ୍ୱ ନେବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ। ସେ ଆଗାମୀ ୩ ବର୍ଷ ଯାଏ ଏହି ଦାୟିତ୍ୱ ତୁଲାଇବେ।

୨୦୧୫ରୁ ୨୦୧୭ ମସିହାଯାଏ ଅର୍ଥନୀତିକ ବ୍ୟାପାର ସଚିବ ଦାୟିତ୍ୱ ତୁଲାଇଥିବା ଶ୍ରୀ ଦାସ ବର୍ତ୍ତମାନ ଅର୍ଥ କମିଶନ୍‌ର ସଦସ୍ୟଭାବେ କାର‌୍ୟ୍ୟ କରୁଛନ୍ତି। ତାଙ୍କର କାର‌୍ୟ୍ୟଦକ୍ଷତା ଏବଂ ଦୂରଦୃଷ୍ଟି କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ୨୦୧୪ ଜୁନ୍‌ ୧୬ରେ ତାଙ୍କୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ଦିଆଯାଇଥିଲା।

୨୦୧୬ ମସିହାରେ ନୋଟ୍‌ବନ୍ଦୀ ନିଷ୍ପତ୍ତି ଲାଗୁ ହୋବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନୋଟ୍‌ବନ୍ଦୀର ସଫଳତାକୁ ନେଇ ପ୍ରଶ୍ନ ଉଠିବା ସମୟରେ ସେ ହିଁ ସରକାରଙ୍କ ପକ୍ଷ ରଖିଥିଲେ। ୧୯୮୦ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତଙ୍କ ଘର ଓଡ଼ିଶାର ଭୁବନେଶ୍ୱର ସହରରେ। ସେ ୨୫ତମ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବେ। ଆଗକୁ ଛପା ହେବାକୁ ଥିବା ନୋଟ୍‌ରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆଙ୍କ ସ୍ୱାକ୍ଷର ରହିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top