Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଞ୍ଜାବ ବିଧାନସଭାରେ ମହିଳା ବିଧାୟକଙ୍କ ହାତାହାତି

ଲାହୋର: ରବିବାର ପାକିସ୍ତାନରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । କେବଳ ରାଜଧାନୀ ଇସଲାମାବାଦରେ ରାଜନୈତିକ କାର୍ଯ୍ୟକଳାପ ନୁହେଁ, ସୁବା-ଇ-ପଞ୍ଜାବରେ ମଧ୍ୟ ରାଜନୈତିକ ନାଟକ ଦେଖିବାକୁ ମିଳିଥିଲା । ରବିବାର ଦିନ ପଞ୍ଜାବ ପ୍ରଦେଶର ବିଧାନସଭାରେ ମହିଳା ବିଧାୟକମାନେ ପରସ୍ପର ସହ ହାତାହାତି ହେଉଥିବା ଦେଖିବାକୁ ମିଳିଥିଲା ।
ଏହାର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି । ଡନ୍ ନ୍ୟୁଜ୍ ଦ୍ୱାରା ଅଂଶୀଦାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ମହିଳାମାନେ ପରସ୍ପର ସହ ଝଗଡା କରୁଥିବା ଦେଖିବାକୁ ମିଳୁଛି । ସୂଚନା ଥାଉକି, ପଞ୍ଜାବ ହେଉଛି ପାକିସ୍ତାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ରବିବାର ଦିନ ଇସଲାମାବାଦରେ ପାକିସ୍ତାନ ସଂସଦର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ମଧ୍ୟ ଇମ୍ରାନ ଖାନ ପଞ୍ଜାବର ରାଜ୍ୟପାଳଙ୍କୁ ନିନ୍ଦା କରିଥିଲେ ।
ଏହାପୂର୍ବରୁ ସେଠାରେ ସିଏମ ଉସମାନ ବୁଜଦାର ଇସ୍ତଫା ଦେଇଥିଲେ। ରବିବାର ଦିନ ଗୃହର ନୂତନ ନେତା ତଥା ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ପଞ୍ଜାବ ବିଧାନସଭା ଅଧିବେଶନ ଡକାଯାଇଥିଲା । କିନ୍ତୁ ଜାତୀୟ ବିଧାନସଭା ପରି ପଞ୍ଜାବ ବିଧାନସଭାର ପ୍ରକ୍ରିୟା ମଧ୍ୟ ଭୋଟ୍ ନ ଦେଇ ଏପ୍ରିଲ ୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଅଧିବେଶନ ସ୍ଥଗିତ ହେବା ପରେ ସରକାର ଏବଂ ବିରୋଧୀ ଦଳର ମହିଳା ବିଧାୟକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏମିତିକି ନିଜ ନିଜ ମଧ୍ୟରେ ପେଲାଠେଲା ହୋଇଥିଲା । ଏହି ଭିଡିଓରେ ଶାସକ ଦଳର ମହିଳା ବିଧାୟକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପରକୁ ଠେଲି ଦେଉଥିବାର ଦେଖାଯାଉଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top