Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କଳିଙ୍ଗ ବାଲିଯାତ୍ରାରେ ରାଜନୀତି କଥା କହି ଦାମ ଅପଦସ୍ତ, ଘାଇଲା କଲେ ବିଜେଡି ନେତା

ପାରାଦୀପ(ଓଡବ୍ଲ୍ୟୁ):ପାରାଦୀପର ପାରମ୍ପରିକ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ରାଜନୀତି କଥା କହି ସ୍ଥାନୀୟ ବିଧାୟକ ଡାକ୍ତର ଦାମୋଦର ରାଉତ ସମାଲୋଚିତ ହୋଇଛନ୍ତି।ବିଜେଡିରୁ ବହିଷ୍କୃତ ହେବାପରେ ପ୍ରଥମଥର ପାଇଁ ବିଜେଡି ନେତାଙ୍କ ସହ ଗୋଟିଏ ମଂଚରେ ଏକାଠି ହୋଇଥିବା ଡାକ୍ତର ରାଉତ ନିଜର ଆକ୍ରୋଶକୁ ବ୍ୟକ୍ତ କରିଥିଲେ।ତେବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜନୀତି କଥା କହିବା ପରେ ବିଜେଡି ନେତାମାନେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଦାମଙ୍କୁ ଶାଳୀନତାର ପାଠ ପଢ଼ାଇବାକୁ ପଛାଇ ନଥିଲେ।

ଉଦଘାଟନୀ ଉତ୍ସବରେ ଡାକ୍ତର ରାଉତ ଉଦବୋଧନ ଦେଇ ଗତ କିଛିମାସ ଧରି ତାଙ୍କୁ କିଭଳି ଅସୁବିଧାରେ ପକାଇବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉଛି ଓ ବିଜେଡି ନେତାମାନେ ତାଙ୍କୁ ପାରାଦୀପରେ ଶକ୍ତିହୀନ କରିବାକୁ କାର୍ଯ୍ୟ କରୁଛନ୍ତି ତାହା କହିଥିଲେ।ବିଜୁବାବୁଙ୍କ ଆଦର୍ଶ କଥାର ଆଳ ଦେଖାଇ ସେ ମଂଚରେ ଉପସ୍ଥିତ ଥିବା ପୁଲିସ ଏସପି, ଜିଲ୍ଲାପାଳ,ବିଧାୟକ,ସାଂସଦ ଓ ମନ୍ତ୍ରୀ ସମସ୍ତଙ୍କୁ ସମାଲୋଚନା କରିବାକୁ ପଛାଇ ନଥିଲେ।ଦାମଙ୍କ ଆକ୍ରମଣ ଯେଭଳି ଶାଣିତ ଥିଲା ତାଙ୍କୁ ଜବାବ ମଧ୍ୟ ସେହି ଢଙ୍ଗରେ ଦେବାକୁ ପଛାଇ ନଥିଲେ ମଂଚରେ ଥିବା ବିଜେଡି ନେତାମାନେ।

ଦାମଙ୍କ ବକ୍ତବ୍ୟ ପରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ନିଜର ଭାଷଣରେ ଦାମଙ୍କୁ ସିଧାସଳଖ ସମାଲୋଚନା କରିନଥିଲେ ମଧ୍ୟ ଲକ୍ଷ୍ମଣରେଖା ମଧ୍ୟରେ ରହି ସମସ୍ତେ ବକ୍ତବ୍ୟ ଦେବା ଉଚିତ୍ ବୋଲି କହିଥିଲେ।ସେହିପରି ସାଂସଦ କୁଳମଣୀ ସାମଲ କହିଥିଲେ ଯେ, ଯିଏ ନିଜକୁ ମାନୀ-ଜ୍ଞାନୀ ଓ ଗୁଣୀ କୁହନ୍ତି ତଥା ସର୍ବଦା ଅନ୍ୟ ଉପରକୁ ଆଙ୍ଗୁଳି ଉଠାନ୍ତି, ତାଙ୍କୁ କେହି କିଛି କହିଲେ ସେ ଏଭଳି ପ୍ରତିକ୍ରିୟାଶୀଳ ହୁଅନ୍ତି ଯେ ନିଜର ହିତାହିତ ଜ୍ଞାନ ଭୁଲି ଯାଆନ୍ତି।
ସେହିପରି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ସିଧାସଳଖ ଦାମଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ ଆତ୍ମ ଗର୍ବ ପରିତ୍ୟାଗ କରି ପ୍ରତ୍ୟେକ ବ୍ୟକ୍ତି ନିଜେ ନିଜର ଆତ୍ମସମୀକ୍ଷା କରିବା ଉଚିତ୍ ।ସବୁବେଳେ ବିଜୁବାବୁଙ୍କ ନାଁରେ ମିଛ ବାହାସ୍ଫୋଟ ମାରିବା ଛାଡ଼ନ୍ତୁ। ଶ୍ରୀ ମୁଦୁଲି ଏକ ଉଦାହରଣ ଦେଇ କହିଥିଲେ ଯେ, ସେ ଛାତ୍ର ରାଜନୀତିରେ ଥିବାବେଳେ କଲେଜ ଉତ୍ସବରେ ସଭାପତି ଭାବେ ସେ ବିଜୁ ପଟ୍ଟନାୟକଙ୍କ ପାଖରେ ବସିଥିଲେ।ସେତେବେଳେ ସେ ବିଜୁବାବୁଙ୍କ ସହ କ’ଣ କଥା ହୋଇଥିଲେ କିଏ ଶୁଣିଛି, ନା ଦେଖିଛି।ସେମିତି ଏଠି କିଛିଲୋକ ବିଜୁବାବୁ ଏୟା କହିଥିଲେ, ସେୟା କହିଥିଲେ କହି ଆଉ ଲୋକଙ୍କୁ ବିଭ୍ରାନ୍ତ କରାନ୍ତୁ ନାହିଁ ।ବିଜୁବାବୁ କ’ଣ କେବଳ ସେହି ଲୋକଙ୍କୁ କହିଥିଲେ ବୋଲି ଶ୍ରୀ ମୁଦୁଲି ତାତ୍ସଲ୍ୟ କରିଥିଲେ।

ସେହିପରି ମୁଖ୍ୟ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ,ବିଜୁବାବୁଙ୍କୁ ନିଜର ବ୍ୟକ୍ତିଗତ ସମ୍ପତି ବୋଲି ଧରିନେଇଥିବା ନେତା ଭୁଲିଯାଉଛନ୍ତି ଯେ ବିଜୁବାବୁ ସମସ୍ତ ଓଡ଼ିଆଙ୍କର ସମ୍ପତି ।ଦାମଙ୍କ ନାଁ ନନେଇ ସେ ଜଣେ ବରିଷ୍ଠ ଓ ଜ୍ଞାନୀ ନେତା କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜନୀତି କଥା କହି ନିଜର ଗୁରୁତ୍ୱକୁ କମାଇଛନ୍ତି।ତାଙ୍କୁ ଶାଳୀନତା ଶିଖିବା ପାଇଁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ। ସେହିପରି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଡାକ୍ତର ରାଉତଙ୍କୁ ସମାଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top