Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆୟୁଷ୍ମାନ ଭାରତକୁ ଇଣ୍ଡିଆନ ମେଡିକାଲ ସଂଘର ବିରୋଧ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକ୍ରମକୁ ରବିବାର ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମ୍ଏ) ବିରୋଧ କରିଛି । କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’କୁ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତ ୨୦୫ ପୃଷ୍ଠାର ଡ୍ରାଫ୍ଟ ମଡେଲ୍ ଟେଣ୍ଡର ଡକ୍ୟୁମେଣ୍ଟ୍ର ବର୍ତ୍ତମାନର ସ୍ୱରୂପ ଯାହା ରହିଛି ତାହା ଗ୍ରହଣୀୟ ନୁହେଁ ବୋଲି ଆଇଏମ୍ଏ ସ୍ପଷ୍ଟ କରିଛି ।
ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଆଇଏମ୍ଏ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ୟାକେଜ୍ ହିଁ ରୋଗୀଙ୍କ ଜୀବନକୁ ଅଧିକ ବିପଦ ଭିତରକୁ ଠେଲି ଦେବ ବୋଲି କହିଛି । ଆଇଏମ୍ଏ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ୧୦ଟି ବେଡ୍ ଥିବା ହସ୍ପିଟାଲକୁ ଏହି ସରକାରୀ କାର୍ଯ୍ୟକ୍ରମରେ ସାମିଲ ପାଇଁ ଅନୁମତି ମିଳିବ । ଯାହା ଦ୍ୱାରା ଦଲାଲଙ୍କ ପ୍ରଭାବ ବୃଦ୍ଧି ପାଇବ ଓ କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ଆଇଏମ୍ଏ ଆଶଙ୍କା କରିଛି । ସେହିପରି ଆଣ୍ଠୁ ଓ ପିଚା ଅସ୍ତ୍ରୋପଚାର ଖର୍ଚ୍ଚ ପାଇଁ ୯ହଜାର ଟଙ୍କା, ହାର୍ଟ ବାଇପାସ୍ ଅପରେସନ୍ ପାଇଁ ୧.୧୦ଲକ୍ଷ ଟଙ୍କା, ସିଜେରିଆନ୍ ଡେଲିଭରି ପାଇଁ ୯ହଜାର ଟଙ୍କା, ଆଞ୍ଜିଓପ୍ଲାଷ୍ଟି ସହ ଷ୍ଟେଣ୍ଟ୍ ପାଇଁ ୫୦ହଜାର ଟଙ୍କା, ଗର୍ଭାଶୟ କ୍ୟାନସର ଅସ୍ତ୍ରୋପଚାର ପାଇଁ ୫୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ନିର୍ଦ୍ଧାରିତ ଦରକୁ ନେଇ ଆଇଏମ୍ଏ ଆପତ୍ତି ଉଠାଇଛି । ଏତେ କମ୍ ଦରରେ ହସ୍ପିଟାଲଗୁଡ଼ିକ ରୋଗୀର ଚିକିତ୍ସା ସେବା ଓ ଉପକରଣକୁ ନେଇ ସାଲିସ୍ କରିବେ ତଥା ନିମ୍ନମାନର ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେବେ । ଯାହାଦ୍ୱାରା ରୋଗୀଙ୍କ ଜୀବନ ଅଧିକ ବିପଦପୂର୍ଣ୍ଣ ହେବ ବୋଲି ଆଇଏମ୍ଏ କହିଛି । ଉଲ୍ଲେଖଯୋଗ୍ୟ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମର ବର୍ତ୍ତମାନର ସ୍ୱରୂପକୁ ବିରୋଧ କରି ଓଡ଼ିଶା ଓ ପଶ୍ଚିମବଙ୍ଗ ଏଥିରେ ସାମିଲ ହେବେ ନାହିଁ ଖୋଲାଖୋଲି କହିଥିବାବେଳେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଦିଲ୍ଲୀ ଓ ପଞ୍ଜାବ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି । କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଜଣାପଡ଼ିଛି । ଆଇଏମ୍ଏର ବିରୋଧ ପରେ ଯୋଜନାକୁ ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ କରିବା ମୋଦି ସରକାରଙ୍କ ପାଇଁ ବଡ଼ ସମସ୍ୟା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top