ଭୁବନେଶ୍ୱର(ଓଡ଼ିଶା ୱେୟାର):କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ଯୋଗେଶ ସିଂ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଶ୍ରୀ ସିଂ ତାଙ୍କର ଶହ ଶହ ସମର୍ଥକ ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ କଂଗ୍ରେସର ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଶ୍ରୀ ସିଂଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ବ୍ଲକ କଂଗ୍ରେସ ସଭାପତି, ପୂର୍ବତନ ସରପଞ୍ଚଙ୍କ ସମେତ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ସଦର ବ୍ଲକ ଉପାଧ୍ୟକ୍ଷ ଅଶ୍ୱିନୀ ନାଏକ, ସରପଞ୍ଚ କମଳିନୀ ମାଝୀ, ଗୁଣବତୀ ମାଝୀ, ବୀର କିଶୋର ସିଂହ, ବିଧାୟକଙ୍କ ପ୍ରତିନିଧି ନିତ୍ୟାନନ୍ଦ ପଟେଲ, ରବୀନ୍ଦ୍ର କିଶାନ, ବାଲ୍ମତୀ କିଶାନ, ସୁରେଶ ମୁଣ୍ଡା, ମୁକୁନ୍ଦ କୁମୁରା, ରମାକାନ୍ତ ପ୍ରଧାନ, ବିନଳା କିଶାନ, ବୁଦ୍ଧଶ୍ୱରୀ ମାଝୀ, ରାଜକିଶୋର ଏକ୍କା, ରାନୁବାଳା ସ, ଝରନ୍ ଭଗୁଆରେ, ଚନ୍ଦ୍ରକାନ୍ତି ନାଏକ, କୁମୁଦ ବନ୍ଧୁ ପ୍ରଧାନ, କ୍ଷମଳା ମାଝୀ, ତୀର୍ଥରାଜ ବିଶ୍ୱାଳ, ସନ୍ଧ୍ୟାରାଣୀ ଭୋଇ, ରିଙ୍କି ମାଝୀ, ଚୈତନ୍ୟ ପ୍ରଧାନ, କଳାବତୀ ମାଝୀ, ସୁନିତା ଓରାମ୍, ଗୁଣନିଧି ମୁଣ୍ଡା, ବାବୁଲା ମାଝୀ, ଯଶୋବନ୍ତ ଭୋଇ, ଅଞ୍ଜଳି ନାଏକ, ନଳିନୀ ପ୍ରଧାନ, ସମିତି ସଭ୍ୟ ମନୋରଞ୍ଜନ ପଟେଲ, ତପସ୍ୱିନୀ କୋଉଡ଼ି, ବିଶିକେଶନ ନାଏକ, ଦୀପକ କୁମାର ସାହୁ, ରାମାଂଶୁ ତନ୍ତି, ସନ୍ଧ୍ୟାରାଣୀ ମାଝୀ, ଜ୍ୟୋତିର୍ମୟୀ ନାଏକ, ଭଗବତୀ ମାଝୀ, ଜ୍ଞାନେନ୍ଦ୍ର ଅମାତ, ପ୍ରମୋଦ ପତି, ଯାମିନୀ ମାଝୀ, ସୁନ୍ଦରଲାଲ ଓରାମ୍, ଉପାଧ୍ୟକ୍ଷା ସବିତା ପ୍ରଧାନ, ଭୀମସେନ ମହାନନ୍ଦିଆ, ସୁନୀତା ପଟେଲ, ମଞ୍ଜୁଲତା ଡୁଙ୍ଗଡୁଙ୍ଗ, ରାଜାରାମ ପଟେଲ, ଡମ୍ବରୁଧର ପଟେଲ, ହେମଗିରି ବ୍ଲକ କଂଗ୍ରେସ ସଭାପତି ସୁନୀଲ କୁମାର ପାଟ୍ଟଯୋଶୀ, ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ ସଭାପତି ପ୍ରକାଶ ରଞ୍ଜନ ବହିଦାର, ଦିବ୍ୟଲୋଚନ ସାସିନୀ, ସଦର ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ପଟେଲ, ଲେଫ୍ରିପଡ଼ା ଜିଲ୍ଲା ପରିଷଦ ଜୋନ୍ କଂଗ୍ରେସ ସଭାପତି ମନୋଜ କୁମାର ପଟେଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ରୀନା ମାଝୀ, ସୁନ୍ଦରଗଡ଼ ସଦର ବ୍ଲକ ଯୁବ କଂଗ୍ରେସ ସଭାପତି ଆଶିଷ ପଶାୟତ, ଯୁବ କଂଗ୍ରେସର ସୁଶୀଲ କୁମାର ଗୁପ୍ତା, ଶାହବାଜ ହୁସେନ୍, ମାନସ ରଞ୍ଜନ ବେହେରା ପ୍ରମୁଖ ଆଜି ନିଜ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗେଶ ଜଣେ ଭଲ ସଂଗଠକ। ମୁଁ ତାଙ୍କୁ ସ୍ୱାଗତ କରୁଛି। ଯୋଗେଶଙ୍କ ସହ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗଦେବା ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଆମ ଦଳ ଆହୁରି ଶକ୍ତିଶାଳୀ ହେବା ସହ ସୁଦୃଢ଼ ହୋଇପାରିବ।
ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ସିଂହ କହିଥିଲେ ଯେ ମୁଁ ବିଜେଡିରେ ଯୋଗଦେଇ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବାକୁ ଚାହେଁ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କରିବା ମୋର ଏକମାତ୍ର ଲକ୍ଷ୍ୟ। ଆଗାମୀ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ୭ଟି ଯାକ ବିଧାୟକ ବିଜୁ ଜନତା ଦଳର ହିଁ ହେବେ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ଏହି ଯୋଗଦାନ ଉତ୍ସବରେ ସୁନ୍ଦରଗଡ଼ ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ମଙ୍ଗଳା କିଷାନ, ବିଧାୟକ ସୁବ୍ରତ ତରାଇ, ବିଧାୟକ ପ୍ରାର୍ଥୀ କୁସୁମ ଟେଟେ, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସାଂସଦ ପ୍ରଶାନ୍ତ ନନ୍ଦ, ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ତଳସରା ପ୍ରାର୍ଥୀ ବିନୟ ଟପ୍ପୋ, ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ସୁମନ୍ତ ପଣ୍ଡା, ରାଜ୍ୟ ସଂପାଦକ ଅସିତ ରାୟ, ପୌର ଉପାଧ୍ୟକ୍ଷ ଶ୍ରୀମତୀ ରଞ୍ଜନା ପଣ୍ଡା, ସୁନ୍ଦରଗଡ଼ ବିଜେଡି ନଗର ସଭାପତି ଅମିତାଭ ଯୋଶୀ, କୃଷକ ସାମ୍ମୁଖ୍ୟ ଜିଲ୍ଲା ସଭାପତି ଗୋପାଳ ପ୍ରଧାନ, ବରିଷ୍ଠ ନେତା ଜନ୍ମେଜୟ ମହାପାତ୍ର, ଜଗଦିଶ ପ୍ରତାପ ଦେଓ, ଏସ୍ସି ସେଲ୍ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ଉର୍ମା, ଅଜୟ ପଟେଲ, ସମ୍ବଲପୁର ଜୋନ୍ ଛାତ୍ର ବିଜେଡି ସଭାପତି ବୈକୁଣ୍ଠ ନାଏକଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ।


