Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କୋହଳ ହେଲା ସଚିବାଳୟ କର୍ମଚାରୀଙ୍କ ପଦୋନ୍ନତି ନିୟମ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନ ପୂର୍ବରୁ ପୁଲିସ କର୍ମଚାରୀ ଓ ସଚିବାଳୟ କର୍ମଚାରୀଙ୍କୁ ରାଜ୍ୟ ସରକାର ଉପହାର ଦେଇଛନ୍ତିି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀ ସହ ଜଡ଼ିତ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଏହା ସହିତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସର ଅନ୍ତରୀଣ ଚିଠା ବଜେଟକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।
ସୂଚନା ଅନୁସାରେ,ଓଡ଼ିଶା ପୁଲିସ ସେବା ଓ ଓଡ଼ିଶା ସଶସ୍ତ୍ର ପୁଲିସ ସେବା ନିୟମର ସଂଶୋଧନ ଏବଂ ଓଡ଼ିଶା ସଚିବାଳୟ ସେବା ନିୟମ-୨୦୧୬ରେ ସଂଶୋଧାନକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ପୁଲିସ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ପୁଲିସ ସେବା ଓ ଓଡ଼ିଶା ସଶସ୍ତ୍ର ପୁଲିସ ସେବା ନିୟମ-୨୦୧୩ରେ ସଂଶୋଧନ କରି ବିଭାଗୀୟ ପଦୋନ୍ନତି କମିଟିର ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଯାହାଫଳରେ କନେଷ୍ଟବଳ ପାହ୍ୟାରୁ ଡିଏସପି ପାହ୍ୟା ପର୍ଯ୍ୟନ୍ତ ପୁଲିସ କର୍ମଚାରୀମାନଙ୍କୁ ଏଣିକି ପଦୋନ୍ନତି ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ସେହିପରି ସଚିବାଳୟ କର୍ମଚାରୀଙ୍କୁ ଖୁସି କରିବା ପାଇଁ ରାଜ୍ୟ ସରକାର ଏଏସଓରୁ ଏସଓ(ସେକ୍ସନ ଅଫିସର) ପାହ୍ୟାକୁ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ୧୨ବର୍ଷର ବରିଷ୍ଠତାକୁ ହ୍ରାସ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସଚିବାଳୟ ସେବା ନିୟମ-୨୦୧୬ରେ ଆବଶ୍ୟକ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଫଳରେ ଏଣିକି ଜଣେ ଏଏସଓ ପାହ୍ୟାରୁ ମାତ୍ର ୮ବର୍ଷ ପରେ ଏସଓ ପାହ୍ୟାକୁ ପଦୋନ୍ନତି ପାଇପାରିବ। ସେହିପରି ଅଣ୍ଡର ସେକ୍ରେଟେରୀରୁ ଡେପୁଟି ସେକ୍ରେଟେରୀ ଏବଂ ଡେପୁଟି ସେକ୍ରେଟେରୀରୁ ଜଏଣ୍ଟ ସେକ୍ରେଟେରୀ ପଦକୁ ପଦୋନ୍ନତି ନିମନ୍ତେ ଚାକିରି ଅଭିଜ୍ଞତାକୁ ଏଣିକି ୩ବର୍ଷ ପରିବର୍ତ୍ତେ ୧ବର୍ଷକୁ ହ୍ରାସ କରାଯାଇଛି । ସେହିପରି ଜଏଣ୍ଟ ସେକ୍ରେଟେରୀ ପଦରୁ ଆଡିସିନାଲ ସେକ୍ରେଟେରୀ ପଦବୀକୁ ପଦୋନ୍ନତି ନିମନ୍ତେ ୩ବର୍ଷ ଚାକିରୀ ଅଭିଜ୍ଞତା ସର୍ତ୍ତକୁ ଉଠାଇ ଦିଆଯାଇଛି। ଯାହାଫଳରେ ଏଣିକି ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ସଚିବାଳୟ ସେବାର କର୍ମଚାରୀମାନେ ଜଏଣ୍ଟ ସେକ୍ରେଟେରୀ ପଦରୁ ଆଡସିନିକାଲ ସେକ୍ରେଟେରୀ ପଦବୀ ପଦୋନ୍ନତି ପାଇପାରିବେ।

ସେହିପରି ଓଡ଼ିଶା ସରକାରୀ ଡ୍ରାଇଭର ନିୟମାବଳୀ-୨୦୧୩ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଯାହାଫଳରେ ଏଣିକି ଡ୍ରାଇଭରମାନଙ୍କୁ ମଧ୍ୟ ପଦୋନ୍ନତି ମିଳିପାରିବ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top