Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ : ରାଜ୍ୟ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି। କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମାଞ୍ଚଳ ବିକାଶର ସ୍ୱର୍ଣ୍ଣିମ ଚେହେରା ଉପସ୍ଥାପନ କରିଛନ୍ତି।
୫୧ ପୃଷ୍ଠା ସମ୍ବଳିତ ଅଭିଭାଷଣକୁ ବିଧାନସଭାରେ ଉପସ୍ଥାପନ କରି ରାଜ୍ୟପାଳ କହିଛନ୍ତି, ୨୦୦୦ ମସିହା ପରଠାରୁ ଓଡ଼ିଶାରେ ପରିବର୍ତ୍ତନ ଆରମ୍ଭ ହୋଇଛି।“ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଉଦାହରଣ ସାଜିଛି। ରାଜ୍ୟରେ କୃଷି ଉତ୍ପାଦନ ବଢ଼ିଛି। ରାଜ୍ୟକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିଛି। ଆର୍ଥିକ ଦେବାଳିଆରୁ ଆର୍ଥିକ ସ୍ୱଚ୍ଛଳ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ସ୍ମାର୍ଟ ସିଟି ଚାଲେଂଜରେ ଭୁବନେଶ୍ୱର ଶ୍ରେଷ୍ଠ ହୋଇଛି।” ବିପର୍ଯ୍ୟୟ ପ୍ରଶମନ, କୃଷି ବିକାଶ, ଜଳସେଚନ ହେଉ କି କନ୍ୟା ଶିକ୍ଷା, ମହିଳା ସଶକ୍ତିକରଣ, ବେକାରୀ ଦୂରୀକରଣରେ ରାଜ୍ୟ ସରକାର ଅଭୂତପୂର୍ବ ପ୍ରଦର୍ଶନ କରିଛନ୍ତି।
ସେ ଆହୁରି କହିଥିଲେ, ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲାଗୁ ହୋଇଛି।ମୋ ସରକାର ଚାଷୀଙ୍କୁ ୬୫ ହଜାର ମୋବାଇଲ ଦେଇଛି। ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗକୁ ଗୁରୁତ୍ୱର ସହ ନିଆଯାଇଛି।”
ଗ୍ରାମୀଣ ବିକାଶକୁ ନେଇ ରାଜ୍ୟପାଳ କହିଥିଲେ ଯେ “ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି। ଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ୪ ନିୟୁତ ଘର ନିର୍ମାଣ ହୋଇଛି। ୩୧୪ ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟ ଶେଷ ହୋଇଛି। ‘ଗ୍ରୀନ୍ ମହାନଦୀ ମିଶନ’ରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। ଗ୍ରାମୀଣ ରାସ୍ତା ନିର୍ମାଣକୁ ମୋ ସରକାର ଗୁରୁତ୍ୱ ଦେଇଛି। ଚଳିତବର୍ଷ ୯୨୩୦ କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି। ବିଭିନ୍ନ ରାସ୍ତାରେ ଛୋଟବଡ଼ ୧୩୦ଟି ସେତୁ କରାଯାଉଛି।”
ରାଜ୍ୟପାଳ କହିଥିଲେ ଯେ, “କାଳିଆ ଯୋଜନା ପ୍ରଚଳନ କରି ରାଜ୍ୟରେ କୃଷକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଦାରିଦ୍ର‌୍ୟ ଦୂରୀକରଣ ଏବଂ କୃଷିର ଉନ୍ନତି ପାଇଁ ନିକଟରେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ରାଜ୍ୟର ୯୨ ପ୍ରତିଶତ କ୍ଷୁଦ୍ର, ମଧ୍ୟମ ଓ ନିମ୍ନ ଚାଷୀ ତଥା ଭାଗଚଷୀ, ଋଣୀ ଓ ଅଣ ଋଣୀ ଚାଷୀଙ୍କ ବିକାଶରେ ସହାୟକ ହୋଇପାରିଛି। ଏହି ଯୋଜନାରେ ସରକାର ୧୨ଲକ୍ଷ ୪୫ ହଜାର କ୍ଷୁଦ୍ର ମଧ୍ୟମ ଚାଷୀଙ୍କ ସମେତ ୫୮ ହଜାର ଭାଗଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୬୫୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୋ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଆରମ୍ଭ କରିଥିବା ମଧ୍ୟ ସେ କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top