ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ସିଏକକେର ଅଧିନାୟକତ୍ୱ ଛାଡିବା ପରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ କରାଯାଇଛି। ଜାଡେଜାଙ୍କ ଅଧିନାୟକ ଚେନ୍ନାଇ ସୁପର କିଙ୍ଗସ୍ କେକେଆର୍ ବିପକ୍ଷ ପ୍ରଥମ ମ୍ୟାଚ୍ ହାରିଛି । କେକେଆର୍ ୪ ଓ୍ୱିକେଟ ହରାଇ ମ୍ୟାଚ୍ ଜିତିଥିଲା । ମ୍ୟାଚ୍ ପରେ ଅଧିନାୟକ ଜାଡେଜା ପରାଜୟର କାରଣ ଦର୍ଶାଇଛନ୍ତି
ପରାଜୟର କାରଣ କହିଲେ ଜାଡେଜା:
ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ- ୨୦୨୨ର ପ୍ରଥମ ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା ଜାଡେଜା ପରାଜୟକୁ କାକରକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଭାବୁଛି କାକରର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ପ୍ରଥମ ଇନିଂସର ୬ ଓଭର ପିଚ୍ ଶୁଖିଲା ଥିଲା, କିନ୍ତୁ ଦ୍ୱିତୀୟ ଇନିଂସରେ କାକର କାରଣରୁ ବ୍ୟାଟିଂ ଅତି ସହଜ ହୋଇଥିଲା ଏକ ବ୍ୟାଟିଂ ୟୁନିଟ୍ ଭାବରେ, ଆମେ ଭାଗିଦାରୀ ଗଠନ କରିବାରେ ବିଫଳ ହେଲୁ ଏହି କାରଣରୁ ଦଳ ଏକ ବଡ଼ ସ୍କୋର କରିପାରିଲା ନାହିଁ ।
କେକେଆର ବିପକ୍ଷ ମ୍ୟାଚରେ ରବିନ୍ଦ୍ର ଜାଦେଜା ଭଲ ପ୍ରଦର୍ଶନ କରିନାହାଁନ୍ତି ସେ ବୋଲିଂ ଏବଂ ବ୍ୟାଟିଂରେ କୌଣସି ଉତ୍କର୍ଷ ପ୍ରଦର୍ଶନ କରିପାରିନଥିଲେ । ସେ ବୁହତ ମନ୍ଥର ବ୍ୟାଟିଂ କରିଥିଲେ ସେ ୨୮ବଲ ଖେଳି ମାତ୍ର ୨୬ ରନ୍ ସଂଗ୍ରହ କରିଥିଲେ ଏଥିସହିତ ବୋଲିଂରେ ମଧ୍ୟ କୌଣସି ଓ୍ୱିକେଟ୍ ପାଇପାରିନଥିଲେ ଜାଡେଜା ଚାରି ଓଭରର ବୋଲିଂ କରି ୨୫ ରନ୍ ଦେଇଥିଲେ ଅଧିନାୟକ ଭାବରେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ଥିଲା ।
କେକେଆର ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ତାଙ୍କ ଫର୍ମକୁ ଫେରିଛନ୍ତି । ସେ ତାଙ୍କର ପୁରୁଣା ଫିନିସିଂ ସ୍ପର୍ଶ ଦେଖାଇଲେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଦଳ ୬୧ରନରେ ୫ ଓ୍ୱିକେଟ୍ ହରାଇଥିଲା ଏହା ପରେ ଧୋନି କ୍ରିଜକୁ ଆସି ଚେନ୍ନାଇକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥତ୍ଲେ । ସେ ୩୮ଟି ବଲରେ ୫୦ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରରେ ଧୋନି ବିସ୍ଫୋରକ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ। ସେ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିଥିବା ସର୍ବ ପୁରାତନ ଭାରତୀୟ ଖେଳାଳି।
ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ ରେ କୋଲକତା ନାଇଟ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗସକୁ ୬ ଓ୍ୱିକେଟ୍ ରେ ପରାସ୍ତ କରିଛି ଧୋନିଙ୍କ ବ୍ୟତୀତ ଏହି ମ୍ୟାଚରେ କୌଣସି ବ୍ୟାଟ୍ସମ୍ୟାନ୍ ସିଏସକେ ପକ୍ଷରୁ ଏକ ବଡ଼ ଇନିଂସ ଖେଳିପାରିନଥିଲେ ଏବଂ ଏହି କାରଣରୁ କେକେଆର ଜିତିଥିଲା ଅଳ୍ପ ବ୍ୟବଧାନରେ ସିଏସକେ ଓ୍ୱିକେଟ୍ ହରାଇଲା, ଯେଉଁଥିପାଇଁ ଦଳ ଏକ ବଡ ଟାର୍ଗେଟ୍ ସେଟ୍ କରିପାରିଲା ନାହିଁ ।
ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ସିଏସକେ କେକେଆରକୁ ୧୩୨ ରନର ଟାର୍ଗେଟ ଦେଇଥିଲା ଏହାର ଜବାବରେ କେକେଆର୍ ମାତ୍ର ୪ ଓ୍ୱିକେଟ୍ ହରାଇ ଏହି ମ୍ୟାଚ୍ ଜିତିଛି ।


