Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ମନୋରଞ୍ଜନ

‘କବୀର୍‌ ସିଂହ’: ୩ ଦିନରେ ୭୦କୋଟିରୁ ଅଧିକ ଆୟ

ମୁମ୍ବାଇ: ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’ ତିନି ଦିନରେ ୭୦ କୋଟିରୁ ଅଧିକ ଆୟ କରିସାରିଲାଣି। ପ୍ରଥମ ଦିନରେ ହିଁ ଏହା ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଦେଇଥିଲା। ଫିଲ୍ମଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ କରି ରେକର୍ଡ଼ କରିଛି। ଦ୍ୱିତୀୟ ଦିନରେ ଏହା ୨୨.୭୧ କୋଟି ଓ ତୃତୀୟ ଦିନରେ ଏହା ୨୭.୨୯ କୋଟି ଆୟ କରିଛି।ଫିଲ୍ମଟିକୁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଛି।

‘କବୀର୍‌ ସିଂହ’ ଶାହିଦ କପୁରଙ୍କ କ୍ୟାରିୟରର ସବୁଠୁ ବଡ଼ ଓପନର ଫିଲ୍ମ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ ଏହି ରେକର୍ଡ଼ ‘ପଦ୍ମାବତ୍‌’ ନାଁରେ ଥିଲା। ଏହି ଫିଲ୍ମ ପ୍ରଥମ ଦିନରେ ୧୯ କୋଟିର ବିଜନେସ କରିଥିଲା। ଫିଲ୍ମରେ ଶାହିଦ୍‌ ରାଣୀ ପଦ୍ମାବତୀଙ୍କ ସ୍ୱାମୀ ରାଜା ରାୱଲ ରତନ ସିଂହଙ୍କ ଭୂମିକାରେ ଅଭିନୟ କରିଥିଲେ।‘କବୀର ସିଂହ’ ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା ଆୟ କରି ୨୦୧୯ର ଏବେ ପର୍ଯ୍ୟନ୍ତ ଚତୁର୍ଥ ବଡ଼ ଓପନର ଫିଲ୍ମ ହୋଇଯାଇଛି। ସଲମାନଙ୍କ ‘ଭାରତ୍’ ୪୨.୩୦ କୋଟି ଆୟ କରି ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ନମ୍ବରରେ ୨୧.୬୦ କୋଟି ଟଙ୍କା ଆୟ କରି ଫିଲ୍ମ ‘କଲଙ୍କ’ ରହିଥିବାବେଳେ ଅକ୍ଷୟଙ୍କ ‘କେଶରୀ’ ୨୧.୦୬ କୋଟି ଆୟ କରି ତୃତୀୟ ସ୍ଥାନରେ ରହିଛି।

ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ଶାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫିଲ୍ମରେ ଶାହିଦଙ୍କ ଲୁକ୍‌ ଓ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ବାଙ୍ଗା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top