ମୁମ୍ବାଇ: ମୁମ୍ବାଇ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଶେଷରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ୍ ହରେଇ ୧୪୦ ରନ୍ ସଂଗ୍ରହ କରିଛି । ନିକ୍ଲାସ୍ ୩୬ ଏବଂ ରବିନ୍ଦ୍ର କ୍ରିଜରେ ୨ ରନ୍ରେ ଅପରାଜିତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ଏପର୍ୟ୍ୟନ୍ତ ୪୦୦ ରନ୍ ପଛରେ ରହିଛି। ଏହାପୂର୍ବରୁ ଭାରତ ୨୭୬/୭ ରେ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୫୪୦ ରନ୍ର ଟାର୍ଗେଟ ଦିଆଯାଇଛି। ଦ୍ୱିତୀୟ ଇନିଂସରେ ମାୟାନକ ଭାରତ ପାଇଁ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିଲେ। ଏହା ପରେ ପୂଜାରା ୪୭ ରନର ଏକ ଇନିଂସ ଖେଳିଥିଲେ। କୋହଲି ୩୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ବ୍ୟତୀତ ଶେଷ ମୁହୂର୍ତ୍ତରେ ଆକ୍ସର ପଟେଲ ୨୬ ବଲରେ ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ ପାଇଁ ଅଜାଜ ପଟେଲ ଚମତ୍କାର ବୋଲିଂ କରି ୪ ୱିକେଟ୍ ନେଇଥିଲେ। ରବିନ୍ଦ୍ର ୩ ୱିକେଟ୍ ନେଇଥିଲେ। ଆଜି ପ୍ରଥମ ଅଧିବେଶନରେ ଭାରତ ୨ ୱିକେଟ୍ ହରାଇଥିଲା, ମୟଙ୍କ ଅଗ୍ରୱାଲ ୬୨ ,ପୂଜାରା ୪୭ ରନ୍ ସଂଗ୍ରହ କରିଥିଲେ। ୧୦୭ ରନରେ ଭାରତ ପ୍ରଥମ ୱିକେଟ ପଡିଥିଲା । ଏହା ପରେ ଭାରତର ଦ୍ୱିତୀୟ ୱିକେଟ୍ ୧୧୫ ରନ୍ ସ୍କୋରରେ ପଡିଥିଲା। ଆସନ୍ତୁ ଜାଣିବା ଦ୍ୱିତୀୟ ଦିନର ଖେଳ ଶେଷରେ ଭାରତ କୌଣସି ୱିକେଟ୍ ନ ହରାଇ ଦ୍ୱିତୀୟ ଇନିଂସରେ ୬୯ ରନ୍ ସଂଗ୍ରହ କରିଥିଲା। ଭାରତର ୩୨୫ ରନ୍ ସାମ୍ନାରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ମାତ୍ର ୬୨ ରନ୍ କରି ସମସ୍ତ ୱିକେଟ ହରେଇ ଥିଲା ପ୍ରଥମ ଇନିଂସ ଆଧାରରେ ଭାରତ ୨୬୩ ରନର ଅଗ୍ରଣୀ ହାସଲ କରିଥିଲା।
ଉଲ୍ଲେଖଥାଉ କି, ମୁମ୍ବାଇ ଟେଷ୍ଟ ମ୍ୟାଚର ପୁରା ଦିନ ନ୍ୟୁଜିଲ୍ୟାଣ୍ଡର ସ୍ପିନର ଏଜାଜ ପଟେଲଙ୍କ ନାମରେ ହୋଇଥିଲା। ଭାରତର ପ୍ରଥମ ଇନିଂସରେ ମୟଙ୍କ ୧୫୦ ରନ୍ ସଂଗ୍ରହ କରିଥିଲେ ହେଁ କ୍ରିକେଟ୍ ଇତିହାସରେ ସ୍ପିନର ଅଜାଜଙ୍କ ପ୍ରଦର୍ଶନ ବିରଳ ଅଟେ। ଭାରତର ପ୍ରଥମ ଇନିଂସରେ ସମସ୍ତ ୧୦ ୱିକେଟ୍ ନେଇ ଏଜାଜ୍ ଇତିହାସ ଲେଖିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏକ ଇନିଂସରେ ୧୦ ୱିକେଟ୍ ନେଇଥିବା ଏଜାଜ ଦୁନିଆର ତୃତୀୟ ବୋଲର ହୋଇଥିଲେ। ତାଙ୍କ ପୂର୍ବରୁ ଜିମ ଲେକର ଏବଂ ଅନିଲ କୁମ୍ବଲେଙ୍କ ଦ୍ୱାରା ଏପରି ଏକ ନିଆରା କାର୍ୟ୍ୟ କରାଯାଇଥିଲା ।


