Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାବୁଲ ସ୍ଥିତି ପୁରା ଅସ୍ଥିର : ସିରିଏଲ ବ୍ଲାଷ୍ଟ ପରେ କାବୁଲରେ ଗୁଳି ମାଡ଼, ମୃତ୍ୟୁ ସଂଖ୍ୟା ୨୦୦ ପାର

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ତାଲିବାନ କବଜାକୁ ଯିବା ପରେ ପ୍ରତିଦିନ ଅଘଟଣ ଘଟିବାରେ ଲାଗିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଅନେକ ବାପା ମା ଛେଉଣ୍ଡ ହୋଇ ଯାଉଥିବା ବେଳେ ଅନେକ ନିଖୋଜ ହୋଇଯାଇଛନ୍ତି । ଅନେକ ଶିଶୁ ଏବେ ବେସାହାର ପରିସ୍ଥିତିରେ ରହିଛନ୍ତି । ତେବେ ଦୁଇ ଦିନ ତଳେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ କାବୁଲରେ ନିୟୋଜିତ ଥିବା ଆମେରିକା ସେନା ଓ ସେମାନଙ୍କ ସହଯୋଗୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ।

ଏହି ଘଟଣାର ଦୁଇ ଦିନ ପରେ ଆଜି ପୁଣି ଥରେ ତାଲିବାନୀ ଆତଙ୍କବାଦୀମାନେ କାବୁଲ ବିମାନ ବନ୍ଦର ନିକଟରେ ଗୁଳି ବର୍ଷଣ କରିଛନ୍ତି । ଫଳରେ ପୁଣି ଥରେ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ସେପଟେ କାବୁଲ ବିମାନ ବନ୍ଦର ଉପରେ ଆଇଏସ ରକେଟ ମାଡ଼ କରିବାର ଆଶଙ୍କା କରିଛି ଆମେରିକା । ସେଥିପାଇଁ ସମସ୍ତଙ୍କୁ ଆଗୁଆ ସୂଚନା ଜାରି କରିଛି । ବିମାନ ବନ୍ଦର ନିକଟରୁ ସମସ୍ତଙ୍କୁ ଚାଲିଯିବାକୁ ଆମେରିକା ପକ୍ଷରୁ କୁହାଯାଇଛି । ସେପଟେ ଏହି ସୂଚନା ପାଇବା ପରେ କାବୁଲ ବିମାନ ବନ୍ଦର ବାହାରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ।

ସେପଟେ ଆତ୍ମଘାତି ବିସ୍ଫୋରଣର ୩୬ ଘଣ୍ଟା ମଧ୍ୟରେ ଆମେରିକା ଆଇଏସ କ୍ୟାମ୍ପ ଉପରେ ରକେଟ ମାଡ଼ କରିଥିବା ଜଣାପଡ଼ିଛି । ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଯାହା କହିଥିଲେ ତାହା କଥା ରଖିଛନ୍ତି ବୋଲି ଆମେରିକା ସେନା କହିଛନ୍ତି। ସେପଟେ କାବୁଲ ଆତ୍ମଘାତି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୦୦ ଅତିକ୍ରମ କରିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top