Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘ମୁଁ ବି କାଷ୍ଟିଂ କାଉଜର ଶୀକାର ହୋଇଥିଲି’

ମୁମ୍ବାଇ: ଦୀର୍ଘ ଦିନଧରି ଫିଲ୍ମି ଦୁନିଆରୁ ଦୂରେଇ ରହିଥିବା ମିନିଷା ଲାମ୍ବା ବି-ଟାଉନ୍ରେ କାଷ୍ଟିଂ କାଉଚର ଯନ୍ତ୍ରଣା ବଖାଣିଛନ୍ତି । ନିକଟରେ ଏକ ସାକ୍ଷାତକାର୍ରେ ନିଜ କ୍ୟାରିଅରର ପ୍ରାରମ୍ଭରେ ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା ନେଇ ଖୁଲାସା କରିଛନ୍ତି।
ମିନିଷା କହିଛନ୍ତି, ଅନେକ ଥର କିଛି ଲୋକ କୌଣସି ଫିଲ୍ମ ନେଇ କଥାବାର୍ତ୍ତା କରିବାକୁ ଡିନର୍ କରିବା ବାହାନାରେ ଭେଟିବାକୁ କହୁଥିଲେ। ସେ ତାଙ୍କୁ ଡିନର୍ରେ କାହିଁକି ଭେଟୁନାହାନ୍ତି ବୋଲି ପ୍ରଶ୍ନ ମଧ୍ୟ କରୁଥିଲେ। ଚତୁରତା ଭାବେ ମିନିଷା ଫିଲ୍ମ ନିର୍ମାତାମାନଙ୍କୁ ଅଫିସରେ ଭେଟିବା ପାଇଁ ହିଁ ଜୋର ଦେଉଥିଲେ। କେବଳ ଅଫିସରେ ଲୋକଙ୍କୁ ଭେଟିବା ଏବଂ କଥାକୁ ବୁଝି ନପାରିବାର ଅଭିନୟ କରି ଏହାକୁ ସମ୍ଭାଳିଥିଲେ।
ମିନିଷା ଆହୁରି କହିଛନ୍ତି, ଯେକୌଣସି ଇଣ୍ଡଷ୍ଟ୍ରିରେ ଯେଉଁଠାରେ ପୁରୁଷ ଅଛନ୍ତି, ଅଧିକାଂଶ ପୁରୁଷ ଏହିପରି ଚେଷ୍ଟା କରିଥାନ୍ତି। ଏହି ଇଣ୍ଡଷ୍ଟ୍ରି ମଧ୍ୟ ଏହାଠାରୁ ଭିନ୍ନ ନୁହେଁ। ମୁଁ ନିଶ୍ଚିତ ଭାବରେ ଏଭଳି ପରିସ୍ଥିତିର ସାମ୍ନା କରିଛି।
ମିନିଷାଙ୍କ ଅନୁଯାୟୀ, ସେ ଅନେକ ସମୟରେ ଜିନିଷକୁ ଅଣଦେଖା କରି ଏପରି ଆଚରଣରୁ ଦୂରେଇ ରହିଥିଲେ। ବୃତ୍ତିଗତ ଆଚରଣ ହେତୁ ତାଙ୍କୁ ଅନେକ ପ୍ରୋଜେକ୍ଟ ହରାଇବାକୁ ପଡିଥିଲା। ମିନିଷା କହିଛନ୍ତି ଯେ ଦୁଇଥର ଏପରି ହୋଇଛି ଯେତେବେଳେ ତାଙ୍କୁ ତାଙ୍କ ପ୍ରୋଜେକ୍ଟ ହରାଇବାକୁ ପଡିଥିଲା। ମିନିଷା ନିର୍ଦ୍ଦିଷ୍ଟ ଭାବରେ କହିଥିଲେ ଯେ ଫିଲ୍ମ ନିର୍ମାତାମାନେ ଅଫିସ୍ ବଦଳରେ ବାହାରେ ଭେଟିବାକୁ କହୁଥିଲେ।
୨୦୦୫ରେ ସୁଜିତ ସରକାରଙ୍କ ଫିଲ୍ମ ‘ୟାହାଁ’ରୁ ମିନିଷା ବଲିଉଡରେ ଡେବ୍ୟୁ କରିଥିଲେ। ଏହାବ୍ୟତୀତ ମିନିଷାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ‘ବଚନା ଏ ହସିନୋ’ରେ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ‘କର୍ପୋରେଟର’, ‘ରକି’, ‘ଆନ୍ଥୋନୀ କୌନ ହୈ’, ‘ଅନାମିକା’, ଓ ‘କାହାନିଆଁ’ ଭଳି ଫିଲ୍ମରେ ମଧ୍ୟ ମିନିଷା ନଜର ଆସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top