Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଧାନ ପରିଷଦ : ନେତାଙ୍କ ଥଇଥାନ ଚାପ ନା ଭବିଷ୍ୟତ ଆଶଙ୍କା

ଭୁବନେଶ୍ୱର : ଦୀର୍ଘ ୪ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ବିଧାନ ପରିଷଦ ଗଠନ ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏକ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସହିତ ବିଧାନ ପରିଷଦ ସମ୍ପର୍କିତ ସବିଶେଷ ଅନୁଧ୍ୟାନ ପାଇଁ ଗଠିତ କମିଟିକୁ ଖୁବଶୀଘ୍ର ଆନ୍ଧ୍ରପ୍ରଦେଶ ଓ ବିହାର ଗସ୍ତରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କମିଟି ସେଠାରେ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଧାରା ସମ୍ପର୍କିତ ବିଶଦ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ତେବେ ପ୍ରଶ୍ନ ଉଠୁଛି, ଗତ ୪ବର୍ଷ ଧରି ଶୀତଳ ଭଣ୍ଡାରରେ ରହିଥିବା ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ କାହିଁକି ଏବେ ଅନୁମୋଦନ କଲେ । ରାଜନୀତିକ ବିଶ୍ଲେଷକଙ୍କ ମତରେ, ଦଳରେ ଥିବା ନେତାଙ୍କୁ ଥଇଥାନ ପାଇଁ ବଢ଼ୁଥିବା ଚାପକୁ ପ୍ରଶମିତ କରିବା ନା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ସଂଖ୍ୟା ହ୍ରାସର ଆଶଙ୍କାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଏଭଳି ରଣନୀତି ପ୍ରସ୍ତୁତ କରିଛନ୍ତି । ଏବେ ବିଜେଡିରେ ବିଭିନ୍ନ ଦଳଡ଼ିଆଁ ନେତା ଓ ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କୁ ରାଜନୀତିକ ଥଇଥାନ କରିବା ଏବେ ବିଜେଡି ସୁପ୍ରିମୋଙ୍କ ପାଇଁ ଏକପ୍ରକାର ବାଧ୍ୟତାମୂଳକ ହୋଇଗଲାଣି । ନିର୍ବାଚନ ପୂର୍ବରୁ ସେମାନଙ୍କୁ ଥଇଥାନ କରାନଗଲେ ଦଳୀୟ ଟିକେଟ୍ ବଂଟନ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ଅନ୍ୟ ଏକ କାରଣ ହେଉଛି ଗତ କିଛିଦିନ ଧରି ବିଜେପି ନେତୃତ୍ୱ ଯେଭଳି ଭାବେ ଆକ୍ରମଣାତ୍ମକ ଆଭିମୁଖ୍ୟପୋଷଣ କରି ଓଡ଼ିଶା ଉପରେ ଅଧିକ ଫୋକସ୍ କରିଛନ୍ତି ତାହା ମଧ୍ୟ ବିଜେଡିକୁ ଚିନ୍ତାରେ ପକାଇଛି । ଗତ ୧୮ବର୍ଷ ଧରି କ୍ଷମତାରେ ରହିଥିବା ଯୋଗୁ ତୃଣମୂଳସ୍ତରରେ ବଢ଼ୁଥିବା କ୍ଷମତାବିରୋଧୀ ହାୱାର ଫାଇଦା ନେବାକୁ ବିଜେପି ଏବେ ଓଡ଼ିଶାକୁ ଟାର୍ଗେଟ୍ କରିଛି । ଯଦି ବିଜେପି ନେତୃତ୍ୱ ବାସ୍ତବରେ ଓଡ଼ିଶାକୁ ଫୋକ୍ସ କରି କ୍ଷମତାକୁ ଆସିବା ପାଇଁ ରଣନୀତିକୁ ସଫଳ ରୂପ ଦେବେ, ତା’ହେଲେ ବିଜେଡି ପାଇଁ ୨୦୧୯ ନିର୍ବାଚନରେ ଆଶାନୁରୂପ ସିଟ୍ ହାସଲ କରିବା କଷ୍ଟକର ହେବ । ୨୦୧୯ ନିର୍ବାଚନରେ ବିଜେଡିର ସିଟ୍ କମିଲେ ଦଳରେ ଥିବା ଅସନ୍ତୁଷ୍ଟକୁ ହାତେଇ ବିଜେପିକୁ କ୍ଷମତା ଦଖଲ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏସବୁ ଏବେ ବିଧାନସଭାରେ ବିଜେଡିର ସଂଖ୍ୟା ୧୧୮ ଥିବାରୁ ବିଧାନସଭା ଗଠନ ହେଲେ ସହଜରେ ନିଜର ୪୦ଜଣ ନେତାଙ୍କୁ ଥଇଥାନ କରାଯାଇପାରିବ । କାରଣ ସଂଖ୍ୟା ଦୃଷ୍ଟିରୁ ପ୍ରସ୍ତାବିତ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ଅତିବେଶୀରେ ୪୯ ରହିବ । ବିଧାନସଭାର ମୋଟ ଆସନର ଏକ ତୃତୀୟାଂଶ ପରିମାଣ ହିଁ ବିଧାନ ପରିଷଦର ସଦସ୍ୟ ହେବେ । ଏବେ ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତରପ୍ରଦେଶ ଓ ଆସାମରେ ବିଧାନ ପରିଷଦ ରହିଛି ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ଜାନୁୟାରୀ ୨ ତାରିଖରେ ଡଃ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ୫ଜଣିଆ କମିଟି ଗଠନ କରିଥିଲେ । ଏହି କମିଟିରେ ପ୍ରମିଳା ମଲ୍ଲିକ, ଭୁଜବଳ ମାଝୀ, ମନୋହର ରନ୍ଧାରୀ ଓ ନୀତିଶ ଗଙ୍ଗଦେବ ସଦସ୍ୟ ରହିଥିଲେ । ଏହି କମିଟି ମହାରାଷ୍ଟ୍ର ଓ କର୍ଣ୍ଣାଟକ ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦର କାର୍ଯ୍ୟଧାରା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top