Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କାବୁଲ ଉପରୁ ହଟିନି ବିପଦ, ରକେଟ ମାଡ଼ କରିପାରେ ISIS

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ ପରେ ଦିନକୁ ଦିନ ବିପଦ ବଢିବାରେ ଲାଗିଛି । ଗୁରୁବାର ସନ୍ଧ୍ୟାରେ ଆତ୍ମଘାତୀ ବିସ୍ଫୋରଣ ପରେ ସେଠାରେ ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନିଜକୁ ଦାୟୀ କରିଛି । ସେପଟେ ଆମେରିକା କହିଛି କି କାବୁଲ ଉପରୁ ବର୍ତ୍ତମାନ ବିପଦ ଟଳିନି । ଆଇଏସଆଇଏସ କାବୁଲ ଉପରେ କ୍ଷେପଣାସ୍ତ୍ର, ରକେଟ ଓ ଆତ୍ମଘାତି ବିସ୍ଫୋରଣ କରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କାବୁଲ ବିମାନ ବନ୍ଦରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆଫଗାନ ଅଧିକାରୀଙ୍କ ଅନୁଯାୟୀ ଏହି ଆକ୍ରମଣରେ ୭୩ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଆମେରିକା ସେନା ରହିଥିବା କୁହାଯାଇଛି ।

ସେହିପରି ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ବୋମା ବିସ୍ଫୋରଣ ଓ ଗୁଳିମାଡ଼ରେ କାବୁଲ ବିମାନ ବନ୍ଦର ଥରି ଉଠିଥିଲା । ଆଫଗାନ ସାମ୍ବାଦିକଙ୍କ ଦ୍ବାରା ରେକର୍ଡ କରାଯାଇଥିବା ଭିଡ଼ିଓରେ ବିମାନବନ୍ଦରର ଗୋଟିଏ କଣରେ ଶବଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା । ତେବେ ସ୍ବାସ୍ଥ୍ୟ ଅଧିକାରୀ ଓ ତାଲିବାନର ଜଣେ ଅଧିକାରୀ କହିଛନ୍ତି କି ମୃତକଙ୍କ ସଂଖ୍ୟା ୭୩ ଛୁଇଁଛି । ଏହା ମଧ୍ୟରେ ୨୮ ତାଲିବାନୀ ସେନା ରହିଛନ୍ତି। ଆଇଏସ ପକ୍ଷରୁ କୁହାଯାଇଛି କି ଆତ୍ମଘାତୀ ଯୁବକ ଜଣକ ଆମେରିକା ସେନା ଓ ତାଙ୍କ ସହିତ କାର୍ଯ୍ୟ କରୁଥିବା ଅନୁବାଦକ ଓ ସହଯୋଗୀଙ୍କୁ ଟାର୍ଗେଟ କରାଯାଇଥିଲା । ଆମେରିକା ମଧ୍ୟ ଏହି ବିସ୍ଫୋରଣ ପାଇଁ ଆଇଏସକୁ ଦାୟୀ କରିଛି ।

ଆମେରିକା କହିଛି କି ଏହି ଆକ୍ରମଣର ଜବାବ ଆଇଏସକୁ ଦିଆଯିବ । ୟୁଏସ ସେଣ୍ଟ୍ରାଲର ମୁଖ୍ୟ ଜେନେରାଲ ଫ୍ରେଙ୍କ ମେଙ୍କାଜି କହିଛନ୍ତି କି ଇସଲାମିକ ଷ୍ଟେଟ ଦ୍ବାରା ଇସଲାମିକ ଷ୍ଟେଟ ଦ୍ବାରା ଆକ୍ରମଣ କରିବାର ସମ୍ଭାବନା ରହିଛି । ଏଥିପାଇଁ କାବୁଲ ବିମାନ ବନ୍ଦରରେ ଆମେରିକା କମାଣ୍ଡର ଆର୍ଲଟ ରହିଛନ୍ତି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଆକ୍ରମଣର ମୁକାବିଲା କରିବା ପାଇଁ ଆମର ସେନା ପ୍ରସ୍ତୁତ ରହିଛନ୍ତି।

ଏଥି ସହିତ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଆଇଏସ୍‌-କେ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଛନ୍ତି। ବିଡେନ କହିଛନ୍ତି ଯେ ଆମେ ସେମାନଙ୍କୁ (ଆକ୍ରମଣକାରୀଙ୍କୁ) ଧରି ଦଣ୍ଡିତ କରିବୁ। ବିଡେନ ଗୁରୁବାର ହ୍ୱାଇଟ ହାଉସରେ ଗଣମାଧ୍ୟମକୁ କହିଛନ୍ତି, ‘ଏହି ଆକ୍ରମଣକୁ ଦଣ୍ଡ ଦିଆଯିବ। ଅପରାଧୀ ଏବଂ ଅନ୍ୟମାନେ ଆମେରିକାର କ୍ଷତି କରିବାକୁ ପ୍ରୟାସ ଜାରି ରଖିଛନ୍ତି। ମନେରଖ ଯେ ଆମେ ତୁମକୁ ରକ୍ଷା କରିବୁ ନାହିଁ। ଆମେ ଏହାକୁ ଭୁଲି ପାରିବୁ ନାହିଁ । ଆମେ ତୁମକୁ ଧରିବା ଏବଂ ଏହାକୁ ଦଣ୍ଡ ଦେବା । ମୁଁ ମୋ ଦେଶର ସ୍ୱାର୍ଥ ଏବଂ ଲୋକଙ୍କୁ ସୁରକ୍ଷା ଦେବି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top