ଭୁବନେଶ୍ୱର,(ଓଡ଼ିଶା ୱେୟାର) : ଏଥର ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର । ୨୦୨୧ ମସିହା ପାଇଁ ପୁସ୍ତକ ସରିଯାଇଥିବା ଅପେରା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଡକ୍ଟର ଦିଗରାଜ
ବ୍ରହ୍ମା ଙ୍କୁ ମିଳିବ ବାଲ୍ ସାହିତ୍ଯ ପୁରସ୍କାର । ‘ଗୀତ କହେ ମିତ’ର କଥା ପାଇଁ ବାଲ୍ ସାହିତ୍ଯ ପୁରସ୍କାର ପାଇବେ ଡକ୍ଟର ଦିଗରାଜ
ବ୍ରହ୍ମା ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ଯ ଏକାଡେମୀ ଯୁବ ପୁରସ୍କାର ପାଇବେ ଦେବ ବ୍ରତ ଦାସ । ସ୍ପର୍ଶ ଓ ଅନ୍ଯ ଗଳ୍ପ ପାଇଁ ତାଙ୍କୁ ପୁରସ୍କୃତ କରାଯିବ। ସେହିପରି ସଂସ୍କୃତ ଭାଷା ପାଇଁ କେନ୍ଦ୍ର ସାହିତ୍ଯ ଏକାଡେମୀ ଯୁବ ପୁରସ୍କାର ପାଇବେ ଲେଖିକା ଶ୍ୱେତପଦ୍ମା ଶତପଥୀ । କଥା କଳ୍ପଲତା ପାଇଁ ପୁରସ୍କାର ପ୍ରଦାନ ଲାଗି ତାଙ୍କ ନାଁ ଘୋଷଣା କରାଯାଇଛି । ମୟୂରଭଞ୍ଜର ଲେଖକ କୁନା ହାଁସଦାଙ୍କୁ ସାନ୍ତାଳୀ ଭାଷା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯିବ ସାଗାଇ ଗାନାଡ଼େ ପାଇଁ ସେ ଏହି ପୁରସ୍କାର ପାଇବେ ।


