Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନଙ୍କ ଅଚଳାଚଳ ସମ୍ପତ୍ତି, ୫ଟି ସ୍ଥାନରେ ଚାଲିଛି ରେଡ୍‌

ଭୁବନେଶ୍ବର (ଓଡ଼ିଶା ୱେୟାର) :ବହିଷ୍କୃତ କୁବେର କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଅଚଳାଚଳ ସମ୍ପତ୍ତି । ୧୮ ହଜାର ବର୍ଗଫୁଟ ଜାଗାରେ ଠିଆ ହୋଇଛି ୨ କୋଟିରୁ ଅଧିକ ଟଙ୍କାର ବିଲଡିଂ । ନୂଆପଡ଼ାରେ ରହିଛି ୪୫ ଲକ୍ଷ ଟଙ୍କାର ଏକ ପ୍ଲଟ୍‌ ।
ସୁନ୍ଦରପଦାରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍‌, ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ବୀମା, ୩୦ ଲକ୍ଷରୁ ଅଧିକ ଟଙ୍କାର ୪ଟି ଚାରି ଚକିଆ ଦାମୀ ଗାଡ଼ି, ୨ଟି ବାଇକ୍‌ ଏବଂ ୨୧ଟି ବ୍ୟାଙ୍କ୍‌ ପାସ୍‌ବୁକ୍‌ ଜବତ କରିଛି ଭିଜିଲାନ୍ସ । ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍‌ କରି ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ସୂଚନା ଥାଉକି, ଭିଜିଲାନ୍ସ ଜାଲରେ ପଡିଛନ୍ତି ଭୁବନେଶ୍ୱର କମିସନରେଟ ପୋଲିସର ପୂର୍ବତନ କନଷ୍ଟେବଳ ପ୍ରସନ୍ନ ବେହେରା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ଘରେ ରେଡ୍‌ ଗତକାଲି କରିଥିଲା ଭିଜିଲାନ୍ସ ଟିମ୍‌ । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିଲା । ଭୁବନେଶ୍ୱର କଳ୍ପନା ଛକ ଘର, ଡୁମଡୁମାର ସ୍ପାର୍କ ଫର୍ନିଚର, ଲିଙ୍ଗିପୁର ଫର୍ଣ୍ଣିଚର ଓ୍ଵାର୍କସପ, ପାତ୍ରପଡା ସ୍ଥିତ ସାଉଥ ସିଟି ବାର୍‌ ସମେତ ପୈତୃକ ଘର ଖୋର୍ଦ୍ଧା ଜିଲ୍ଲା ନୂଆପଡାରେ ଏକ କାଳୀନ ଚଢାଉ କରୁଛି ଭିଜିଲାନ୍ସର ୫ ଟିମ ।

ଟିମ୍‌ରେ ୨ ଡିଏସପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ରହିଥିଲେ। ପୂର୍ବରୁ ଚାକିରୀରୁ ବିଦା ହୋଇଥିଲେ ପ୍ରସନ୍ନ ବେହେରା । ବିନା ଲାଇସେନ୍‌ସରେ ଭୁବନେଶ୍ୱର ପାତ୍ରପଡ଼ା ସାଉଥ ସିଟି ବାର୍‌ ଚଳାଇବା ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଥିଲା । ଗତ ସେପ୍ଟେମ୍ବରରୁ ସରିଥିଲା ସାଉଥ ସିଟି ବାରର୍‌ ଲାଇସେନ୍‌ସ ଅବଧି।

ତଥାପି ବେଧଡକ ଭାବେ ବିଳମ୍ବିତ ରାତିଯାଏ ଖୋଲୁଥିଲା ବାର୍‌ । ଉଡୁଥିଲା ପୁଳା ପୁଳା ଟଙ୍କା, ଝୁମୁଥିଲେ ଗ୍ରାହକ। କୋଭିଡ କର୍ଫ୍ୟୁର ଉଲ୍ଲଂଘନ ସହ ଅବକାରୀ ଆଇନ ଅନୁଯାୟୀ ଥାନାରେ ରୁଜୁ ହୋଇଥିଲା। ମନୀଷ ଅନୁରାଗ ହତ୍ୟା ମାମଲାରେ ତଦନ୍ତ ବେଳେ ସାଉଥ ସିଟି ବାର୍‌ର କାରନାମା ସାମ୍ନାକୁ ଆସିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top