Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଫଗାନିସ୍ତାନରେ ଦେଖାଦେଲାଣି ମାନବୀୟ ସଂକଟ ଅନାହାର ମୃତ୍ୟୁ, ମହାମାରୀର ପଦଧ୍ବନୀ, ଚିନ୍ତାରେ ବିଶ୍ବ

କାବୁଲ: ତାଲିବାନୀଙ୍କ ଆଫଗାନିସ୍ତାନ ଅଧିକୃତ ପରେ ସାଧାରଣ ଜନଜୀବନ ବେଶ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଭୟରେ ସାଧାରଣ ଲୋକେ ଏଣେତେଣେ ପଳାୟନର ରାସ୍ତା ବାଛି ନେଇଛନ୍ତି । ତୃଣମୂଳ ସ୍ତରରେ ଦୈନନ୍ଦିନ ଜୀବନରେ ସମସ୍ୟା ବେଶ ଅଧିକ ବଢିଯାଇଛି । ତାଲିବାନୀ ଆତଙ୍କବାଦୀଙ୍କ ଭୟରେ ମହିଳା ଓ ଶିଶୁ ଭୟଭୀତ ହୋଇ ପଡ଼ିଛନ୍ତି । ଯଦିଓ ତାଲିବାନୀ ତାର ସ୍ବଭାବ ସୁଧାରିବାକୁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି । ତେବେ ବର୍ତ୍ତମାନ ସମୟରେ ତାଲିବାନୀଙ୍କ ଭୟରେ ସୁରକ୍ଷା ପାଇଁ ଶରଣାର୍ଥୀଙ୍କ କ୍ୟାମ୍ପରେ ରହିଛନ୍ତି ତାଲିବାନବାସୀ । ଏଭଳି ସମୟରେ ଆଫଗାନିସ୍ତାନରେ ମାନବୀୟ ସଂକଟ ଗୁରୁତର ଭାବେ ମୁଣ୍ଡ ଟେକିଲାଣି ।

କ୍ୟାମ୍ପରେ ଅତ୍ୟାଧିକ ଲୋକମାନଙ୍କ ଭିଡ଼ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ବର୍ତ୍ତମାନ ମୁଣ୍ଡ ଟେକିଛି । ଖାଦ୍ୟ ସଂକଟ ଦେଖାଦେଇଥିବା ବେଳେ ମହିଳା ଓ ଛୋଟ ଛୁଆଙ୍କୁ କ୍ଷୀର ମିଳୁନଥିବା ଜଣାପଡ଼ିଛି । ତେବେ ଏଭଳି ସମୟରେ ସେମାନଙ୍କୁ ଉଦ୍ଧାର କରିବାକୁ ପଡ଼ୋଶୀ ରାଷ୍ଟ୍ର ସହାୟତା ଯୋଗାଇ ଦେବାକୁ ସମଗ୍ର ବିଶ୍ବର ଅନୁରୋଧ କରୁଛି । ନାଟୋ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକ ସେମାନଙ୍କ ସୀମା ଖୋଲିଦେବାକୁ କହିଛି। କାରଣ ତାଲିବାନର କ୍ରୁର ଶାସନରେ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କାବୁଲସ୍ଥିତ ରାଜନ୍ୟାୟିକ କହିଛି ଯେ, ଇରାନ, ପାକିସ୍ତାନ ଓ ତାଜିକିସ୍ତାନ ସେମାନଙ୍କର ବାୟୁ ଓ ସ୍ଥଳ ସୀମା ଖୋଲିଦେବାର ଆବଶ୍ୟକତା ରହିଛି ।

ସେପଟେ ମାନବିକ ସହାୟତା ଯୋଗାଇ ଦେଇ ଆସୁଥିବା ସଂସ୍ଥା ଗୁଡ଼ିକ କହିଛନ୍ତି କି, ଯେଉଁମାନେ ବର୍ତ୍ତମାନ ଆଫଗାନିସ୍ତାନରେ ରହିଯାଇଛନ୍ତି, ସେମାନଙ୍କ ପାଇଁ ଅନାହାର, ମହାମାରୀ ଓ ବିଭିନ୍ନ ପ୍ରକାର ନିର୍ଯାତନାର ସଂକଟ ବଢିବାର ସମ୍ଭାବନା ଯଥେଷ୍ଟ ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି ଆମେରିକା ସେନା ଅବଶିଷ୍ଟ ଲୋକଙ୍କୁ ଉଦ୍ଧାର କରିଦେବ । କିନ୍ତୁ ଏହି କାମରେ ସେମାନଙ୍କୁ ସହାୟତା କରିବ କି ନାହିଁ ତାହା ତାଲିବାନ ଉପରେ ନିର୍ଭର କରେ । ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ସମସ୍ୟା ନ ଉପୁଜେ, ସେନେଇ ତାଲିବାନକୁ ସ୍ପଷ୍ଟ କରିବାକୁ ହେବ ବୋଲି ବାଇଡ଼େନ ସୂଚନା ଦେଇଛନ୍ତି ।

ଯଦି ତାଲିବାନ ଲୋକଙ୍କୁ ବିମାନ ବନ୍ଦରକୁ ଆସିବାକୁ ଅନୁମତି ଦିଏ ନାହିଁ, ତେବେ ଲୋକମାନେ ସେଠାରେ ଅଟକି ରହିବେ। ସେମାନଙ୍କ ପାଇଁ ଏକ ଗୁରୁତର ବିପଦ ଚେତାବନୀ ଦିଆଯାଇଛି। ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲି ଦୋହାରେ କହିଛନ୍ତି, ‘ଅନେକ ବର୍ଷର ମରୁଡ଼ି, ଦ୍ୱନ୍ଦ୍ୱ, ଅର୍ଥନୈତିକ ଅବନତି ଏବଂ କରୋନାର ଜଟିଳ ପରିସ୍ଥିତି ଏକ ବଡ଼ ଝଡ଼ ସୃଷ୍ଟି କରିଛି। ଆଫଗାନିସ୍ତାନରେ ସାମ୍ପ୍ରତିକ ମାନବିକ ସଙ୍କଟର ସାମ୍ନାକୁ କରିବାକୁ ଆନ୍ତର୍ଜାତୀୟ ସମୁଦାୟକୁ ୨୦୦ ମିଲିୟନ ଡଲାର ଦାନ କରିବାକୁ କୁହାଯାଇଛି। ଅନାହାର ଆଡକୁ ଯାଉଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୪ ନିୟୁତରେ ପହଞ୍ଚିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top