Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ଆର୍ଥିକ ସ୍ୱାୟତ୍ତତା ଦିଅ,ଆମ ଚାଷୀ କଥା ଆମେ ବୁଝିବୁ : ନବୀନ

ନୂଆଦିଲ୍ଲୀ(ଓଡ଼ିଶା ୱେୟାର): ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦିଲ୍ଲୀରେ ବିଶାଳ ଚାଷୀ ସମାବେଶ କରିଛନ୍ତି। ଏହି ସମାବେଶରେ ନବୀନ ପୁଣିଥରେ ‘ଆର୍ଥିକ ସ୍ୱାୟତ୍ତତା’ ଦାବି ଉଠାଇବା ସହ ଏହା ମିଳିଲେ ରାଜ୍ୟର ଚାଷୀଙ୍କ ହକକୁ ପୂରଣ କରିବାରେ ରାଜ୍ୟ ସରକାର ସକ୍ଷମ ହେବେ ବୋଲି କହିଛନ୍ତି।
ଆଜି ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ବିଜେଡିର ଚାଷୀ ସମାବେଶରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାର କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ‘କାଳିଆ’ ଯୋଜନାକୁ ସବୁଠୁ ଭଲ ବୋଲି କହିଛନ୍ତି। ଏହି ଯୋଜନାରରେ ରାଜ୍ୟର ୯୨% ଚାଷୀ,ନାମମାତ୍ର ଚାଷୀ,ଭାଗଚାଷୀ ଓ ଭୂମିହୀନ ଉପକୃତ ହେବେ। ୫ବର୍ଷ ମଧ୍ୟରେ ରାଜ୍ୟର ୧୦ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତା’ର ନିକଟତର ହୋଇସାରିଛୁ । ସାଢ଼େ ୪ବର୍ଷ ମଧ୍ୟରେ କୃଷି ପାଇଁ ୩୦ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଧାନର ଏମଏସପି ୨୯୩୦ଟଙ୍କାକୁ ବୃଦ୍ଧି ଓ ସ୍ୱାମୀନାଥନ କମିଶନଙ୍କ ସୁପାରିସ ଲାଗୁ ପାଇଁ ରାଜ୍ୟର ଦାବି କେନ୍ଦ୍ର ସରକାର ନଶୁଣିବାରୁ ବିଜେଡି ଦିଲ୍ଲୀରେ କୃଷକ ଅଧିକାର ସମାବେଶ କରିଛି। ଏମଏସପି ବୃଦ୍ଧି ଚାଷୀଙ୍କ ହକ୍। ଏହି ହକ୍ ପାଇଁ ଦଳ ତା’ର ଲଢ଼େଇ ଜାରି ରଖିବ। ରାଜ୍ୟଗୁଡ଼ିକୁ ଅର୍ଥନୀତିକ ସ୍ୱାୟତ୍ତତା ଦେବାକୁ ଦାବି କରି ନବୀନ କହିଛନ୍ତି ଯେ ଏହା ସମ୍ଭବ ହୋଇପାରିଥିଲେ ଆଜି ଚାଷୀଭାଇଙ୍କୁ ଦିଲ୍ଲୀ ଆସିବାକୁ ପଡ଼ିନଥାନ୍ତା । ଏମଏସପି ଚାଷୀଙ୍କ ହକ୍, କାହାର ଦୟା ନୁହେଁ। ଚାଷୀଙ୍କ ହକ ପାଇଁ ବିଜେଡି ଲଢ଼େଇ ଜାରି ରଖିବ। ଏମଏସପି ସ୍ଥିର କରିବା ଓ ସ୍ୱାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏହି ଦାୟିତ୍ୱରୁ କେନ୍ଦ୍ର ଖସିପାରିବନି। ଧାନର ଏମଏସପି ବୃଦ୍ଧି ପାଇଁ ଓଡ଼ିଶା ବିଧାନସଭା ଗୃହ କମିଟି କେନ୍ଦ୍ର ସରକାରଙ୍କୁ ଭେଟିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ସମାବେଶରେ ବିଜୁ କୃଷକ ଜନତା ଦଳର ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ସୂର୍ଯ୍ୟନାରାୟଣ ପାତ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମହିଳା ବିଜେଡି ସଭାନେତ୍ରୀ ମୀନତୀ ବେହେରା, ଏୟୁ ସିଂହଦେଓ, ଭର୍ତ୍ତୃହରି ମହତାବ,ତଥାଗତ ସତପଥୀ, ପ୍ରଶାନ୍ତ ମୁଦୁଲି ଓ ବହୁ ବିଧାୟକ ଓ ଦଳୀୟ ନେତା କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏହି ସମାବେଶରେ ଓଡ଼ିଶାରୁ ପ୍ରାୟ ୩ହଜାର ଓ ୨ହଜାର ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top