Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାବୁଲରୁ ଭାରତ ଆସିଥିବା ୭୮ ଜଣଙ୍କ ମଧ୍ଯରୁ ୧୬ କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ତେବେ ଏହାରି ମଧ୍ୟରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିବାରେ ଲାଗିଛି। କୁହାଯାଉଛି କି ମଙ୍ଗଳବାର ଆଫଗାନିସ୍ତାନରୁ ଭାରତ ଆସିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣ କୋରୋନା ସଂକ୍ରମିତ ରହିଥିଲେ । ଏହି ସଂକ୍ରମିତଙ୍କ ମଧ୍ୟରେ ୩ ଜଣ ଶିଖ ମଧ୍ୟ ରହିଥିଲେ । ଏହି ଶିଖ ସମ୍ପ୍ରଦାୟର ସଂକ୍ରମିତମାନେ ଗୁରୁଗ୍ରନ୍ଥ ସାହିବକୁ ନେଇକରି ଆସିଥିଲେ । ତେବେ ଏମାନଙ୍କ ସଂସ୍ପର୍ଷରେ ହରଦିପ ସିଂହ ପୁରୀ ମଧ୍ୟ ସାମିଲ ଥିବା ନେଇ ଜଣାପଡ଼ିଛି ।

କୁହାଯାଉଛି କି ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ରହିଛି । କୌଣସି ଗୁରୁତର ହୋଇଥିବା ନେଇ ସୂଚନା ମିଳିନାହିଁ । କାବୁଲରୁ ଭାରତ ଆସିଥିବା ଏହି ଲୋକମାନଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୬ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଅଗଷ୍ଟ ୧୫ରେ, କାବୁଲକୁ ତାଲିବାନ ଯୁଦ୍ଧବିମାନ ଦ୍ୱାରା କାବୁଲ ଉପରେ କରାଯାଇଥିଲା, ପରେ ଅଗଷ୍ଟ ୧୬ରୁ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର କହିଛନ୍ତି ଯେ ଆଫଗାନିସ୍ତାନରୁ ଲୋକଙ୍କୁ ସୁରକ୍ଷିତ ଆଣିବା ଅଭିଯାନକୁ ରାଜନୀତିକରଣ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ନିର୍ଯାତିତ ସଂଖ୍ୟାଲଘୁମାନଙ୍କୁ ଭାରତ ସବୁବେଳେ ସାହାଯ୍ୟ କରିବ। ସେ କହିଛନ୍ତି ଯେ ତାଲିବାନ ଧରାଯିବା ପରେ ୨୨୬ ଜଣ ଭାରତୀୟ ନାଗରିକଙ୍କ ସମେତ ୬୨୬ ଜଣଙ୍କୁ ଭାରତ ଅଣାଯାଇଛି। ଭାରତକୁ ଅଣାଯାଇଥିବା ଲୋକଙ୍କ ମଧ୍ୟରେ ୭୭ ଆଫଗାନିସ୍ତାନ ଶିଖ ମଧ୍ୟ ଅନ୍ତର୍ଭୁକ୍ତ। ସେ କହିଛନ୍ତି ଯେ ଶିଖ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ମାତାଙ୍କୁ ଏହି କଷ୍ଟ ସମୟରେ ଆଶ୍ରୟ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି।

ହରଦୀପ ସିଂହ ପୁରୀ କହିଛନ୍ତି ଯେ ଗୁରୁ ଗ୍ରନ୍ଥ ସାହିବଙ୍କର ତିନୋଟି ପବିତ୍ର ରୂପ ଆଫଗାନିସ୍ତାନରୁ ଅଣାଯାଇଥିଲା। ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ତଥା ଭାବପ୍ରବଣ ଅନୁଭୂତି ବୋଲି ସେ କହିଛନ୍ତି। ଗୁରୁ ଗ୍ରନ୍ଥ ସାହେବଙ୍କର ତିନୋଟି କପି ନୂଆ ମହାବୀର ନଗର ଗୁରୁ ଅର୍ଜନ ଦେବ ଜୀ ଗୁରୁଦ୍ୱାରକୁ ନିଆଯାଇଛି। ପୁରୀ ଟ୍ୱିଟ୍ କରି କହିଛନ୍ତି ଯେ କାବୁଲରୁ ଦିଲ୍ଲୀରେ ପହଞ୍ଚିଥିବା ଗୁରୁ ଗ୍ରନ୍ଥ ସାହେବ ଜୀଙ୍କର ତିନିଟି ‘ସ୍ବରୂପ’ ସେବା କରିବାର ସୌଭାଗ୍ୟ ପାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top