ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ସଂସ୍ଥାନଗୁଡ଼ିକ ଏବେ ହିନ୍ଦି ଭାଷାକୁ ବାଧ୍ୟତାମୂଳକ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପରିବର୍ତ୍ତେ ହିନ୍ଦି ଭାଷା ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧ୍ୟାପକଙ୍କ ନିମନ୍ତେ ଅଫିସ୍ କାର୍ଯ୍ୟରେ ତୁରନ୍ତ ଏହି ହିନ୍ଦି ଭାଷା ଉପଯୋଗ ବାଧ୍ୟତାମୂଳକ ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି। ତେବେ ଏମ୍ସ କତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ତୀବ୍ର ବିରୋଧ କରିଥିବାବେଳେ ବିଜେଡି ଆସନ୍ତାକାଲି ଏନେଇ ବିଧିବଦ୍ଧ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି।
ଭୁବନେଶ୍ୱର ଏମ୍ସର ଉପନିଦେ୍ର୍ଧଶକ(ପ୍ରଶାସନିକ) ପିକେ ରାୟଙ୍କ ଦସ୍ତଖତରେ ଗତକାଲି(ଗୁରୁବାର) ଜାରି ହୋଇଥିବା ନିଦେ୍ର୍ଧଶନାମାରେ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ହିନ୍ଦିରେ ଦସ୍ତଖତ କରିବା ସହ, ଫାଇଲରେ ହିନ୍ଦି ଭାଷାରେ ନାଁ ଓ ବିଷୟ ଲେଖିବାକୁ କୁହାଯାଇଛି। ସେହିପରି ଅତିକମରେ ୩୦ପ୍ରତିଶତ ନୋଟିଂ ଓ ଡ୍ରାଫ୍ଟିଂ ହିନ୍ଦି ଭାଷାରେ ହେବ। ୫୫ପ୍ରତିଶତ ଚିଠିପତ୍ର ହିନ୍ଦି ଭାଷାରେ ଯିବ। ଦ୍ୱିଭାଷାରେ ବ୍ୟବହୃତ ହେଉଥିବା ଫର୍ମଗୁଡ଼ିକରେ ହିନ୍ଦି ଭାଷା ରହିବ ଓ କର୍ତ୍ତୃପକ୍ଷ ସମସ୍ତ ଚିଠିର ଉତ୍ତର ହିନ୍ଦି ଭାଷାରେ ହିଁ ଦେବେ। ପ୍ରତି ୩ମାସରେ ଥରେ ଅଧିକାରୀମାନେ ସେମାନଙ୍କର ବିଭାଗରେ ହେଉଥିବା କାର୍ଯ୍ୟର ରିପୋର୍ଟ ହିନ୍ଦି ଭାଷାରେ ପ୍ରସ୍ତୁତ କରି ସରକାରୀ ଭାଷା ସେକ୍ସନକୁ ରିପୋର୍ଟ ଦେବେ। ସେହି ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇ ତାକୁ ମନ୍ତ୍ରଣାଳୟକୁ ପଠାଯିବ ବୋଲି ନିଦେ୍ର୍ଧଶନାମାରେ ଉଲ୍ଲେଖ ରହିଛି।
ଏହି ନିଦେ୍ର୍ଧଶ ଏମ୍ସରେ କାର୍ଯ୍ୟରତ ସମସ୍ତ ପ୍ରଶାସନିକ, ଏକାଡେମୀ, ହସ୍ପିଟାଲ ପ୍ରଶାସନ, ଅର୍ଥ ଓ ଆକାଉଣ୍ଟସ ଏବଂ ବିଭାଗୀୟ ମୁଖ୍ୟଙ୍କ ନିମନ୍ତେ ଲାଗୁ ହେବ ବୋଲି କୁହାଯାଇଛି।
ତେବେ ଓଡ଼ିଶାରେ ଥିବା କେନ୍ଦ୍ରୀୟ ପ୍ରତିÂାନଗୁଡ଼ିକ ହିନ୍ଦି ଭାଷାକୁ ବାଧ୍ୟତାମୂଳକ କରିବା ଦ୍ୱାରା ଓଡ଼ିଆ ଭାଷାର ଗୁରୁତ୍ୱ ହ୍ରାସ ପାଇବାରେ ଲାଗିଛି। ଯଦିଓ ହିନ୍ଦି ଜାତୀୟ ଭାଷା ତଥାପି ଭାଷାଭିତ୍ତିକ ରାଜ୍ୟ ଓଡ଼ିଶାରେ ଏହାକୁ ବାଧ୍ୟତାମୂଳକ କରାଯିବା ଓ ରାଜ୍ୟ ସରକାର ଚୁପ୍ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


