ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜଧାନୀର ପ୍ରତିଷ୍ଠିତ ଆପୋଲୋ ହସ୍ପିଟାଲରେ ଆଜି ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲ କୋଠାର ୫ମ ମହଲରେ ଥିବା ବ୍ୟାଟେରୀ ରୁମରେ ଏହି ନିଆଁ ଲାଗିଥିଲା, ଯାହାକି ଅଗ୍ନିଶମ ବାହିନୀର ତ୍ୱରିତ୍ ପଦକ୍ଷେପ ଯୋଗୁ ନିୟନ୍ତ୍ରଣ କରାଯାଇ ପାରିଛି।
ଆପୋଲୋ ହସ୍ପିଟାଲ ସିଇଓ କହିଛନ୍ତି ଯେ, ପଞ୍ଚମ ଫ୍ଲୋରରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିଥିଲା। ତେବେ କୌଣସି ସମ୍ପତ୍ତି ନଷ୍ଟ ହୋଇନାହିଁ। ନିଆଁ ଲାଗିବା କାରଣରୁ ଆଇସିୟୁରେ ଥିବା ୧୫ଜଣ ରୋଗୀଙ୍କୁ ୪ଟି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ସୂଚନାନୁଯାୟୀ, ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରେ ନିଆଁ ଲାଗିଥିବାର ଜଣାପଡିଛି ଜ୍ଝଖବର ମିଳିବାପରେ ଦମକଳ ବାହିନୀ ହସ୍ପିଟାଲ୍ରେ ନିଆଁ ଆୟତ୍ତ କରିବା ସହ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନଥିବା ଜଣାପଡିଛି । ତେବେ ହସ୍ପିଟାଲରେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।


