Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର : ସରକାରୀ ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ବଡ଼ଚଣା ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି ।
ନବୀନ ନିବାସରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ମିଶ୍ରଣ ଦ୍ୱାରା ବଡ଼ଚଣାରେ ବିଜେଡିର ଶକ୍ତି ଅଧିକ ବୃଦ୍ଧି ପାଇବ ବୋଲି କହିଛନ୍ତି । ବଡ଼ଚଣା ନିର୍ବାଚନ ମଣ୍ଡଳୀର ସୋଲାର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର, ସରପଞ୍ଚ ବିଜୟ କେତନ ସ୍ୱାଇଁ, କଂଗ୍ରେସ ନେତା ଅନନ୍ତ ଚରଣ ସ୍ୱାଇଁ, ବିଜେପି ନେତା ପରମାନନ୍ଦ ଓଝା, ଅଣକା ପଞ୍ଚାୟତର ବିଜେପି ସରପଞ୍ଚ ସୌମେନ୍ଦ୍ର ମହାପାତ୍ର, ବଡ଼ଘୁମୁରୀର କଂଗ୍ରେସ ସରପଞ୍ଚ ନିବେଦିତା ସାହୁ, ସୁଙ୍ଗୁଡ଼ାର ପୂର୍ବତନ ସରପଞ୍ଚ ରାଜକିଶୋର ସ୍ୱାଇଁ, କୁନ୍ଦଳ ସରପଞ୍ଚ ଅନନ୍ତ ଚରଣ ସିଂହ, ବନ୍ଦାଳୋ ସରପଞ୍ଚ ପ୍ରତିମା ଓଝା, ବିଜେପି ନେତା ରତ୍ନାକର ସାହୁ, କଂଗ୍ରେସ ନେତା ରବୀନ୍ଦ୍ର ବାରିକ, କ୍ଷୀରୋଦ ସାହୁ, ବନମାଳି ପଲେଇ, ମୁରଲୀଧର ଓଝା, ଚଣ୍ଡିତଳ ବିଜେପିର ସରପଞ୍ଚ ମୋମିନ୍‍ ଅଲ୍ଲୀ ଖାଁ, ବିଜେପି ନେତା ଦିଲ୍ଲୀପ ରାଉତ, ଉମାକାନ୍ତ ଷଣ୍ଢ, ଛତିଆ କଂଗ୍ରେସ ପୂର୍ବତନ ସଭାପତି ରବୀନ୍ଦ୍ର କୁମାର ପ୍ରଧାନ, ସନ୍ତୋଷ କୁମାର ମହାନ୍ତି, ଯୁବ କଂଗ୍ରେସ ସଭାପତି ହୃଷିକେଶ ସିଂହ, ବାଲିଚନ୍ଦ୍ରପୁର ପୂର୍ବତନ କଂଗ୍ରେସ ସଭାପତି କାର୍ତ୍ତିକ ଚନ୍ଦ୍ର ରାଉତରାୟ, କଂଗ୍ରେସ ନେତା ତପନ କୁମାର ରାୟ, ଦର୍ଶନ ଦାସ, ସୁବାଶ ଚନ୍ଦ୍ର ବେହେରା, ବିଜେପି ନେତା ରାମଚନ୍ଦ୍ର ସ୍ୱାଇଁ, ତପନ ବାହାଲିଆ, ସିହା ପଞ୍ଚାୟତ କଂଗ୍ରେସ ସଭପତି ପୀତାମ୍ବର ବଳ, କଂଗ୍ରେସ ନେତା ନରହରି ସାମଲ, ସୁକଦେବ ବାରିକ, ଦଶରଥ ଜେନା, ଖଇରା ପଞ୍ଚାୟତ ନାଏବ ସରପଞ୍ଚ ସୁଧୀର ପୃଷ୍ଟି, ସନାତନ ବରାଳ, ଗୋପାଳପୁର ପଞ୍ଚାୟତ କଂଗ୍ରେସ ସଭାପତି ବଟକୃଷ୍ଣ ସେନାପତି, ବିଜେପି ନେତା ସଂଜୟ ପ୍ରଧାନ, କୋଲଣଗିରି ପଞ୍ଚାୟତ କଂଗ୍ରେସ ନେତା ସଚ୍ଚିନ୍ଦ୍ର କୁମାର ଜେନା, ଫକୀର ଚରଣ ଦାସ, ଭିକାରୀ ଚରଣ ଦାସ ପ୍ରମୁଖ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀ ଶତପଥୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡିର ଜନାଧାର ବୃଦ୍ଧି ପାଇଛି । ଏହାକୁ ପାଥେୟ କରି ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ପୂର୍ବତନ ପ୍ରତିନିଧିଙ୍କ ସହ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ସଭାପତି ଅରବିନ୍ଦ ସାମଲ, ଜିଲ୍ଲା ଯୁବ ବିଜେଡି ସଂପାଦକ ଗଣେଶ୍ୱର ବରାଳ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୂଜାରିଣୀ ବଳ, ବଡ଼ଚଣା ମହିଳା ସଭାନେତ୍ରୀ ସରସ୍ୱତୀ ବେହେରା, ମହିଳା ମହାସଂଘର ସଭାନେତ୍ରୀ ଖିଚିନା ମହାପାତ୍ର, ଛାତ୍ର ବିଜେଡି ସଭାପତି ଯତୀନ୍ଦ୍ର ନାୟକଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top