ଭୁବନେଶ୍ୱର : କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ୫୦୦ରୁ ଊଦ୍ଧ୍ୱର୍ ବିଜେପି ଓ କଂଗ୍ରେସ କର୍ମୀମାନେ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟପାଡ଼, କୁନ୍ଦୁରା, ବୋରିଗୁମ୍ମା ଓ ବୈପାରିଗୁଡ଼ା ବ୍ଲକର ଶତାଧିକ ନେତା, କର୍ମୀ, ବର୍ତ୍ତମାନ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ, କୃଷକ ନେତା, ମହିଳା ନେତ୍ରୀ, ଯୁବ ଓ ଛାତ୍ରନେତା ପ୍ରମୁଖ କଂଗ୍ରେସ ଏବଂ ବିଜେପି ଦଳ ଛାଡ଼ି ଆଜି ପୂର୍ବାହ୍ଣରେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । କୋଟପାଡ଼ ବ୍ଲକରୁ କଂଗ୍ରେସର ପୂର୍ବତନ ସରପଞ୍ଚ ତୁଲାରାମ ଭୂମିଆ, ସଲିମ ସିରା, ସମିତି ସଭ୍ୟ ବଳଦେବ ସାମର୍ଥା, ୱାର୍ଡ ସଭ୍ୟ ସୁନ୍ଦର କୁମ୍ଭାର, ମଧୁ ଭୂମିଆ, କୁନ୍ଦୁରା ବ୍ଲକରୁ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼, ନାଏବ ସରପଞ୍ଚ ଇନ୍ଦ୍ର ନାଏକ, ୱାର୍ଡ ସଭ୍ୟ ଧନୀରାମ ଦୁରୁଆ, ପୁସୁ ଦୁରୁଆ, ପୂର୍ବତନ ସମିତି ସଭ୍ୟ ବଳରାମ ବିଶୋୟୀ, ପୂର୍ବତନ ନାଏବ ସରପଞ୍ଚ ତିଲା ହରିଜନ, କଂଗ୍ରେସ ନେତା ଧନପତି ପୂଜାରୀ, ଶାବକ ଧନଫୁଲ, ବୋରିଗୁମ୍ମା ବ୍ଲକରୁ ସରପଞ୍ଚ ଶ୍ରୀମତୀ ନିଳାଦ୍ରୀ ସିରା, ନାଏବ ସରପଞ୍ଚ ରତନ ମାଝୀ, ଶ୍ରୀମତୀ ଯମୁନା ଜାନି, ବିଜେପିର ସମିତି ସଭ୍ୟ ପର୍ଶୁରାମ ଗୌଡ଼, ପର୍ଶୁରାମ ନାଏକ, ପୂର୍ବତନ ସରପଞ୍ଚ ଜଗଦିଶ ପୂଜାରୀ, ବିଜେପି କର୍ମୀ ରମେଶ ଚନ୍ଦ୍ର ବିଶୋୟୀ, କପିଳାସ ବିଶୋୟୀ, ବୈପାରିଗୁଡ଼ା ବ୍ଲକରୁ ସରପଞ୍ଚ ବୁଦ୍ରା ନାଏକ, ପୂର୍ବତନ ସରପଞ୍ଚ ହାତୀରାମ ପୂଜାରୀ, ଜଗନ୍ନାଥ ଖରା, ନାଏବ ସରପଞ୍ଚ ରାମ ପୂଜାରୀ, ପୂର୍ବତନ ସମିତି ସଭ୍ୟ ଗୁପ୍ତ ନାଏକ, ବନ୍ଧୁ ଭୂୟାଁ, ୱାର୍ଡ ସଭ୍ୟ ଅର୍ଜୁନ ଭୂୟାଁ, ଦାସରଥୀ ଜୟରାମ, ସୋମନାଥ ନାଏକ, ଗୁରୁନାଥ ତାଲିଆ ପ୍ରମୁଖ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି । ଏହି ଯୋଗଦାନ କୋଟପାଡ଼ ନିର୍ବାଚନ ମଣ୍ଡଳୀ ସହିତ କୋରାପୁଟ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ନବୀନ ନିବାସ ଠାରେ ଅନୁଷ୍ଠିତ ଏହି ଯୋଗଦାନ ଅବସରରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ଖଦୀ ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା, ସହ ପର୍ଯ୍ୟବେକ୍ଷକ ରାଜେନ୍ଦ୍ର ଆଚାର୍ଯ୍ୟ, ବରିଷ୍ଠ ନେତା ନାରାୟଣ ପାତ୍ର, ପୂର୍ବତନ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ମାଝୀ, କେଆରଆଇଟି ଅଧ୍ୟକ୍ଷ ଅଶୋକ ପାଙ୍ଗୀ, ଯୁବ ବିଜେଡି ଜିଲ୍ଲା ସଭାପତି ଅମିତ ଅଗ୍ରୱାଲଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।


