Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କନ୍ନଡ଼ ଫିଲ୍ମ ରେ ନଜର ଆସିବେ ଜ୍ୟାକ୍ଲିନ

ମୁମ୍ବାଇ: ଖୁବ୍ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ । ବହୁଭାଷୀ ଫିଲ୍ମ ‘ବିକ୍ରାନ୍ତ ରଣା’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ । ଫିଲ୍ମରେ ତାଙ୍କର ଏକ ଛୋଟ ଭୂମିକା ରହିଛି, ଯାହାର ସୁଟିଂ ସେ ନିକଟରେ ଶେଷ କରିଛନ୍ତି । ଏହି ଫିଲ୍ମ ଜରିଆରେ ଜ୍ୟାକ୍ଲିନ ଲୋକପ୍ରିୟ ଅଭିନେତା କିଚ୍ଚା ସୁଦୀପଙ୍କ ସହ ସ୍କ୍ରିନ୍ ଶେୟାର କରିବାର ସୁଯୋଗ ପାଇଛନ୍ତି । ଫିଲ୍ମରେ ଏକ ସ୍ୱତନ୍ତ୍ର ଗୀତ ସାମିଲ କରାଯାଇଛି, ଯାହାର ସୁଟିଂ ଉଭୟ ବେଙ୍ଗାଲୁରୁରେ ଶେଷ କରିଛନ୍ତି ।
ଫିଲ୍ମ ବିଷୟରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଜ୍ୟାକି କହିଛନ୍ତି ‘ମୁଁ କେବଳ ଏତିକି କହିପାରିବି ଯେ ଏଇଟି ଏକ ଅତି ସୁନ୍ଦର ଭୂମିକା । କାହାଣୀର ଗତିଶୀଳତାକୁ ମୋ ଚରିତ୍ର ଏକ ନୂଆ ଦିଗ ପ୍ରଦାନ କରିଛି । ସୁଦୀପ ସାର୍ ଜଣେ ଚମତ୍କାର କଳାକାର । ତାଙ୍କ ସହ ସ୍କ୍ରିନ୍ ଶେୟାର କରିବାର ସୁଯୋଗ ସବୁଦିନ ମିଳେ ନାହିଁ ।’ ମହାମାରୀ ଜନିତ ଲମ୍ବା ବ୍ରେକ୍ ପରେ କ୍ୟାମେରା ସାମ୍ନାକୁ ଫେରି ଜ୍ୟାକି ଖୁବ୍ ଉତ୍ସାହିତ ଅଛନ୍ତି । ମହାମାରୀ ସବୁ କିଛି ଅଟକାଇ ଦେଇଥିଲା । ଏବେ ସମସ୍ତେ ଧୀରେ ଧୀରେ କାମକୁ ଫେରୁଛନ୍ତି । ସେହି କ୍ରମରେ ଫିଲ୍ମ ସୁଟିଂ ଆରମ୍ଭ କରିଥିବାରୁ ଜ୍ୟାକି ବହୁତ ଖୁସି । ତେବେ କନ୍ନଡ଼ ଆକ୍ସନ୍-ଥ୍ରିଲରରେ ଜ୍ୟାକିଙ୍କୁ ସାଇନ୍ କରାଯିବାର କାହାଣୀ ବେଶ ରୋଚକ । ଫିଲ୍ମମେକର୍ ଜଣେ ନଟଖଟି ଓ ଚୁଲ୍ବୁଲି ଅଭିନେତ୍ରୀଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । ନିର୍ଦ୍ଦେଶକ ଅନୂପ ଭଣ୍ଡାରୀ କହିଛନ୍ତି, ପ୍ରଯୋଜକ ଜ୍ୟାକ୍ ମଞ୍ଜୁନାଥ ଜ୍ୟାକିଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହା ପରେ ସେ ଜ୍ୟାକିଙ୍କୁ ଫିଲ୍ମ ପାଇଁ ଅନୁରୋଧ କଲେ ।
ଜ୍ୟାକି ପ୍ରଥମେ ନିଜ ଚରିତ୍ର ବିଷୟରେ ଭଲଭାବେ ବୁଝିଲେ । ତା’ପରେ ଖୁସି ଖୁସି ପ୍ରୋଜେକ୍ଟ ସାଇନ୍ କଲେ । ଫିଲ୍ମର ଏକ ଜଟିଳ ମୁହୂର୍ତ୍ତରେ ତାଙ୍କ ଚରିତ୍ରର ଏଣ୍ଟ୍ର ହୋଇଛି । ତାଙ୍କ ଝଲକ୍ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବାରେ ବେଶ ପାରଙ୍ଗମ ବୋଲି ପ୍ରଯୋଜକ ଜ୍ୟାକ୍ କହିଛନ୍ତି । ଫିଲ୍ମରେ ତାଙ୍କ ଭୂମିକାକୁ ନେଇ ବେଶି କିଛି ଖୁଲାସା କରାଯାଇନାହିଁ । କିନ୍ତୁ ଜ୍ୟାକିଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଦେବ ବୋଲି ଫିଲ୍ମମେକର୍ ପ୍ରତିଶ୍ରୁତି ଦେଇଛନ୍ତି

Click to comment

Leave a Reply

Your email address will not be published. Required fields are marked *

Most Popular

To Top